• ହୀରାକୁଦ ଡ୍ୟାମ୍‌ର ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲି
  • କଟକ ବଡ଼ମ୍ବା ମା’ ଭଟ୍ଟାରିକା ମନ୍ଦିର ବେଢ଼ାରେ ମହାନଦୀ ବନ୍ୟା ଜଳ
  • ମୟୂରଭଞ୍ଜ ବହଳଦା ଥାନା ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
  • ୨ ନାବାଳକ ଅଟକ, ଅନ୍ୟ ୨ ଜଣ ଗିରଫ
  • ବିଶ୍ବକର୍ମା ପୂଜାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ପାର୍ବଣ ଋତୁରେ ଭିଡ଼ ହୁଏ, ତେଣୁ ଏହି ୩ ମାସ ଗୁରୁତ୍ବପୂର୍ଣ୍ଣ’: DMET
  • ଭୁବନେଶ୍ବର ସବ୍‌କଲେକ୍ଟର ଅଫିସ ଓ ତହସିଲ ଅଫିସ ୫ ଦିନ ବନ୍ଦ
  • ଉଭୟ ଅଫିସର ୫ ଜଣ କୋଭିଡ ପଜିଟିଭ ଚିହ୍ନଟ ପରେ ଅଫିସ ବନ୍ଦ
  • ରାଜ୍ୟରେ ଦିନକରେ ଆଉ ୬୨୮ କୋରୋନା ଆକ୍ରାନ୍ତ ଚିହ୍ନଟ, ୪ ମୃତ
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଠ ପଢିବେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ

ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମ ପଢି ମୋଟ ୧୦୦ ମାର୍କର ପରୀକ୍ଷା ଦେବେ ଛାତ୍ରଛାତ୍ରୀ।

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଠ ପଢିବେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ

ବ୍ରହ୍ମପୁର: କଲେଜ ପାଠରେ ସାମିଲ ହେଲା ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମ। ଶୁକ୍ରବାର ପୂର୍ବାହ୍ନରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଉଚ୍ଚ ଶିକ୍ଷା ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକରେ ସିଲାବସ୍ ପରିବର୍ତ୍ତନ କରି ଏହାର ଶୁଭାରମ୍ଭ ହୋଇଛି। ପୂର୍ବରୁ ରାଜ୍ୟ କ୍ୟାଟିନେଟରେ ପାରିତ ନିଷ୍ପତ୍ତି ଆଧାରରେ ପରିଷଦ ପକ୍ଷରୁ ଘୋଷଣା ମୁତାବକ ଚଳିତ ଶିକ୍ଷାବର୍ଷରୁ ରାଜ୍ୟର ଯୁକ୍ତ ତିନି ପ୍ରଥମ ବର୍ଷ ସମସ୍ତ ବିଭାଗ ଛାତ୍ରଛାତ୍ରୀଙ୍କ ପାଇଁ ଏହି ପାଠ୍ୟକ୍ରମ ବାଧ୍ୟତାମୂଳକ ରହିବ। 

ପାଠପଢି ମୋଟ ୧୦୦ ମାର୍କର ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଯେଉଁଥିରେ ପରିବେଶ ଶିକ୍ଷା, ମହାମାରୀ ପରିଚାଳନା ଓ ବିପର୍ଯ୍ୟୟ ମୁକାବିଲା ଏବଂ କୌଶଳ ଦିଗରେ ଶିକ୍ଷା ଦିଆଯିବ। ମହାମାରୀ ମୁକାବିଲା ହେଉ ଅଥବା ପ୍ରାକୃତିକ ବିପର୍ଯ୍ୟୟ ଦୈବ ଦୁର୍ବିପାକର ସାମ୍ନା, ପ୍ରଶିକ୍ଷଣ ନେବେ ଆଉ କୌଶଳ ଶିଖିବେ। ଏଣିକି ମହାବିଦ୍ୟାଳୟ ସ୍ତରରେ ବିପର୍ଯ୍ୟୟ ପରିଚାଳନା ପାଠ ପଢିବେ ଛାତ୍ରଛାତ୍ରୀ। ଏନେଇ ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ (Odisha Higher Education Council) ପକ୍ଷରୁ ଆୟୋଜିତ ସମ୍ମିଳନୀରେ ଶୁଭାରମ୍ଭ ହୋଇଛି।

Also Read: ସ୍କୁଲ କଲେଜରେ ପଢାଯିବ ବିପର୍ଯ୍ୟୟ ମୁକାବିଲା ପାଠ; ପିଲାଏ ପଢିବେ ଆଉ ଲଢିବେ

ପରିଷଦ ପକ୍ଷରୁ ସ୍ନାତକ ସ୍ତରରେ (Graduation Level) ପଢା ହେଉଥିବା “ପରିବେଶ ବିଜ୍ଞାନ” ପାଠ୍ୟକ୍ରମକୁ "ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା" ବିଷୟରେ ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତିତ ପାଠ୍ୟକ୍ରମ ସମସ୍ତ ବିଭାଗ ଯଥା କଳା, ବାଣିଜ୍ୟ, ବିଜ୍ଞାନ ବିଭାଗରେ ବାଧ୍ୟତାମୂଳକ ରହିବ। ଯାହା ସ୍ନାତକ ପ୍ରଥମ ବର୍ଷର (Graduation First Year) ପ୍ରଥମ ସେମିଷ୍ଟରରେ ପଢାଯିବ। ଏହା ସହ ଉଚ୍ଚଶିକ୍ଷା ଛାତ୍ରଛାତ୍ରୀଙ୍କ ଲାଗି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।  

ହେଲେ ଏହି ପରିବର୍ତ୍ତିତ ପାଠ୍ୟକ୍ରମ ମୁତାବକ ଏହା ଏକ ୪ କ୍ରେଡିଟ୍ ବିଶିଷ୍ଟ ୧୦୦ ମାର୍କ ପେପର ଏବଂ ୪ ୟୁନିଟ ରହିଛି। ଯେଉଁଥିରେ ପରିବେଶ ଶିକ୍ଷାର (Environmental Education) ବିଷୟବସ୍ତୁ ସହ ବିପର୍ଯ୍ୟୟ ଏବଂ ମହାମାରୀ ପରିଚାଳନା ବିଷୟ ସହ ଜାତୀୟ, ରାଜ୍ୟ ତଥା ଜିଲ୍ଲା ସ୍ତରରେ ବିଭିନ୍ନ ବିପର୍ଯ୍ୟୟ ମୁକାବିଲା (Disaster Management) ଏବଂ କୌଶଳ ବିଷୟରେ ଶିକ୍ଷା ଦିଆଯିବ। ଉଭୟ ଥିଓରି-ପ୍ରାକ୍ଟିକାଲ (Theory-Practical) ଦ୍ବାରା ଛାତ୍ରଛାତ୍ରୀଙ୍କୁ ତାଲିମ ମଧ୍ୟ ଦିଆଯିବ। 

Also Read: ରାଜଧାନୀ ରାଜରାସ୍ତାରେ ଗଡିଲା 'School on Wheels'

ବିଦ୍ୟାଳୟ (School) ତଥା ମହାବିଦ୍ୟାଳୟ (College) ସ୍ତରରେ ପ୍ରଚଳିତ ପାଠ୍ୟଖସଡା ରେ "ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା" ବିଷୟକୁ ସାମିଲ କରିବା ପାଇଁ ରାଜ୍ୟ ସରକାର ମେ' ମାସ ୨୯ ତାରିଖରେ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଥିଲେ। ଏହାପରେ ପରିଷଦ ପକ୍ଷରୁ ଚଳିତ ଶିକ୍ଷାବର୍ଷରୁ ଏହାକୁ ଲାଗୁ କରିବାକୁ ଘୋଷଣା କରାଯାଇଛି। ରାଜ୍ୟରେ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା କ୍ଷେତ୍ରରେ ଅଧିକ ଜ୍ଞାନ ଅର୍ଜନ କରିବାରେ ଏବଂ ବିପର୍ଯ୍ୟୟ ତଥା ମହାମାରୀକୁ ଦକ୍ଷତା ସହ ମୁକାବିଲା କରିବାରେ ସହାୟକ ହେବ।