ପିସିସି ମୁଖିଆ ପରିବର୍ତ୍ତନ ଦାବି, ଦିଲ୍ଲୀ ଯିବେ ବିରୋଧୀ ଗୋଷ୍ଠୀ
Advertisement
Article Detail0/zeeodisha/odisha597896

ପିସିସି ମୁଖିଆ ପରିବର୍ତ୍ତନ ଦାବି, ଦିଲ୍ଲୀ ଯିବେ ବିରୋଧୀ ଗୋଷ୍ଠୀ

ନିରଞ୍ଜନ ପଟ୍ଟନାୟକ ସପକ୍ଷବାଦୀଙ୍କ ହୁଙ୍କାର କି ପ୍ରଭାରୀଙ୍କ କାର୍ଯ୍ୟାନୁଷ୍ଠାନର ଧମକ, କିଛି ବି କାମ ଦେଲାନି। ନିରଞ୍ଜନ ବିପକ୍ଷବାଦୀ ଗୋଷ୍ଠୀ ପୁଣି ଥରେ ନିଜ ଅଭିଯାନ ଜୋରଦାର କରିଛନ୍ତି । ନିଜ ସପକ୍ଷରେ ବରିଷ୍ଠଙ୍କ ସମର୍ଥନ ଜୁଟାଉଥିବା ବିରୋଧୀ ଗୋଷ୍ଠୀ ନରସିଂହଙ୍କୁ ତାଙ୍କ ବାସଭବନରେ ଦେଖା କରିଛନ୍ତି। ପୂର୍ବରୁ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କୁ ଦେଖା କରି ସମର୍ଥନ ଯୋଗାଡ କରିଥିବା ବିରୋଧୀ ନେତାମାନେ ନରସିଂହଙ୍କୁ ଭେଟି ସମର୍ଥନ ସାଉଁଟିଛନ୍ତି। 

ଫାଇଲ ଫଟୋ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ନିରଞ୍ଜନ ପଟ୍ଟନାୟକ ସପକ୍ଷବାଦୀଙ୍କ ହୁଙ୍କାର କି ପ୍ରଭାରୀଙ୍କ କାର୍ଯ୍ୟାନୁଷ୍ଠାନର ଧମକ, କିଛି ବି କାମ ଦେଲାନି। ନିରଞ୍ଜନ ବିପକ୍ଷବାଦୀ ଗୋଷ୍ଠୀ ପୁଣି ଥରେ ନିଜ ଅଭିଯାନ ଜୋରଦାର କରିଛନ୍ତି । ନିଜ ସପକ୍ଷରେ ବରିଷ୍ଠଙ୍କ ସମର୍ଥନ ଜୁଟାଉଥିବା ବିରୋଧୀ ଗୋଷ୍ଠୀ ନରସିଂହଙ୍କୁ ତାଙ୍କ ବାସଭବନରେ ଦେଖା କରିଛନ୍ତି। ପୂର୍ବରୁ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କୁ ଦେଖା କରି ସମର୍ଥନ ଯୋଗାଡ କରିଥିବା ବିରୋଧୀ ନେତାମାନେ ନରସିଂହଙ୍କୁ ଭେଟି ସମର୍ଥନ ସାଉଁଟିଛନ୍ତି। 

ଆସନ୍ତାକାଲି ୧୫ ଜଣ ନେତା ଦିଲ୍ଲୀ ଗସ୍ତ କରିବା ସହ ହାଇକମାଣ୍ଡ ଏବଂ ବହୁ ବରିଷ୍ଠ ନେତାଙ୍କୁ ଭେଟି ଓଡିଶାରେ ନେତୃତ୍ୱ ପରିବର୍ତ୍ତନର ଦାବି ଉପସ୍ଥାପନ କରିବେ । ଓଡିଶାର ମୁଖିଆ ଦାୟିତ୍ୱ ରାଜ୍ୟର ଜଣେ ଯୁବନେତାଙ୍କ ହାତରେ ଦେବାକୁ ଦାବି ରଖାଯିବ । ବିଧାୟକ ମହମ୍ମଦ ମୋକିମଙ୍କ ନାମକୁ ଦୃଢ ଭାବେ ଉପସ୍ଥାପନ କରିବାକୁ ଯୋଜନା କରାଯାଇଛି । 

ରାଜ୍ୟ କଂଗ୍ରେସକୁ ଦୃଢ କରିବା ପାଇଁ ଏହି ଯୋଜନା କରାଯାଇଥିବା ବେଳେ ପୂର୍ବରୁ ଖୋଦ ନିରଞ୍ଜନ ଏବଂ ପ୍ରଭାରୀ ମଧ୍ୟ ଦିଲ୍ଲୀ ଯାଇ ସବୁ କଥା ହାଇକମାଣ୍ଡଙ୍କୁ କହିବାକୁ କହିଥିଲେ । ତେଣୁ ନେତାମାନେ ଦିଲ୍ଲୀ ଯାଇ ସବୁ କଥା ଜଣାଇବେ ବୋଲି କହିଛନ୍ତି ବିରୋଧୀ ନେତାଏ । ଅନ୍ୟପକ୍ଷରେ ଏ ପ୍ରସଙ୍ଗକୁ କିନ୍ତୁ କଂଗ୍ରେସର କିଛି ନେତା ନାପସନ୍ଦ କରିଛନ୍ତି । 

ହାଇକମାଣ୍ଡଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ତ୍ତମାନ ନିରଞ୍ଜନ ପିସିସି ସଭାପତି ଥିବାରୁ ତାଙ୍କ ବିରୋଧରେ ଅଭିଯାନକୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ନାପସନ୍ଦ କରିଛନ୍ତି । ସେହିପରି ହାଇକମାଣ୍ଡ ଯାହାକୁ ମୁଖିଆ ଦାୟିତ୍ୱ ଦେବେ ତାକୁ ମାନିବେ ବୋଲି କହିଛନ୍ତି ଶ୍ରୀଯୁକ୍ତ ରାଉତରାୟ । ସେହିପରି ଦଳ ମଧ୍ୟରେ ଏଭଳି କାର୍ଯ୍ୟକଳାପ ଠିକ ନୁହେଁ ବୋଲି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି । ଏପରିକି ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ଆହୁରି ବି ପଢନ୍ତୁ; ସଂସଦରେ କେମିତି ରହିବ ଓଡିଆ ସାଂସଦଙ୍କ ସ୍ୱର ?