ଦାନା ବାନ୍ଧୁଛି ଆଉଏକ ଲଘୁଚାପ, ୩ ସୁଦ୍ଧା ଘନୀଭୂତ ସମ୍ଭାବନା
Advertisement
Article Detail0/zeeodisha/odisha591319

ଦାନା ବାନ୍ଧୁଛି ଆଉଏକ ଲଘୁଚାପ, ୩ ସୁଦ୍ଧା ଘନୀଭୂତ ସମ୍ଭାବନା

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ବଜ୍ରପାତ ନେଇ ସତର୍କ ସୂଚନା ଜାରି

ସୌଜନ୍ୟ: ସୋସିଆଲ ମିଡିଆ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ପାଞ୍ଚଦିନ ଯାଏଁ ଜାରି ରହିବ ଶୁଖିଲା ପାଗ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାଇ ରାଜ୍ୟରେ ଆସନ୍ତା ପାଞ୍ଚଦିନ ପର୍ଯ୍ୟନ୍ତ କାଁ ଭାଁ ହାଲକା ବର୍ଷା ବ୍ୟତୀତ ଖରାଟିଆ ଓ ଶୁଖିଲା ପାଗ ରହିବ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର ।

 ୪୮ ଘଣ୍ଟା ପରେ ପାଗ ଶୁଖିଲା ରହିବ । ତେବେ ଆସନ୍ତା ୩ ତାରିଖରେ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇ ପରବର୍ତ୍ତୀ ୪୮ ଘଣ୍ଟାରେ ଡ୍ରିପେସନର ରୂପ ନେବାର ସମ୍ଭାବନା ଥବା ପାଣିପାଗ କେନ୍ଦ୍ର ଆକଳନ କରିଛି । ତେବେ ଏହାର ସଠିକ ଗତିପଥ ଓ କେଉଁ ସ୍ଥାନରେ ଏହାର ପ୍ରଭାବ ପଡ଼ିବ ସେନେଇ କେନ୍ଦ୍ର ପକ୍ଷରୁ ଦୃଷ୍ଟି ଦିଆଯାଉଥିବା ବେଳେ ଆଗାମୀ ଦିନରେ ଜଣାପଡିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ. ଆର ବିଶ୍ୱାସ କହିଛନ୍ତି  ।