ପୁଣି ବଢିବ କୋଳାହଳ, ସରସ୍ୱତୀ ପୂଜା ପରେ ଖୋଲିବ ସ୍କୁଲ !
Advertisement

ପୁଣି ବଢିବ କୋଳାହଳ, ସରସ୍ୱତୀ ପୂଜା ପରେ ଖୋଲିବ ସ୍କୁଲ !

ସ୍କୁଲ ଖୋଲିବା ସପକ୍ଷରେ ମତ ଦେଇଛନ୍ତି ଶିକ୍ଷାବିତ୍ । ଯୁକ୍ତ ଦୁଇରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଟିକାକରଣ ସରିଥିବାରୁ କୋଭିଡ କଟକଣା ମଧ୍ୟରେ ପିଲାଙ୍କ ଭବିଷ୍ୟତକୁ ଦେଖି ଶ୍ରେଣୀ ଖୋଲିବାର ଆବଶ୍ୟକ ରହିଥିବା ସେ କହିଛନ୍ତି ।

 

ପୁଣି ବଢିବ କୋଳାହଳ, ସରସ୍ୱତୀ ପୂଜା ପରେ ଖୋଲିବ ସ୍କୁଲ !

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର: ସ୍ୱାଭାବିକ ହେଉଛି କୋରୋନା ସ୍ଥିତି, ସ୍କୁଲ ଖୋଲିବା ସମ୍ଭାବନା ବଢୁଛି। ରାଜ୍ୟରେ ଧିରେ ଧିରେ କୋରୋନା ସ୍ଥିତି ସ୍ବାଭାବିକ ହେଉଥିବା ହେତୁ ଚଳିତ ଫେବୃଆରୀ ମାସରେ ସ୍କୁଲ ଖୋଲିବା ଆଶା ସଂଚାର ହୋଇଛି । ଏପରିକି ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଏପଟେ ମୁଣ୍ଡ ଉପରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ବୋର୍ଡ ପରିକ୍ଷା ଥିବାରୁ ଶୀଘ୍ର ସ୍କୁଲ ଖୋଲିବାକୁ ଦାବି ଉଠିଛି । 

ଖୋଲିବ କି ସ୍କୁଲ ? ପୁଣି ବିଦ୍ୟାଳୟ ମାଟି ମାଡିବେ କି ଛାତ୍ରୀଛାତ୍ର ? ରାଜ୍ୟ ସରକାରଙ୍କ ଫେବୃଆରୀ ମାସ ଗାଇଡ଼ ଲାଇନ ଆସିବା ପରେ ଶିକ୍ଷାନୁଷ୍ଠାନ ଖୋଲିବାର ପ୍ରାକ୍ ସଂକେତ ମିଳିଛି । ଆସନ୍ତା ସ୍ୱରସ୍ୱତୀ ପୂଜା ପାଇଁ ସୀମିତ ଛାତ୍ରଛାତ୍ରୀଙ୍କୁ ଅନୁମତି ମିଳିଛି । ସେପଟେ ରାଜ୍ୟରେ ଏବେ ସଂକ୍ରମଣ ମଧ୍ୟ ତଳ ମୁହାଁ ହେଉଛି । ବାହାର ରାଜ୍ୟରେ ଶିକ୍ଷାନୁଷ୍ଠାନ ସ୍ବାଭାବିକ ହେଲାଣି । ତେବେ ଆମ ରାଜ୍ୟରେ କୋରୋନା ସ୍ଥିତି ଦେଖି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ହଠାତ ସ୍ଲୁଲ ଖୋଲିଲେ ବିପଦ ରହିଛି । ତେଣୁ ଖୁବ ଶୀଘ୍ର କ୍ରମିକ ଭିତ୍ତିରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ଚିନ୍ତା କରୁଥିବା ସେ କହିଛନ୍ତି । ଏପଟେ ସ୍କୁଲ ଖୋଲିବା ସପକ୍ଷରେ ମତ ଦେଇଛନ୍ତି ଶିକ୍ଷାବିତ୍ । ଯୁକ୍ତ ଦୁଇରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଟିକାକରଣ ସରିଥିବାରୁ କୋଭିଡ କଟକଣା ମଧ୍ୟରେ ପିଲାଙ୍କ ଭବିଷ୍ୟତକୁ ଦେଖି ଶ୍ରେଣୀ ଖୋଲିବାର ଆବଶ୍ୟକ ରହିଥିବା ସେ କହିଛନ୍ତି ।

ସେପଟେ ବର୍ତ୍ତମାନ ଜାରି ରହିଥିବା ଅନଲାଇନ ପାଠପଢା ଦ୍ୱାରା ପିଲାଙ୍କ ମନରେ ଅନେକ ଦ୍ୱନ୍ଦ ଦୂର ହୋଇପାରୁ ନଥିବା ଛାତ୍ରଛାତ୍ରୀ କହିଛନ୍ତି । ଏହାସହ ମୁଣ୍ଡ ଉପରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ରହିଛି, ହେଲେ ଏଯାଏଁ ଆହୁରି ଅର୍ଦ୍ଧାଧିକ ସିଲାବସ୍ ବାକି ରହିଛି । ତେଣୁ ବର୍ତ୍ତମାନ ସମୟରେ ସଂକ୍ରମଣ କମିଥିବାରୁ ଶ୍ରେଣୀ ଗୃହ ଖୋଲିବାର ଆବଶ୍ୟକତା ରହିଥିବା ଛାତ୍ରଛାତ୍ରୀ ମହଲରେ ଦାବି ହୋଇଛି । ସେପଟେ ଠିକ ସେହିପରି ଗୁଣାତ୍ମକ ଶିକ୍ଷା ପାଇଁ ସ୍କୁଲ କଲେଜ ନିହାତି ଖୋଲିବାର ଆବଶ୍ୟକତା ଥିବା ଅବିଭାବକ ମାନେ କହିଛନ୍ତି ।

ପୂର୍ବରୁ ଦ୍ୱିତୀୟ ଲହର ପରେ ଶ୍ରେଣୀ ଗୃହ ପାଠପଢା ସ୍ୱଭାବିକ ଚାଲିଥିଲା । ହେଲେ ତୃତୀୟ ଲହର ଭୟରେ ପ୍ରାୟ ମାସେ ହେବ ପୁଣି ଥରେ ଅଫଲାଇନ ପାଠପଢାରେ ଡୋରି ଲାଗିଛି । ବର୍ତ୍ତମାନ ପରୀକ୍ଷା ଚିନ୍ତା ଥିବାରୁ ବିଭିନ୍ନ ମହଲରେ ଶିକ୍ଷାନୁଷ୍ଠାନ ଖୋଲିବା ଦାବି ଜୋର ଧରିଛି, ରାଜ୍ୟ ସରକାର ମଧ୍ୟ ଶିକ୍ଷାନୁଷ୍ଠାନ ଖୋଲିବାକୁ ପ୍ରସ୍ତୁତ ହେଉଥିବା ଜଣା ପଡ଼ିଛି । ଅପେକ୍ଷା ପୁଣି ଶିକ୍ଷାନୁଷ୍ଠାନ ଖୋଲିବାକୁ କେବେ ଗ୍ରୀନ ସିଗନାଲ୍ ମିଳୁଛି ।