ଓଡିଶା କୃଷିଜାତ ଦ୍ରବ୍ୟ ବିପଣନ ଅଧିନିୟମ-୨୦୨୦କୁ ରାଜ୍ୟପାଳଙ୍କ ମଞ୍ଜୁରୀ
Advertisement
Article Detail0/zeeodisha/odisha683584

ଓଡିଶା କୃଷିଜାତ ଦ୍ରବ୍ୟ ବିପଣନ ଅଧିନିୟମ-୨୦୨୦କୁ ରାଜ୍ୟପାଳଙ୍କ ମଞ୍ଜୁରୀ

କୃଷକମାନଙ୍କ ଦ୍ଵାରା ଉତ୍ପାଦିତ କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୁଲ୍ୟ ଚାଷୀ ପାଇବା ପାଇଁ ଉନ୍ନତ ମାନର କୃଷି ବଜାର ପ୍ରତିଷ୍ଠା, ଭିତ୍ତିଭୂମି ଉନ୍ନତି କରଣ ପାଇଁ ଏହି ଅଧ୍ୟ୍ୟାଦେଶ ସହାୟକ ହେବ । 

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ଜାରିହେଲା ଅଧ୍ୟ୍ୟାଦେଶ । ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇଟି ଅଧ୍ୟ୍ୟାଦେଶ ଜାରି କରାଯାଇଛି । ଓଡିଶା କୃଷି ଜାତ ଦ୍ରବ୍ୟ ବିପଣନ ଅଧିନିୟମ-୨୦୨୦କୁ ରାଜ୍ୟପାଳଙ୍କ ମଞ୍ଜୁରୀ । କୃଷକମାନଙ୍କ ଦ୍ଵାରା ଉତ୍ପାଦିତ କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୁଲ୍ୟ ଚାଷୀ ପାଇବା ପାଇଁ ଉନ୍ନତ ମାନର କୃଷି ବଜାର ପ୍ରତିଷ୍ଠା, ଭିତ୍ତିଭୂମି ଉନ୍ନତି କରଣ ପାଇଁ ଏହି ଅଧ୍ୟ୍ୟାଦେଶ ସହାୟକ ହେବ । ସେହିପରି କିଣାବିକାରେ ମଧ୍ୟସ୍ତିଙ୍କ ପ୍ରଭାବ ମଧ୍ୟ ରହିବ ନାହିଁ । 

କେବଳ ଏତିକି ନୁହେଁ, ଇ ବଜାର ପ୍ରକ୍ରିୟାରେ ଚାଷୀ ନିଜ ଦ୍ରବ୍ୟ ବିକି ପାରିବେ । RMC ପ୍ରକ୍ରିୟା ଉଚ୍ଛେଦ କରାଯାଇ ଏକକ ବିପଣନ କ୍ଷେତ୍ରରେ ପରିଣତ କରିହେବ ।  କୃଷିଯାତ ଦ୍ରବ୍ୟ ଓ ପ୍ରଣୀସମ୍ପଦ ବ୍ୟବସାୟକୁ ସୁଲଭ କରିବା ପାଇଁ ସମବାୟ ସମିତି, କୃଷକ ଉତ୍ପାଦନ ସଙ୍ଗଠନ ଓ ସ୍ଵୟଂ ସହାୟକ ଗୋଷ୍ଠୀକୁ ଉତ୍ସାହିତ କରାଯିବ । ରାଜ୍ୟରେ ଥିବା ପଣ୍ୟାଗାର ଓ ଶୀତଳ ଭଣ୍ଡାର ଘରକୁ ମଣ୍ଡି ଭାବରେ ବିବେଚନା କରାଯିବ ।

ଅନ୍ୟପଟେ ସମବାୟ ବିଭାଗର ଦ୍ଵିତୀୟ ଅଧ୍ୟ୍ୟାଦେଶକୁ ବି ରାଜ୍ୟପାଳଙ୍କ ମଞ୍ଜୁରୀ ମିଳିଛି । ଓଡିଶା କୃଷିଯାତ ଦ୍ରବ୍ୟ ଓ ପ୍ରାଣୀ ସମ୍ପଦ ଚୁକ୍ତି, କୃଷି କର୍ମ ଓ ସେବା ୨୦୨୦ ଅଧ୍ୟ୍ୟାଦେଶକୁ ରାଜ୍ୟପାଳ ମଞ୍ଜୁରୀ ଦେଇଛନ୍ତି  । ଏହି ଅଧ୍ୟ୍ୟାଦେଶ ଦ୍ଵାରା କୃଷି ଜନିତ କ୍ଷତି ଭୟରୁ କୃଷକମାନଙ୍କୁ ମୁକ୍ତ କରାଯାଇପାରିବ । ଏହାସହ  କୃଷିଯାତ ଦ୍ରବ୍ୟର ବିକ୍ରି ବଟା ଅନିଶ୍ଚିତତାକୁ ଦୂର କରିବା ପାଇଁ ଏହା ସହାୟକ ହେବ । ଚାଷୀ ଓ କ୍ରେତାଙ୍କ ମଧ୍ୟରେ ଚାଷ ପୂର୍ବରୁ ଚୁକ୍ତିନାମା ସ୍ଵାକ୍ଷରିତ ହେବ । ଚୁକ୍ତିରେ ଖିଲାପ ହେଲେ କ୍ରେତାଙ୍କ ଠାରୁ ୪ ପ୍ରତିଶତ ହାରରେ ପ୍ରୋତ୍ସାହନ ଫି ଆଦାୟ କରିବାର ବ୍ୟବସ୍ଥା ଏହି ଅଧ୍ୟ୍ୟାଦେଶରେ ରହିଛି ।