ଏହି ଦେଶରେ ହୋଇପାରେ IPL 2021ର ବଳକା ମ୍ୟାଚ୍
Advertisement

ଏହି ଦେଶରେ ହୋଇପାରେ IPL 2021ର ବଳକା ମ୍ୟାଚ୍

ପୁଣି ଥରେ ଏହି ଫଟାଫଟ କ୍ରିକେଟ ଆରମ୍ଭ କରିବାନେଇ BCCI ଯୋଜନା କରୁଛି। ତେବେ ଏଥର ଭାରତରେ ହେବ ନାହିଁ ବୋଲି ବୋର୍ଡ ସ୍ପଷ୍ଟ କରିଛି।

ଫାଇଲ ଫଟୋ

ନୂଆଦିଲ୍ଲୀ: କୋରୋନାର ଅଟକାଇ ଦେଲା  IPL 2021। ଭାରତରେ ମହାମାରୀର ଦ୍ୱିତୀୟ ଲହର ମଧ୍ୟରେ IPL ଆରମ୍ଭ ହୋଇଥିଲା। କିନ୍ତୁ ଅନେକ ଖେଳାଳି କୋରୋନା ପଜିଟିଭ୍ ଚିହ୍ନଟ ପରେ ଟୁର୍ଣ୍ଣାମେଣ୍ଟକୁ ବାତିଲ କରାଯାଇଛି। କିନ୍ତୁ ପୁଣି ଥରେ ଏହି ଫଟାଫଟ କ୍ରିକେଟ ଆରମ୍ଭ କରିବାନେଇ BCCI ଯୋଜନା କରୁଛି। ତେବେ ଏଥର ଭାରତରେ ହେବ ନାହିଁ ବୋଲି ବୋର୍ଡ ସ୍ପଷ୍ଟ କରିଛି।

IPL 2021ର ପ୍ରାୟ ଅଧା ମ୍ୟାଚ ସରିଛି, କିନ୍ତୁ ଏବେ ବି ୩୧ଟି ମ୍ୟାଚ ଖେଳାଯିବାର ଅଛି। କିନ୍ତୁ ଏହି ବଳକା ମ୍ୟାଚ ଭାରତରେ ହେବ ନାହିଁ। ଚଳିତବର୍ଷ ଶେଷ ବେଳକୁ IPL 2021ର ବଳକା ୩୧ଟି ମ୍ୟାଚ ଆୟୋଜନ କରିବାକୁ BCCI ଯୋଜନା କରୁଛି। ଏଥିପାଇଁ ବିକଳ୍ପ ଭେନ୍ୟୁ ଖୋଜା ବି ଚାଲିଛି। ଆଗକୁ T20 ବିଶ୍ୱକପ ମଧ୍ୟ ଅଛି। ତେଣୁ ସବୁ ଦୃଷ୍ଟିକୁ ଦେଖି UAE, ବ୍ରିଟେନ କମ୍ବା ଅଷ୍ଟ୍ରେଲିଆରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇପାରେ।

Also Read: ଅଟକିଲା IPL 2021, ଖେଳାଳି କୋରୋନା ପଜିଟିଭ୍ ପରେ ଟୁର୍ଣ୍ଟାମେଣ୍ଟ ସ୍ଥଗିତ

ପୂର୍ବରୁ UAE ନିକଟରେ IPL 2014 ଓ IPL 2020 ଆୟୋଜନ କରିବାର ଅଭିଜ୍ଞତା ଅଛି। ଭାରତରେ ହେବାକୁ ଥିବା T20 ବିଶ୍ୱକପ ସ୍ଥାନାନ୍ତର ହେବାର ସମ୍ଭାବନା ଅନେକ। ଯଦି UAEରେ ଉଭୟ IPL 2021 ଓ T20 ବିଶ୍ୱକପ ଆୟୋଜନ ହୁଏ, ତେବେ ଭାରତୀୟ ଖେଳାଳିଙ୍କ ପାଇଁ ଅନେକ ସୁବିଧା ହେବ। ସେପ୍ଚେମ୍ୱର ୧୪ରେ ଇଂଲଣ୍ଡ ଗସ୍ତ ଶେଷ କରି ସେମାନେ ଭାରତ ନଫେରି UAEରେ IPL ଖେଳି ଫେରିବ।

IPL 2021 ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ପାଇଁ ଇଂଲଣ୍ଡ (England) ମଧ୍ୟ ଏକ ଉପଯୁକ୍ତ ଭେନ୍ୟୁ ହୋଇପାରେ। ବର୍ଷ ଶେଷ ବେଳକୁ ସେଠାକାର ପାଗ କ୍ରିକେଟ ପାଇଁ ବେଶ ଅନୁକୂଳ। ଭାରତର ମଧ୍ୟ ଇଂଲଣ୍ଡ ଗସ୍ତ କରିବାର କାର୍ଯ୍ୟକ୍ରମ ଅଛି। IPLରେ ଇଂଲଣ୍ଡର ଅନେ଼କ ଖାଳାଳି ଅଛନ୍ତି। ଆଉ ସେଠାକାର ଖେଳଳିଙ୍କୁ IPL ଖେଳିବାକୁ ଅନ୍ୟ ଦେଶକୁ ଯିବାକୁ ପଡିବ ନାହିଁ। 

Also Read: କୋରୋନା କାଳେ କେମିତି ହେବ T20 ବିଶ୍ୱକପ? BCCI ଦେଲା ବଡ ବୟାନ

ସେହିପରି BCCIର ଶେଷ ବିକଳ୍ପ ହେଉଛି ଅଷ୍ଟ୍ରେଲିଆ (Australia)। କିନ୍ତୁ ବର୍ତ୍ତମାନ ସମୟରେ ଏହି ଦେଶକୁ ଯିବା ସମ୍ଭବପର ନୁହଁ। କାରଣ ସେଠାକାର ସରକାର ଭାରତରୁ ବିମାନ ଉଡାଣ ବାତିଲ କରିଛି। କିନ୍ତୁ ସ୍ଥିତି ସୁଧୁରେ ତେବେ ଅଷ୍ଟେଲିଆରେ IPL 2021 ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ସମ୍ଭବ ହୋଇପାରେ। ଏପରି କି T20 ବିଶ୍ୱକପ ମଧ୍ୟ ଅଦଳ ବଦଳ କରିବାକୁ ମଧ୍ୟ ପ୍ଲାନିଂ ଚାଲିଥିବା ନେଇ ସୂତ୍ରରୁ ସୂଚନା ମିଳିଛି।

ବର୍ଷ ଶେଷରେ IPL 2021 ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚକୁ ବିନା ସମସ୍ୟାରେ ଆୟୋଜନ କରିବାକୁ BCCI ଲକ୍ଷ୍ୟ ରଖିଛି। ଏଥିପାଇଁ UAE, ବ୍ରିଟେନ କମ୍ବା ଅଷ୍ଟ୍ରେଲିଆକୁ ବିକଳ୍ପ ଭେନ୍ୟୁ ଭାବେ ରଖିଛି। ଯଦି IPL 2021ର ବଳକା ମ୍ୟାଚ ଭାରତ ବାହାରେ ହୁଏ, ତେବେ ଏହି ସମୟରେ ଜୈବ ବଳୟକୁ କଡାକଡି କରାଯିବ।