ସାବଧାନ! ଆପଣ ମଧ୍ୟ ସୁନା ଦୋକାନୀଙ୍କ ଠାରୁ ହୋଇ ପାରନ୍ତି ଠକାମୀର ଶିକାର
Advertisement

ସାବଧାନ! ଆପଣ ମଧ୍ୟ ସୁନା ଦୋକାନୀଙ୍କ ଠାରୁ ହୋଇ ପାରନ୍ତି ଠକାମୀର ଶିକାର

ଠକାମି ଯୋଗୁ ପ୍ରମୁଖ ସୁନା ଦୋକାନରୁ ଜୋରିମାନା ମଧ୍ୟ ଆଦାୟ କରାଯାଇଛି । ମନ୍ତ୍ରୀଙ୍କ କହିବା ଅନୁଯାୟୀ ଏସବୁ ନାମୀଦାମୀ ସୁନା ଦୋକାନଗୁଡିକ ଠକୁଛନ୍ତି । ୧୪ କ୍ୟାରେଟର ସୁନା ଦେଇ ୨୨ କ୍ୟାରେଟର ଦାମ ନେଉଛନ୍ତି । ତେଣୁ ସୁନାର ଦର ଗୋଟିଏ ସହରରେ ଗୋଟିଏ ହେବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି । 

ସାବଧାନ! ଆପଣ ମଧ୍ୟ ସୁନା ଦୋକାନୀଙ୍କ ଠାରୁ ହୋଇ ପାରନ୍ତି ଠକାମୀର ଶିକାର

ଭୁବନେଶ୍ୱର: ଲାଲଚାନ୍ଦ ଜୁଏଲର୍ସ, ଖିମଜି ଜୁଏଲର୍ସ, କଲ୍ୟାଣୀ ଜୁଏଲର୍ସ ଆଦି ବଡ ବଡ ସୁନା ଦୋକାନରୁ ସୁନା କିଣୁଛନ୍ତି କି ?  ତେବେ ସାବଧାନ...ଚିକମିକ ବିଲଡିଂ ଏବଂ ଭଳିକି ଭଳି ଉପହାର ଲୋଭରେ ବଡ ବଡ ସୁନା ଦୋକାନରେ ସୁନା କିଣିବା ଆପଣଙ୍କୁ ମହଙ୍ଗା ପଡିପାରେ । ଏ କଥା ଆମେ କହୁନୁ । ଖାଦ୍ୟ ଯୋଗାଣ ବିଭାଗର ଚଢାଉ ପରେ ଏ ସବୁ ସ୍ପଷ୍ଟ ହୋଇଯାଇଛି । ଏପରିକି ଏ ସଂପର୍କରେ ଖୋଦ ଖାଦ୍ୟ ଯୋଗାଣ ମନ୍ତ୍ରୀ ବଡ ବଡ ସୁନା ଦୋକାନର ଠକାମି ସଂପର୍କରେ ଖୋଲାଖୋଲି କହିଛନ୍ତି ।

ଠକାମି ଯୋଗୁ ପ୍ରମୁଖ ସୁନା ଦୋକାନରୁ ଜୋରିମାନା ମଧ୍ୟ ଆଦାୟ କରାଯାଇଛି । ମନ୍ତ୍ରୀଙ୍କ କହିବା ଅନୁଯାୟୀ ଏସବୁ ନାମୀଦାମୀ ସୁନା ଦୋକାନଗୁଡିକ ଠକୁଛନ୍ତି । ୧୪ କ୍ୟାରେଟର ସୁନା ଦେଇ ୨୨ କ୍ୟାରେଟର ଦାମ ନେଉଛନ୍ତି । ତେଣୁ ସୁନାର ଦର ଗୋଟିଏ ସହରରେ ଗୋଟିଏ ହେବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି । ସୁନା ଦୈନନ୍ଦିନ ଜୀବନର ଆବଶ୍ୟକତା ହୋଇଥିବାରୁ ଲୋକେ ଠକାମିରେ କିଭଳି ନ ପଡିବେ ସେ ନେଇ ସରକାର ତତ୍ପର ବୋଲି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି ।

ଖୁବ ଶୀଘ୍ର ସବୁ ସୁନା ଦୋକାନକୁ ନୋଟିସ କରାଯିବା ସହ ଦୋକାନୀ ନିଜକୁ ରେଜିଷ୍ଟ୍ରି ଭୁକ୍ତ କରିବା ବାଧ୍ୟତାମୂଳକ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଏପରିକି ଆଗକୁ ଯେଉଁ ଦୋକାନୀମାନେ ୧୨, ୧୪, ୨୨ କ୍ୟାରେଟର ସୁନା ରଖି ବେପାର କରିବେ,  ସେମାନେ ତାହାର ଦାମ ପ୍ରଦର୍ଶିତ କରିବା ବାଧ୍ୟତାମୂଳକ ହେବ ବୋଲି କୁହାଯାଇଛି । ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଅନୁଯାଯ଼ୀ ସମସ୍ତେ ହଲମାର୍କ ସୁନା ରଖିବେ । ୨୦୨୦ ଜାନୁୟାରୀ ୨୦ରେ ଭାରତ ସରକାର ବିଜ୍ଞପ୍ତି ପ୍ରକାଶ କରିବେ ଏବଂ ସମସ୍ତ ସୁନା ଦୋକୀନୀ ବିଆଇଏସ ହଲମାର୍କ ଲେଖିବାକୁ ବାଧ୍ୟ ।

୨୦୨୧ ପର ଠାରୁ କରି ନ ଥିଲେ ଦୋକାନୀ ଉତ୍ତରଦାୟୀ ରହିବେ ବୋଲି ମନ୍ତ୍ରୀ କଡା ଭାଷାରେ କହିଛନ୍ତି । ଏପରିକି ଏବେଠୁ ଠକାମି ନ କରି ସୁଧୁରି ଯିବାକୁ ମନ୍ତ୍ରୀ ସୁନା ଦୋକାନୀଙ୍କୁ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ଏ ଯାଏ ସମସ୍ତ ସୁନା ଦୋକାନ ପାଇଁ ହଲମାର୍କ ବାଧ୍ୟତାମୂଳକ କରାଯାଇ ନାହିଁ । ସେହି ଦୃଷ୍ଟିକୋଣରୁ କିଛି ଦୋକାନ ବିନା ହଲମାର୍କରେ ଗହଣା ବ୍ୟବସାୟ କରୁଛନ୍ତି । କିନ୍ତୁ ବଡ ବଡ ଦୋକାନୀ ବହୁ ପୂର୍ବରୁ ହଲମାର୍କ ଥିବା ଗହଣା ବ୍ୟବସାୟ କରୁଥିବା ବେଳେ କୌଣସି ଠକାମି କରାଯାଇ ନ ଥିବା ଗହଣା ଦୋକାନ ମାଲିକଙ୍କ ପକ୍ଷରୁ କୁହାଯାଇଛି ।