ଚାରି କୋଟିରେ ସ୍ମାର୍ଟ ହେଉଛି ସ୍ମାର୍ଟ ସିଟିର ଘର
Advertisement
Article Detail0/zeeodisha/odisha840123

ଚାରି କୋଟିରେ ସ୍ମାର୍ଟ ହେଉଛି ସ୍ମାର୍ଟ ସିଟିର ଘର

DDN ବ୍ୟବସ୍ଥାରେ ପ୍ରତି ଘର ମାଲିକଙ୍କ ସହମତିରେ ଆବଶ୍ୟକୀୟ ତଥ୍ୟ ଯଥା- ନାମ, ଅଂଚଳ, ବିଦ୍ୟୁତ ସଂଯୋଗର ବିବରଣୀ, ଫୋନ୍ ନମ୍ବର, ମହଲା ଘରସଂଖ୍ୟା, ଇତ୍ୟାଦି ପଚାରି ଅନଲାଇନରେ ଏକ ଡିଜିଟାଲ୍ ନମ୍ବରିଂ (Digital Numbering) କରି ଘର ଆଗରେ ଷ୍ଟିକର ଲଗାଯାଉଛି।

ଚାରି କୋଟିରେ ସ୍ମାର୍ଟ ହେବ ସ୍ମାର୍ଟ ସିଟିର ଘର

ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ରାଜଧାନୀରେ BMCର ପ୍ରିତୀକ୍ଷିତ ଯୋଜନା ଡିଜିଟାଲ୍ ଡୋର୍ ନମ୍ବରିଂ ବା DDN ବ୍ୟବସ୍ଥା ଆରମ୍ଭ ହୋଇଛି। ସୋମବାର ଠାରୁ ଭୁବନେଶ୍ବର ତିନୋଟି ଜୋନର ତିନୋଟି ୱାର୍ଡରେ ପରୀକ୍ଷାମୂଳକ ସର୍ବେକ୍ଷଣ ଆରମ୍ଭ ହୋଇଛି। ଗତ ଜୁନ୍ ମାସରେ ଏନେଇ BMC ଓ ହାଇଦ୍ରାବାଦର ନବଯୁଗ ସ୍ପାସିଆଲ୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ MoU ସ୍ୱାକ୍ଷରିତ ହୋଇଥିଲା।

DDN ବ୍ୟବସ୍ଥାରେ ପ୍ରତି ଘର ମାଲିକଙ୍କ ସହମତିରେ ଆବଶ୍ୟକୀୟ ତଥ୍ୟ ଯଥା- ନାମ, ଅଂଚଳ, ବିଦ୍ୟୁତ ସଂଯୋଗର ବିବରଣୀ, ଫୋନ୍ ନମ୍ବର, ମହଲା ଘରସଂଖ୍ୟା, ଇତ୍ୟାଦି ପଚାରି ଅନଲାଇନରେ ଏକ ଡିଜିଟାଲ୍ ନମ୍ବରିଂ (Digital Numbering) କରି ଘର ଆଗରେ ଷ୍ଟିକର ଲଗାଯାଉଛି। ଏଥିରେ ଅଂଚଳ, ଗଳି ଓ ଡୋର୍ ନମ୍ବର ଏବଂ ୟୁନିଟ ନମ୍ବର ଦିଆଯାଇଥିବା ସହ ଏକ ଡିଜିଟାଲ ନମ୍ବର ଦେଇ ଜିଓ ଟ୍ୟାଂଗି (Geo Tagging) କରାଯାଉଛି। ଏବେ ପାଇଲଟ ପ୍ରକଳ୍ପରେ କାଗଜ ଷ୍ଟିକର ଲଗାଯାଇଥିବା ବେଳେ ଆଗାମୀ ଦିନରେ BMC ପକ୍ଷରୁ ପ୍ଲେଟ୍ ନମ୍ବର ଦିଆଯିବ।

Also Read: ରାଜଧାନୀରେ ମଣ୍ଡି ତାତି, ଦଳିତ ଅଧିକାର ମଞ୍ଚ ପକ୍ଷରୁ ଧାରଣା...

Smart Cityରେ ଯୋଜନାକୁ ସଫଳ କରିବା ଲାଗି BMC ପକ୍ଷରୁ ପୂର୍ବରୁ ଓକାକ୍ ଠାରୁ ନିର୍ଦ୍ଧିଷ୍ଟ ମାନଚିତ୍ର ସଂଗ୍ରହ କରି ଅମୀନ, ୱାର୍ଡ ଅଫିସର ଏବଂ ଜୋନାଲ୍ ଡେପୁଟି କମିଶନରଙ୍କ ସଂଯୋଜନାରେ ସ୍ଥାନୀୟ ନକ୍ସା ଏବଂ ସମ୍ପୃକ୍ତ ସ୍ଥାନର କୋଡ୍ ନମ୍ୱର ପ୍ରସ୍ତୁତ କରାଯାଉଛି। ଏଥିପାଇଁ ମୋଟ ୩ କୋଟି ୯୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହି ନମ୍ବର ଜରିଆରେ ଘରର ସମ୍ପୂର୍ଣ୍ଣ ତଥ୍ୟ, ଠିକଣା, ହୋଲ୍ଡିଂ ଟିକସ  (Holding Tax) ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ତଥ୍ୟ ଡିଜିଟାଲ ମୋଡରେ ମିଳିପାରିବ। ଧିରେ ଧିରେ ସମସ୍ତ ୬୭ଟି ୱାର୍ଡରେ DDN ବ୍ୟବସ୍ଥା ଲାଗୁ କରାଯିବ। 

DDNର ପରୀକ୍ଷାମୂଳକ ସର୍ବେକ୍ଷଣ ଆସନ୍ତା ୧୨ ତାରିଖରେ ଶେଷ ହେବ। ୧୩ ଫେବୃଆରୀରୁ ୩୧ ମାର୍ଚ୍ଚ ମଧ୍ୟରେ ଅନ୍ୟ ସମସ୍ତ ଅଂଚଳ (Bhubaneswar) ରେ ସର୍ବେକ୍ଷଣ ସାରି ଏପ୍ରିଲ୍ ମାସରେ ମାର୍ଗ ଫଳକ ବା ଷ୍ଟ୍ରିଟ୍ ସାଇନେଜ୍ ଳଗାଇବା ପାଇଁ BMC ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କେବଳ ସେତିକି ନୁହେଁ ଆଗାମୀ ଦିନରେ ଡାକ ଓ କୋରିୟର, ପାଣି ବିଲ୍, ବିଦ୍ୟୁତ ବିଲ୍ ପାଇଁ ମଧ୍ୟ ଏହି ନମ୍ବରର ବ୍ୟବହାର ହେବ ବୋଲି BMC ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର କହିଛନ୍ତି।