କୋରୋନା ମହାମାରୀର ମୁକାବିଲା ପାଇଁ ଅକ୍ଟୋବର ୧ ପର୍ଯ୍ୟନ୍ତ ପାଇଁ ନୂଆ ଗାଇଡ୍ଲାଇନ୍ ଘୋଷଣା କରିଛନ୍ତି ଏସଆରସି।
Trending Photos
ଭୁବନେଶ୍ୱର: ଆସିଲା ସେପ୍ଟେମ୍ବର ମାସର କୋରୋନା ଗାଇଡ୍ଲାଇନ୍। ଅକ୍ଟୋବର ୧ ପର୍ଯ୍ୟନ୍ତ ପାଇଁ ନୂଆ ଗାଇଡ୍ଲାଇନ୍ ଘୋଷଣା କରିଛନ୍ତି ଏସଆରସି। ଆସନ୍ତା ମାସ ଲାଗି ଜାରି ହୋଇଥିବା ଗାଇଡ୍ଲାଇନ୍ ଅନୁସାରେ ଭୁବନେଶ୍ୱର, ପୁରୀ, କଟକ ପ୍ରଭୃତି ସ୍ଥାନରୁ ହଟିଯାଇଛି ସପ୍ତାହାନ୍ତ ସଟ୍ଡାଉନ୍।
ରାଜ୍ୟର ପୌରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରହିବ ନାଇଟ୍ କର୍ଫ୍ୟୁ। ବିବାହ, ବ୍ରତ, ଶୁଦ୍ଧିକ୍ରିୟା ପ୍ରଭୃତି କାର୍ଯ୍ୟରେ ୨୫୦ ଜଣ ଲୋକ ଯୋଗ ଦେଇପାରିବେ। ସିନେମା ହଲ୍ରେ ଶତପ୍ରତିଶତ ଦର୍ଶକ ବସିପାରିବେ। ଅଡିଟୋରିଅମ, ମଲ୍-ହଲ୍ ଭଳି ସର୍ବସାଧାରଣ ସ୍ଥାନରେ ଟିକା ସାର୍ଟିଫିକେଟ୍ ବାଧ୍ୟତାମୂଳକ ନୁହେଁ।
ବାହାଘରରେ ସର୍ବାଧିକ ୫୦ ଜଣଙ୍କୁ ନେଇ ଶୋଭାଯାତ୍ରା କରିବାକୁ ମିଳିଛି ଅନୁମତି। ରାଜନୈତିକ, ଧାର୍ମିକ, ସାଂସ୍କୃତିକ ସମାବେଶ ଆୟୋଜନ ଉପରେ କଟକଣା ଜାରି କରାଯାଇଛି। ଧାର୍ମିକ ଅନୁଷ୍ଠାନ କିମ୍ବା ପର୍ବପର୍ବାଣୀ ପାଳନ ନେଇ ଅଗଷ୍ଟ ମାସରେ ଜାରି ହୋଇଥିବା ଗାଇଡ୍ଲାଇନ୍ ପାଳନ କରାଯିବ। ଅର୍ଥାତ ବିନା ଭକ୍ତରେ ପାଳନ ହେବ ସମସ୍ତ ପର୍ବପର୍ବାଣୀ।
Also Read: କୋରୋନା ମୁକାବିଲା ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ
ରାଜ୍ୟରେ ଜାରି ହୋଇଥିବା ନୂଆ କୋରୋନା ଗାଇଡ୍ଲାଇନ୍