ବିଜେଡି ମୁହାଁ ଦାମ, ଗାଇଲେ ନବୀନଙ୍କ ଗୁଣଗାନ
Advertisement
Article Detail0/zeeodisha/odisha589856

ବିଜେଡି ମୁହାଁ ଦାମ, ଗାଇଲେ ନବୀନଙ୍କ ଗୁଣଗାନ

ଦାମଙ୍କ ମୁହଁରେ ନବୀନ ଅପରାଜେୟ

file photo

ଭୁବନେଶ୍ୱର: ପୁଣିଥରେ ବିଜେଡି ଯିବା ପାଇଁ ମନ ବଳେଇଲେଣି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଦାମଦର ରାଉତ । ବିଜେଡି ବିରୋଧରେ ବର୍ଷୁଥିବା ଦାମ ଏବେ ଶତମୁଖ ପ୍ରସଂଶାରେ । ଦାମଙ୍କ ମୁହଁରେ ନବୀନ ଅପରାଜେୟ । ତାଙ୍କୁ କେହି ହରାଇପାରିବେ ନାହିଁ । ସେ ବିଜେଡି ଛାଡି ନଥିଲେ ବଂର ଦଳ ତାଙ୍କୁ ପ୍ରତ୍ୟାଖାନ କରିଥିଲା । ତେବେ ବିଜେପି ତାଙ୍କୁ ପ୍ରଲୋଭନ ଦେଖାଇ ଦଳକୁ ନେଇଥିଲା । ହେଲେ ପରେ ଆଉ ପଚାରିଲା ନାହିଁ । ଏଭଳି କିଛି ମନ୍ତବ୍ୟ ଦେଇ ଦାମୋଦର ଏବେ ପୁଣି ଚର୍ଚ୍ଚାରେ...

ବିଜେଡି ବ୍ୟତିତ ଅନ୍ୟଗତି ନାହିଁ । ଡେରିରେ ହେଲେ ବି ଏକଥା ବୁଝିଲେଣି ବରିଷ୍ଠ ରାଜନେତା ଦାମୋଦର ରାଉତ । ବିଜେଡି ଛାଡି ବିଜେପିରେ ମିଶି ପରାଜୟର ସ୍ୱାଦ ଚାଖିବା ପରେ ଏଭଳି ବାସ୍ତବତା ବୁଝିଲେଣି ଦାମବାବୁ । ନବୀନଙ୍କ ବିରୋଧରେ ଲଢି ହାରିବା ସହ ନିଜ ସୀମା ବୁଝି ଯାଇଛନ୍ତି । ଯେଉଁ ଦାମବାବୁ ଦିନେ ନବୀନଙ୍କ ବିରୋଧରେ ବୁଲି ବୁଲି ପ୍ରଚାର କରିବା ପାଇଁ ବିଜେପିର ହାତ ଧରିଥିଲେ ତାଙ୍କ ମୁହଁରେ ଏବେ ନବୀନଙ୍କ ପ୍ରଶଂସା । ଦାମଙ୍କ ଭାଷାରେ ନବୀନ ଅପରାଜେୟ । ତାଙ୍କୁ କେହି ବି ହରାଇ ପାରିବେ ନାହିଁ ।

ବିଜେପିରେ ବେଶ କିଛିଦିନ ଅଣ ନିଶ୍ୱାସୀ ହୋଇ ରହିଥିବା ଦାମ ବାବୁ ଇତି ମଧ୍ୟରେ ଦଳ ଛାଡି ସାରିଛନ୍ତି । ଆଉ କିଭଳି ଭାବେ ବିଜେପି ତାଙ୍କୁ ବ୍ୟବହାର କରିଥିଲା ସେ ନେଇ ବାରମ୍ବାର ବିଷ ଓଗାଳୁଛନ୍ତି । 

ହଠାତ ଦାମଙ୍କର ଏଭଳି ମୁଡ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ନବୀନଙ୍କ ପ୍ରସଂଶା ସହ ବିଜେପି ବିରୋଧରେ ଦାମଙ୍କ ବାଣୀ କିଛି ଅଲଗା ବୟାନ କରୁଛି । ପୁଣିଥରେ ଦାମବାବୁଙ୍କ ଘରବାହୁଡ଼ା ନେଇ ମନ ବଳେଇଥିବା ଆଭାଷ ମିଳିଛି ।