ସାବଧାନ, ଆପଣ ବିଦ୍ୟୁତ୍ ବିଲ ବାକି ରଖିଛନ୍ତି କି ?ଆପଣଙ୍କ ଘରୁ କାଟି ଦିଆଯିବ ବିଦ୍ୟୁତ୍
Advertisement
Article Detail0/zeeodisha/odisha613909

ସାବଧାନ, ଆପଣ ବିଦ୍ୟୁତ୍ ବିଲ ବାକି ରଖିଛନ୍ତି କି ?ଆପଣଙ୍କ ଘରୁ କାଟି ଦିଆଯିବ ବିଦ୍ୟୁତ୍

ପ୍ରଥମେ ଫିଡକୋ ସରକାରୀ କାର୍ଯ୍ୟାଳୟ ଏବଂ ପ୍ରଭାବଶାଳୀ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ବିଲ ଆଦାୟ କରିବା ପାଇଁ ଦାବି କରିଛନ୍ତି ଗ୍ରାମାଞ୍ଚଳ ବିଦ୍ୟୁତ୍ ଉପଭୋକ୍ତା

ସାବଧାନ, ଆପଣ ବିଦ୍ୟୁତ୍ ବିଲ ବାକି ରଖିଛନ୍ତି କି ?ଆପଣଙ୍କ ଘରୁ କାଟି ଦିଆଯିବ ବିଦ୍ୟୁତ୍

ଭୁବନେଶ୍ୱର: ସାବଧାନ, ଆପଣ ବିଦ୍ୟୁତ୍ ବିଲ ବାକି ରଖିଛନ୍ତି କି ? ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ବକେୟା ବିଲ ପୈଠ ନ କଲେ ଆପଣଙ୍କ ଘରୁ ବିଦ୍ୟୁତ୍ କାଟି ଦିଆଯିବ । ଏଭଳି ଚରମବାଣୀ ଶୁଣାଇଛି ସେସୁ । ଆର୍ଥିକ ମାନ୍ଦା ଅବସ୍ଥାରେ ଗତି କରୁଥିବା ବିଦ୍ୟୁତ୍ ବଣ୍ଟନକାରୀ ସଂସ୍ଥା ସେସୁ ନେଇଛି ଏଭଳି ଚରମ ପଦକ୍ଷେପ । ଏହାକୁ ନେଇ ନୟାଗଡରେ ସରକାରୀ , ବେସରକାରୀ ଓ ସାଧାରଣ ବିଦ୍ୟୁତ୍ ଉପଭୋକ୍ତା ଛାନିଆ । ସେପଟେ ସୀମିତ ସମୟ ମଧ୍ୟରେ କିଭଳି ବକେୟା ଟଙ୍କା ପୈଠ କରିବେ, ତାକୁ ନେଇ ସାଧାରଣ ବିଦ୍ୟୁତ୍ ଉପଭୋକ୍ତା ଚିନ୍ତାରେ ଥିବା ବେଳେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଲକ୍ଷାଧିକ ଟଙ୍କା ବାକି ପଡିଥିବାରୁ ଏବେ ଅଡୁଆରେ ଜିଲ୍ଲା ପ୍ରଶାସନ । 

ଘରୋଇ ହେଉ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନ, ଏକ ମାସରୁ ଅଧିକ ଦିନ ଧରି ବିଦ୍ୟୁତ୍ ବିଲ ପୈଠ ନ କଲେ ତୁରନ୍ତ କାଟି ଦିଆଯିବ ବିଦ୍ୟୁତ୍ ସଂଯୋଗ ।ନୟାଗଡ଼ରେ ସେସୁ ଅଧୀନରେ କାର୍ଯ୍ୟ କରୁଥିବା ବିଦ୍ୟୁତ୍ ବଣ୍ଟନକାରୀ ସଂସ୍ଥା ଫିଡକୋ, ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ଏଭଳି କଡ଼ା ଚେତାବନୀ ଦେଇଛି । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସେସୁ  ଏଭଳି କଡ଼ା ନିର୍ଦ୍ଦେଶ ଦେବା ପରେ ତତ୍ପର ହୋଇ ଉଠିଛି ଫିଡକୋ । ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ପକାଇଛି ଚାପ ।  ଆସନ୍ତା ଜାନୁଆରୀ ୧୫ ତାରିଖ ସୁଦ୍ଧା ବକେୟା ରଖିଥିବା ଟଙ୍କା ତୁରନ୍ତ ପୈଠ କରିବା ପାଇଁ ଦେଇଛି ଚେତାବନୀ । ବିଦ୍ୟୁତ୍ ବିଲ ପୈଠ ନ କଲେ ଆପଣଙ୍କ ଘରୁ ବିଦ୍ୟୁତ୍ ସଂଯୋଗ କାଟି ଦିଆଯିବ । ଫିଡକୋର ଏଭଳି ଘୋଷଣା ପରେ ଜିଲ୍ଲାର ୨ ଲକ୍ଷରୁ ଅଧିକ ବିଦ୍ୟୁତ ଉପଭୋକ୍ତା ଏବେ ଛାନିଆ ହୋଇପଡ଼ିଛନ୍ତି । ସୀମିତ ସମୟ ଭିତରେ କିଭଳି ବକେୟା ଟଙ୍କା ପୈଠ କରିବେ ତାକୁ ନେଇ ସାଧାରଣ ଉପଭୋକ୍ତା ଚିନ୍ତାରେ ଥିବା ବେଳେ କିଭଳି ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଲକ୍ଷାଧିକ ଟଙ୍କାର ବକେୟା ବିଲ ପଡ଼ିରହିଛି ତାକୁ ନେଇ ଉଠାଇଛନ୍ତି ପ୍ରଶ୍ନ । ମାସେ କି ଦୁଇ ମାସ ନୁହେଁ, ବର୍ଷବର୍ଷ ଧରି ସରକାରୀ କାର୍ଯ୍ୟାଳୟରେ ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍ ବିଲ ପଡ଼ି ରହିଥିବା ବେଳେ କାହିଁକି ସେମାନଙ୍କ ବିଦ୍ୟୁତ୍ ସଂଯୋଗ କଟା ଯାଉନାହିଁ, ପାଲଟା ପ୍ରଶ୍ନ କରିଛନ୍ତି ସାଧାରଣ ବିଦ୍ୟୁତ୍ ଉପଭୋକ୍ତା ।ପ୍ରଥମେ ଫିଡକୋ ସରକାରୀ କାର୍ଯ୍ୟାଳୟ ଏବଂ ପ୍ରଭାବଶାଳୀ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ବିଲ ଆଦାୟ କରିବା ପାଇଁ ଦାବି କରିଛନ୍ତି ଗ୍ରାମାଞ୍ଚଳ ବିଦ୍ୟୁତ୍ ଉପଭୋକ୍ତା ।

ତେବେ ଆସନ୍ତୁ ନଜର ପକାଇବା ନୟାଗଡ଼ ସହରରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ଗତ ନଭେମ୍ବର ମାସ ସୁଦ୍ଧା ଜିଲ୍ଲାର ୩୯ଟି ବିଭାଗରେ ୨କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଦ୍ୟୁତ୍ ବିଲ ବାକି  । ଖୋଦ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଦେବୋତ୍ତର ବିଭାଗରେ ଦୀର୍ଘଦିନ ଧରି ୧୮ ଲକ୍ଷ ୯୮ ହଜାର ୩୯୧ଟଙ୍କା ବକେୟା ବିଲ୍ ପଡ଼ି ରହିଥିବା ବେଳେ, ଜନସ୍ଵାସ୍ଥ୍ୟ ଭଳି ଗୁରୁତ୍ଵପୁର୍ଣ୍ଣ ବିଭାଗରେ ପଡ଼ିରହିଛି ୪୦ ଲକ୍ଷ ୨୩ ହଜାର ୪୨୫ ଟଙ୍କା । ସେହିଭଳି କେନ୍ଦ୍ରୀୟ ସଂସ୍ଥା ବିଏସଏନଏଲ କାର୍ଯ୍ୟାଳୟରେ ପଡ଼ିରହିଛି ୩୪ ଲକ୍ଷ ୬୦ ହଜାର ଟଙ୍କା ବକେୟା ବିଲ୍ । ଏହାବ୍ୟତୀତ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଠାରୁ ଅ।ରମ୍ଭ କରି କୃଷି ,ଶିକ୍ଷା ,ଜଳସମ୍ପଦ ,ବାଣିଜ୍ୟ ଓ ପରିବହନ ବିଭାଗ, ସମବାୟ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଆଦି ବିଭାଗରେ ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍ ବିଲ ପଡ଼ିରହିଛି । ସେହିଭଳି ବେସରକାରୀ ସଂସ୍ଥା, ହୋଟେଲ, ମଲ ଏବଂ ସାଧାରଣ ଉପଭୋକ୍ତାଙ୍କ ଉପରେ ମାସ ମାସ ଧରି ବକେୟା ବିଲ ପଡ଼ି ରହିଥିବାରୁ ବିଦ୍ୟୁତ୍ ବଣ୍ଟନରେ ବାଧା ଉପୁଜିଥିବା କହିଛନ୍ତି ଫିଡକୋ ଅଧିକାରୀ । ସେପଟେ ସରକାରୀ ନିୟମ ଅନୁସାରେ କୌଣସି କାର୍ଯ୍ୟାଳୟରେ ବିଦ୍ୟୁତ୍ ବିଲ ବାକି ରହିବ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ଏବଂ ସେସୁର ନିଷ୍ପତ୍ତିକୁ ସମର୍ଥନ ଜଣାଇଛନ୍ତି କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ  ।

ବିଦ୍ୟୁତ୍ ବିଲ ଖିଲାପକାରୀଙ୍କ ଉପରେ ସେସୁର ଏପରି ପଦକ୍ଷେପ ସ୍ଵାଗତଯୋଗ୍ୟ ହୋଇଥିବା ବେଳେ ଭିତ୍ତିଭୂମିର ବିକାଶ ସହ ଉପଭୋକ୍ତାଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବାରେ ସେସୁ କେତେ ସଫଳ ହେଉଛି ତାକୁ ଅପେକ୍ଷା  ।