ପୁରୁଣା ଗାଡ଼ି ମାଲିକଙ୍କୁ ଆଶ୍ୱସ୍ତି
Advertisement
Article Detail0/zeeodisha/odisha601807

ପୁରୁଣା ଗାଡ଼ି ମାଲିକଙ୍କୁ ଆଶ୍ୱସ୍ତି

ଶେଷରେ ଆଶ୍ୱସ୍ତ ହୋଇଛନ୍ତି ପୁରୁଣା ଗାଡ଼ି ମାଲିକ । କାରଣ ବନ୍ଦ ହେବନି ୧୫ ବର୍ଷର ପୁରୁଣା ଗାଡ଼ି । ରାସ୍ତାରେ ଚାଲିପାରିବ ୧୫ ବର୍ଷରୁ ଅଧିକ ସମୟ ଧରି ଗଡ଼ିଥିବା ଗାଡ଼ି । ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ପରିବହନ ବିଭାଗ ।  ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ।  

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ଶେଷରେ ଆଶ୍ୱସ୍ତ ହୋଇଛନ୍ତି ପୁରୁଣା ଗାଡ଼ି ମାଲିକ । କାରଣ ବନ୍ଦ ହେବନି ୧୫ ବର୍ଷର ପୁରୁଣା ଗାଡ଼ି । ରାସ୍ତାରେ ଚାଲିପାରିବ ୧୫ ବର୍ଷରୁ ଅଧିକ ସମୟ ଧରି ଗଡ଼ିଥିବା ଗାଡ଼ି । ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ପରିବହନ ବିଭାଗ ।  ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ।  

ନୂଆ ଟ୍ରାଫିକ୍ ନିୟମ ଲାଗୁ ହୋଇସାରିଛି । ଏପରି କ୍ଷେତ୍ରରେ ୧୫ ବର୍ଷ ଧରି ଗଡ଼ିଥିବା ଗାଡ଼ି ବନ୍ଦ କରିବା ପାଇଁ ସରକାର କୌଣସି ନିଷ୍ପତ୍ତି ନେଇନଥିବା ସୂଚନା ମିଳିଛି ।  ତେବେ, ଏଭଳି ପୁରୁଣା ଗାଡ଼ି ଚଳାଇବାକୁ ହେଲେ କିଛି ସର୍ତ୍ତାବଳୀ ଗାଡ଼ି ମାଲିକ ମାନିବାକୁ ବାଧ୍ୟ ।  ୧୫ ବର୍ଷରୁ ଅଧିକ ସମୟ ଧରି ଗାଡ଼ି ଗଡ଼ିଥିଲେ ଆରଟିଓରୁ ଗାଡ଼ିର ରେଜିଷ୍ଟ୍ରେସନ ରେନ୍ୟୁ କରିବେ ଗାଡ଼ି ମାଲିକ । 
ଏଥିସହ ଗାଡ଼ିର ଫିଟନେସ୍ ସାର୍ଟିଫିକେଟ୍ ବୈଧ ଥିବା ଯାଏ ଏହି ରେଜିଷ୍ଟ୍ରେସନ ବୈଧ ରହିବ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର ।  ସେପଟେ, ଗାଡ଼ି ଫିଟନେସ୍ ପ୍ରମାଣପତ୍ରକୁ ପୁଣି ଥରେ ଗାଡ଼ି ମାଲିକ ମାନେ ପଞ୍ଜିକରଣ କରିପାରିବେ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏଥିରେ ଅବହେଳା କଲେ ଆଇନ୍  ଅନୁସାରେ ଦଣ୍ଡିତ ହେବାକୁ ପଡ଼ିବ ।

ଅଧିକ ପଢନ୍ତୁ; ଜନମତକୁ 'ଯୋଡ଼ତୋଡ଼' ଅପମାନ