ଚୁମ୍ବନ ନେଲା ଚାକିରି! ପ୍ରେମିକା ପାଇଁ ପରିବାର ଛାଡିବେ କି ବ୍ରିଟେନର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ?
Advertisement
Article Detail0/zeeodisha/odisha929930

ଚୁମ୍ବନ ନେଲା ଚାକିରି! ପ୍ରେମିକା ପାଇଁ ପରିବାର ଛାଡିବେ କି ବ୍ରିଟେନର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ?

ମ୍ୟାଟ ହାନକକ୍ ଏବଂ ଜିନା କୋଲାଡାଙ୍ଗେଲୋଙ୍କ ପ୍ରେମ କାହାଣୀ ବହୁତ ପୁରୁଣା। ସେମାନେ ଜୀବନ ସାରା ଏକତ୍ର ରହିବାକୁ ନିଷ୍ପତ୍ତି ନେଇଛନ୍ତି।

ଫାଇଲ ଫଟୋ

ଲଣ୍ଡନ: ବ୍ରିଟେନର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ ଏବଂ ତାଙ୍କ ସହଯୋଗୀ ଜିନା କୋଲାଡାଙ୍ଗେଲୋଙ୍କ ସମ୍ପର୍କକୁ ନେଇ ଏକ ନୂଆ କଥା ସାମ୍ନାକୁ ଆସିଛି। ହାନକକଙ୍କ ବନ୍ଧୁ କହିଛନ୍ତି ଯେ, ଦୁହେଁ 'ଟାଇମ୍ ପାସ୍' ନୁହଁନ୍ତି, କିନ୍ତୁ ସେମାନଙ୍କ ସମ୍ପର୍କକୁ ନେଇ ବହୁତ ଗମ୍ଭୀର ଅଛନ୍ତି। ମ୍ୟାଟ ହାନକକ୍ ଏବଂ ଜିନା କୋଲାଡାଙ୍ଗେଲୋଙ୍କ ପ୍ରେମ କାହାଣୀ ବହୁତ ପୁରୁଣା। ସେମାନେ ଜୀବନ ସାରା ଏକତ୍ର ରହିବାକୁ ନିଷ୍ପତ୍ତି ନେଇଛନ୍ତି।

ମିଡିଆ ରିପୋର୍ଟ ଅନୁସାରେ, ଜିନା କୋଲାଡାଙ୍ଗେଲୋଙ୍କ ସହ ଥିବା ସିକ୍ରେଟ୍ ସମ୍ପର୍କର ଖୁଲାସା ପରେ ମ୍ୟାଟ ହାନକକ୍ (Matt Hancock) ସିଧା ତାଙ୍କ ଘରେ ପହଞ୍ଚି ଥିଲେ। ତାପରେ ପତ୍ନୀ ମାର୍ଥାଙ୍କୁ କହିଥିଲେ ଯେ, ସେ ତାଙ୍କୁ ଛାଡି ଯାଉଛନ୍ତି। ଏହି ଘଟଣା ପରେ ମ୍ୟାଟ ଓ ମାର୍ଥାଙଅକ ପାରିବାରିକ ବାତାବରଣ ବିଗିଡି ଯାଇଛି। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜଣେ ବନ୍ଧୁ ଦାବି କରିଛନ୍ତି ଯେ, ମ୍ୟାଟ ଏବଂ ଜିନାଙ୍କ ସମ୍ପର୍କ କେବଳ ଆକର୍ଷଣ ନୁହେଁ, ବରଂ ସେମାନେ ପରସ୍ପରକୁ ଭଲ ପାଆନ୍ତି।

Also Read: ମଣିଷ ପେଟରେ ଅଛି ୫୪,୧୧୮ ପ୍ରଜାତିର ଭାଇରସ୍, ଜାଣନ୍ତୁ କାହାର ଭୂମିକା କ'ଣ?

ମ୍ୟାଟ ହାନକକଙ୍କ ବନ୍ଧୁ ଏହା ମଧ୍ୟ କହିଛନ୍ତି ଯେ, ଜିନାଙ୍କ ସହ ମ୍ୟାଟଙ୍କର ସମ୍ପର୍କ ଗତମାସରେ ଆରମ୍ଭ ହୋଇନଥିଲା, କିନ୍ତୁ ଏହା ବହୁତ ପୁରୁଣା। Oxygen FM ନାମକ ଛାତ୍ର ରେଡିଓ ଷ୍ଟେସନରେ କାମ କରିବା ସମୟରୁ ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ମ୍ୟାଟ କ୍ରୀଡ଼ା ସାମ୍ବାଦିକ ଭାବରେ ଷ୍ଟେସନରେ ଯୋଗ ଦେଇଥିଲେ ଏବଂ ଜିନା (Gina Coladangelo) ବ୍ରେକଫାଷ୍ଟ ଶୋ’ର ସହ-ଉପସ୍ଥାପିକା ଥିଲେ।

ଷ୍ଟେସନର କାର୍ଯ୍ୟକ୍ରମ ସଂଯୋଜକ ମ୍ୟାକ୍ସି ଆଲେନ୍ ଏହା ମଧ୍ୟ କହିଛନ୍ତି ଯେ, ମ୍ୟାଟ, ଜିନାଙ୍କ ଉପରେ ଆକର୍ଷୀତ ହୋଇଥିଲେ। ଜିନା ଆତ୍ମବିଶ୍ୱାସୀ ଏବଂ ଯୁବକମାନଙ୍କ ମଧ୍ୟରେ ଲୋକପ୍ରିୟ ଥିଲେ। ଆଲେନ୍ କହିଛନ୍ତି ଯେ, ଅନ୍ୟ ପୁରୁଷଙ୍କ ପରି ମ୍ୟାଟ୍ ମଧ୍ୟ ଜିନାଙ୍କ ନିକଟତର ହେବାକୁ ଚାହୁଁଥିଲେ ଯେପରି ତାଙ୍କୁ ଦେଖି କେହି ଅନୁମାନ କରିପାରନ୍ତି। ଷ୍ଟେସନର ଅଧିକାଂଶ ଯୁବକ ଜିନାଙ୍କ ସୌନ୍ଦର୍ଯ୍ୟରେ ପ୍ରଭାବିତ ହୋଇଥିଲେ।

Also Read: ପୁଲୱାମାରେ ଆତଙ୍କୀଙ୍କ ବର୍ବର କାଣ୍ଡ; ଘରେ ପଶି ପୂର୍ବତନ SPOଙ୍କୁ ଗୁଳିମାଡ଼, ପତ୍ନୀ ବି ହରାଇଲେ ପ୍ରାଣ

ରିପୋର୍ଟ ଅନୁସାରେ, ସହକର୍ମୀଙ୍କ ସହ ସମ୍ପର୍କ ପ୍ରକାଶ ପାଇବା ପରେ ବର୍ତ୍ତମାନ ପୂର୍ବତନ ମନ୍ତ୍ରୀ ମ୍ୟାଟ ହାନକକ, ତାଙ୍କ ପତ୍ନୀ ମାର୍ଥାଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି। ସିକ୍ରେଟ୍ ସମ୍ପର୍କ ପଦାକୁ ଆସିବା ପରେ ହାନକକ୍ ସିଧା ତାଙ୍କ ଘରକୁ ଯାଇ ତାଙ୍କ ପତ୍ନୀଙ୍କୁ କହିଥିଲେ ଯେ ସେ ଆଉ ଏହି ସମ୍ପର୍କରେ ରହିବାକୁ ଚାହୁଁନାହାଁନ୍ତି। କେବଳ ଏତିକି ନୁହେଁ, ସେ ତାଙ୍କ ଆଠ ବର୍ଷର ପୁଅକୁ ନିଦରୁ ଉଠାଇ ନେଇ କହିଥିଲେ ଯେ ସେ ସମସ୍ତଙ୍କୁ ଛାଡି ଯାଉଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ମ୍ୟାଟ୍ ହାନକକ୍ ଏବଂ ମାର୍ଥା ୧୫ ବର୍ଷ ପୂର୍ବେ ବିବାହ କରିଥିଲେ।

ସୂଚନାଯୋଗ୍ୟ, ବ୍ରିଟେନରେ ଏବେ କୋରୋନାର ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଇତି ମଧ୍ୟରେ ତତକାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ କୋଭିଡ୍ ପ୍ରୋଟକଲ୍ ଉଲ୍ଲଙ୍ଘନ କରି ସଗଯୋଗୀଙ୍କୁ ଚୁମ୍ବନ କରିଥିବା ନେଇ ଚର୍ଚ୍ଚା ହୋଇଥିଲା। ଏହାରି ପରେ ମ୍ୟାଟ ହାନକକ୍ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି।