• ନିର୍ବାଚନୀ ପଶାପାଲିରେ ଗେମ ଚେଞ୍ଜର ବେଣୁ !
  • ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ଭର୍ଚୁଆଲ ରାଲିରେ ସମ୍ବୋଧନ କରିବେ ଧର୍ମେନ୍ଦ୍ର
  • IPL 2020: ଆଜି ଆଇପିଏଲରେ CSK ଓ MI ମ୍ୟାଚ
  • ବଙ୍ଗୋପସାଗରରେ ପାରାଦୀପ ଠାରୁ ୯୦ କିମି ଦୂରରେ ବଡ଼ ଅବପାତ, ୪ ଜିଲ୍ଲାରୁ ରେଡ ଆର୍ଲଟ
  • ଅପରାହ୍ନରେ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ମୁହାଁ ହେବ ଅବପାତ ।
  • ଦକ୍ଷିଣ ମୁମ୍ୱାଇସ୍ଥିତ ସିଟିସେଣ୍ଟର ମଲ୍ ରେ ଭୟଙ୍କର ଅଗ୍ନିକାଣ୍ଡ...

ପଞ୍ଚଭୂତରେ ବିଲୀନ ବିଜୟ

ମାଟିରେ ମିଶିଲେ ମାଟିର ମଣିଷ...

ପଞ୍ଚଭୂତରେ ବିଲୀନ ବିଜୟ
ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ପଞ୍ଚଭୂତରେ ଲୀନ ହୋଇ ସାରିଛି ଓଲିଉଡ଼ ଜଗତର ମୁକୁଟ ବିହୀନ ସମ୍ରାଟ ବିଜୟ ମହାନ୍ତିଙ୍କ ମରଶରୀର।   ଭୁବନେଶ୍ୱରସ୍ଥିତ ସତ୍ୟନଗରସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କର ଅନ୍ତ୍ୟେଷ୍ଟି କ୍ରୀୟ ଶେଷ ହୋଇଥିବା ଜଣାପଡ଼ିଛି।  

ମିଳିଥିବା ସତ୍ୟନଗର ଶ୍ନଶାନକୁ ଆସିବା ପୂର୍ବରୁ ଡାକ୍ତରଖାନାରୁ ବିଜୟଙ୍କ ମରଶରୀରକୁ ସିଧାସଳଖ ତାଙ୍କ ବାସଭବନକୁ ନିଆଯାଇଥିଲା। ସେଠାରେ ଓଲିଉଡ଼ ଜଗତରୁ ବହୁ କଳାକାର, ସିନେପ୍ରେମୀ, ବିଶିଷ୍ଟ ବ୍ୟକ୍ତିବିଶେଷ, ତାଙ୍କର ପ୍ରଶଂସକ, ଶୁଭେଚ୍ଛୁ ଓ ପରିବାରବର୍ଗ ବିଜୟଙ୍କର ଶେଷ ଦର୍ଶନ କରିଥିଲେ।  

ଏହା ବ୍ୟତୀତ ସଂଗୀତ ମହାବିଦ୍ୟାଳୟକୁ ମଧ୍ୟ ତାଙ୍କର ମରଶରୀରକୁ ନିଆଯାଇଥିଲା। ସେଠାରେ ଅନେକ କଳାକାର ଓ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ତାଙ୍କର ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ପରେ ବିଜୟଙ୍କର ପାର୍ଥିବ ଶରୀରକୁ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା।