ସପ୍ତାହନ୍ତରେ ରେଳ ଯାତ୍ରୀ ହନ୍ତସନ୍ତ, ୧୧ ଯୋଡା ପାସେଞ୍ଜର ଓ ୪ଟି ସ୍ୱତନ୍ତ୍ର ଟ୍ରେନ୍ ବାତିଲ
Advertisement
Article Detail0/zeeodisha/odisha896508

ସପ୍ତାହନ୍ତରେ ରେଳ ଯାତ୍ରୀ ହନ୍ତସନ୍ତ, ୧୧ ଯୋଡା ପାସେଞ୍ଜର ଓ ୪ଟି ସ୍ୱତନ୍ତ୍ର ଟ୍ରେନ୍ ବାତିଲ

କୋରୋନାରେ ପ୍ରଭାବିତ ରେଳବାଇ ୪ଟି ସ୍ୱତନ୍ତ୍ର ଟ୍ରେନ ସମେତ ଅନେକ ଲୋକାଲ ଟ୍ରେନ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତାକାଲିଠୁ ୧୧ ଯୋଡା ପାସେଞ୍ଜର ଟ୍ରେନ ଚଳାଚଳ ବନ୍ଦ ରହିବ। 

ପ୍ରତିକାତ୍ମକ ଫଟୋ

 

ଭୁବନେଶ୍ୱର: ରାଜ୍ୟର ରେଳ ଯାତ୍ରୀଙ୍କ ପାଇଁ ନୈରାଶ୍ୟଜନକ ଖବର। କୋରୋନାରେ ପ୍ରଭାବିତ ରେଳବାଇ ୪ଟି ସ୍ୱତନ୍ତ୍ର ଟ୍ରେନ ସମେତ ଅନେକ ଲୋକାଲ ଟ୍ରେନ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତାକାଲିଠୁ ୧୧ ଯୋଡା ପାସେଞ୍ଜର ଟ୍ରେନ ଚଳାଚଳ ବନ୍ଦ ରହିବ। ସେହିପରି ଆଜିଠୁ ଓଡିଶାକୁ ସ୍ୱତନ୍ତ୍ର ଟ୍ରେନ ଗଡିବ ନାହିଁ।
 
କୋରୋନା (Coronavirus) ସଂକ୍ରମଣ ରୋକିବା ଏବଂ ଯାତ୍ରୀ ନ ହେବାରୁ ପୂର୍ବତଟ ରେଳବାଇ (Indian Railways) ଟ୍ରେନ ଚଳାଚଳ ଉପରେ ରୋକ ଲଗାଇଛି। ମେ ୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ୪ଟି ସ୍ୱତନ୍ତ୍ର ଟ୍ରେନ (Special Train) ପର୍ଯ୍ୟାୟକ୍ରମେ ବାତିଲ କରାଯାଇଛି।
 
             ସ୍ୱତନ୍ତ୍ର ଟ୍ରେନ୍                                            ବାତିଲ ତାରିଖ
  • ବିଶାଖାପାଟନମ୍-କିରାଣ୍ଡୁଲ                            ମେ ୭ରୁ ମେ ୨୧
  • କିରାଣ୍ଡୁଲ-ଭୁବନେଶ୍ୱର  ମେ ୮ରୁ ମେ ୨୨
  • ଭୁବନେଶ୍ୱର-ଜଗଦଲପୁର                             ମେ ୮ରୁ ମେ ୨୨
  • ଜଗଦଲପୁର-ଭୁବନେଶ୍ୱର ମେ ୯ରୁ ମେ ୨୩

Also Read: ଏହି ଦେଶରେ ହୋଇପାରେ IPL 2021ର ବଳକା ମ୍ୟାଚ୍

 
ସେହିପରି ସପ୍ତାହନ୍ତ ଲକଡାଉନ୍ (Weekend lockdown) ରେ ୨୨ଟି ପାସେଞ୍ଜର ଟ୍ରେନ (Passenger Train) ବାତିଲ କରାଯାଇଛି। ଏହା ଆସନ୍ତା ୨ ସପ୍ତାହ ପାଇଁ ଶନିବାର ଓ ରବିବାର ଅର୍ଥାତ ମେ ୮, ୯, ୧୫ ଓ ୧୬ ତାରିଖରେ କାର୍ଯ୍ୟକାରୀ ହେବେ। 
 
ବାତିଲ ଟ୍ରେନ ତାଲିକା
  • ଭୁବନେଶ୍ୱର-କେନ୍ଦୁଝର
  • ଭୁବନେଶ୍ୱର-ପଲାସା
  • ଭୁବନେଶ୍ୱର-ଭଦ୍ରକ
  • ଭୁବନେଶ୍ୱର-ବାରିଙ୍ଗିପୋଷି (ସ୍ୱତନ୍ତ୍ର)
  • କଟକ-ଭଦ୍ରକ
  • କଟକ-ପାରାଦୀପ
  • ବିଶାଖାପାଟଣମ୍-ରାୟପୁର
  • ସମ୍ବଲପୁର-ରାୟଗଡା (ସ୍ୱତନ୍ତ୍ର)
  • ପୁରୀ-ଅନୁଗୁଳ
  • ପୁରୀ-କଟକ