ଏଣିକି ଦୂରଭାଷ ପାଠ୍ୟକ୍ରମରେ ମଧ୍ୟ ପଢା ହେବ ବିପର୍ଯ୍ୟୟ ପରିଚାଳନା ପାଠ
Advertisement
Article Detail0/zeeodisha/odisha953880

ଏଣିକି ଦୂରଭାଷ ପାଠ୍ୟକ୍ରମରେ ମଧ୍ୟ ପଢା ହେବ ବିପର୍ଯ୍ୟୟ ପରିଚାଳନା ପାଠ

ବିଦ୍ୟାଳୟ ତଥା ମହାବିଦ୍ୟାଳୟ ସ୍ତରରେ ସ୍ବତନ୍ତ୍ର ଭାବେ ପାଠ୍ୟକ୍ରମ ସାମିଲ କରିବାକୁ ପୂର୍ବରୁ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଥିଲା।

ଏଣିକି ଦୂରଭାଷ ପାଠ୍ୟକ୍ରମରେ ମଧ୍ୟ ପଢା ହେବ ବିପର୍ଯ୍ୟୟ ପରିଚାଳନା ପାଠ

ଭୁବନେଶ୍ୱର: ଏଣିକି Distance Course ଅର୍ଥାତ ଦୂରଭାଷ ପାଠ୍ୟକ୍ରମରେ ମଧ୍ୟ ପଢା ହେବ ବିପର୍ଯ୍ୟୟ ପରିଚାଳନା ପାଠ। ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟରେ ଏହି ପାଠ୍ୟକ୍ରମ ଆରମ୍ଭ ହୋଇଛି। ବିପର୍ଯ୍ୟୟ ପରିଚାଳନାରେ ଡିପ୍ଲୋମା ଓ ସାର୍ଟିଫିକେଟ୍ ପାଠ୍ୟକ୍ରମ ଆରମ୍ଭ ହୋଇଛି। ରାଜ୍ୟ ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ। ଏହାର ମୁକାବିଲା ପାଇଁ ଅଧିକ ସତର୍କତ ସହ ସଚେତନତା ଆବଶ୍ୟକ।

ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ତଥା ମହାବିଦ୍ୟାଳୟ ସ୍ତରରେ ସ୍ବତନ୍ତ୍ର ଭାବେ ପାଠ୍ୟକ୍ରମ ସାମିଲ କରିବାକୁ ପୂର୍ବରୁ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଥିଲା। ଏହା ପରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ (Odisha State Open University) ପକ୍ଷରୁ ଏହି ପାଠ୍ୟକ୍ରମକୁ ସାମିଲ କରାଯାଇଛି। ଏନେଇ ଦୁଇଟି ଅନଲାଇନ୍ ପାଠ୍ୟକ୍ରମ (Online Courses) ପ୍ରସ୍ତୁତ କରାଯାଇଛି। ଯାହାକୁ ଗୁରୁବାର ଏକ ସ୍ଵତନ୍ତ୍ର ଉଦଘାଟନ ଉତ୍ସବରେ ଏସଆରସି ପ୍ରଦୀପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁକ୍ତ ବିଶ୍ବବିଦ୍ୟାଳୟର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। 

Also Read: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଠ ପଢିବେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ

ଡିପ୍ଲୋମା ଇନ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ (Diploma in Disaster Management) ୩ ମାସର ଏବଂ ସାର୍ଟିଫିକେଟ୍ ଇନ୍ ରିଲିଫ୍ ସେଣ୍ଟର ମ୍ୟାନେଜମେଣ୍ଟ ଫର୍ ଡିଜାଷ୍ଟର ଭିକ୍ସିମ୍ (Certificate in Relief Center Management for Disaster Victims) ଗୋଟିଏ ବର୍ଷର ପାଠ୍ୟକ୍ରମ ରହିବ। ଯୁକ୍ତ ଦୁଇ ପାସ୍ କରିଥିବା ଯେ କୌଣସି ବିଦ୍ୟାର୍ଥୀ ଏହି ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ।