Potato Price Hike: ଟମାଟୋ ପରେ ଲୋକଙ୍କୁ କନ୍ଦାଉଛି ଆଳୁ, ଜାଣନ୍ତୁ ଆଜି ରାଜ୍ୟରେ କେଉଁଠି କେତେ ଅଛି ରେଟ୍?
Advertisement
Article Detail0/zeeodisha/odisha2355199

Potato Price Hike: ଟମାଟୋ ପରେ ଲୋକଙ୍କୁ କନ୍ଦାଉଛି ଆଳୁ, ଜାଣନ୍ତୁ ଆଜି ରାଜ୍ୟରେ କେଉଁଠି କେତେ ଅଛି ରେଟ୍?

Potato Price Hike: ରାଜ୍ୟରେ ଆଳୁ ସଙ୍କଟ। ଯେଉଁଠି ବି ମିଳୁଛି ଦର ୬୦ ଉପରେ ରହିଛି । ପରବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଏବେ ଟମାଟୋ ପରେ ଆଳୁ ଦର ଲୋକଙ୍କ ଚିନ୍ତା ବଢାଇଛି। ତେବେ, ଜାଣନ୍ତୁ ରାଜ୍ୟର ପ୍ରମୁଖ ସହର ଗୁଡିକରେ କେତେ ରହିଛି ଆଳୁ ରେଟ୍...

Potato Price Hike: ଟମାଟୋ ପରେ ଲୋକଙ୍କୁ କନ୍ଦାଉଛି ଆଳୁ, ଜାଣନ୍ତୁ ଆଜି ରାଜ୍ୟରେ କେଉଁଠି କେତେ ଅଛି ରେଟ୍?

Potato Price Hike: ରାଜ୍ୟରେ ଆଳୁ ସଙ୍କଟ। ଯେଉଁଠି ବି ମିଳୁଛି ଦର ୬୦ ଉପରେ ରହିଛି । ପରବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଏବେ ଟମାଟୋ ପରେ ଆଳୁ ଦର ଲୋକଙ୍କ ଚିନ୍ତା ବଢାଇଛି।  ସପ୍ତାହକ ତଳେ ବଜାରରେ ଆଳୁ ଦର ଥିଲା ୩୦ ଟଙ୍କା। ରାଜ୍ୟରେ ଏବେ ଖୁଚୁରା ବଜାରରେ ଦର ପ୍ରାୟ ୬୦ ଛୁଇଁଲାଣୀ। ପଶ୍ଚିମବଙ୍ଗରେ ଆଳୁ ଟ୍ରକ୍ ଧର୍ମଘଟ ଫଳରେ ଆଳୁ ଆସିପାରୁନ ଥିବାରୁ ଦର ବୃଦ୍ଧି ପାଇଥିବା କୁହାଯାଉଛି।  ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିଥାଏ ଓଡି଼ଶା । ପଶ୍ଚିମବଙ୍ଗରେ ଶୀତଳଭଣ୍ତାରର ମାଲିକଙ୍କ ଧର୍ମଘଟର ପ୍ରଭାବ ଯୋଗୁଁ ସିଧାସଳଖ ପ୍ରଭାବ ଓଡିଶା ପରିବା ବଜାର ଉପରେ ପଡିଛି। 

ALSO READ: August Grah Gochar 2024: ଅଗଷ୍ଟରେ ତ୍ରିଗ୍ରାହୀ ଯୋଗର ପ୍ରଭାବ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ!

ALSO READ: Today Horoscope: ଏହିସବୁ ରାଶି ପାଇଁ ଆଜି ବଢିପାରେ ଅଡ଼ୁଆ, ରୁହନ୍ତୁ ସତର୍କ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ସୂଚନାଯୋଗ୍ୟ ଯେ, ଗତକାଲି  ବାଲେଶ୍ବର ଜିଲ୍ଲାର ଜଳେଶ୍ବର ସୀମାରେ ଆଳୁ ବୋଝେଇ ଟ୍ରକ୍ ଅଟକି ରହିଥିଲା। ସୋନାକଣିଆ ନିକଟରେ ପଶ୍ଚିମବଙ୍ଗ ପୋଲିସ୍ ଟ୍ରକ୍ କୁ ଅଟକାଇ ରଖିଥିଲା। ତେବେ, ଓଡି଼ଶା ସୀମାନ୍ତ ରୁ ଟ୍ରକକୁ ଫେରାଇ ନେଲା ପଶ୍ଚିମବଙ୍ଗ ପ୍ରଶାସନ।  ଘଟଣାସ୍ଥଳରେ ମେଦିନିପୁର ଜିଲ୍ଲାର ଅତିରିକ୍ତ ଏସପି ସୌମିକ୍ ସେନଗୁପ୍ତା ପହଞ୍ଚି ଟ୍ରକ୍ ଫେରାଇ ନେଇଛନ୍ତି। ଗତକାଲି ଠାରୁ ୬୦ ନମ୍ବର ଜାତୀୟ ରାଜପଥ ସୋନାକଣି ଚେକପୋଷ୍ଟରେ ଅଟକି ରହିଥିଲା ୨୦୦ରୁ ଅଧିକ ଆଳୁ ବୋଝେଇ ଟ୍ରକ୍ । ସେପଟେ, ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ଆମଦାନୀ କମୁଥିବାରୁ ଓଡ଼ିଶା ବଜାର ଗୁଡିକରେ ଦର ବୃଦ୍ଧି ହେଉଥିବା କହିଛନ୍ତି ବ୍ୟବସାୟୀ। ସେପଟେ,ରାଜ୍ୟରେ ଯେଉଁଠି ବି ଆଳୁ ମିଳୁଛି ଦର  ୬୦ ଉପରେ। କଟକର ଆଳୁ ଦର ୬୦ ରହିଥିବା ବେଳେ ଭୁବନେଶ୍ବରରେ ୪୫, ବ୍ରହ୍ମପୁରରେ ୫୦, ବାଲୁଗାଁରେ ୬୦, ମାଲକାନଗିରିରେ ୪୦ ଓ ମୟୂରଭଂଜରେ ଦର ୪୦ ରହିଛି। ଅଚାନକ୍ ଆଳୁଦର ବୃଦ୍ଧିକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।