ଆକ୍ସନ ମୋଡରେ ସରକାର, ୩ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
Advertisement
Article Detail0/zeeodisha/odisha583461

ଆକ୍ସନ ମୋଡରେ ସରକାର, ୩ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଆକ୍ସନ ମୋଡରେ ରାଜ୍ୟ ସରକାର ଭୁବନେଶ୍ୱର । ଦୁର୍ନୀତିଗସ୍ତ ଅଫିସରଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ । ତିନି ଜଣ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର ।

ଆକ୍ସନ ମୋଡରେ ସରକାର, ୩ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ପୁଣି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ନବୀନ ସରକାର । ଦୁଇ ଜଣ ଯନ୍ତ୍ରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଯନ୍ତ୍ରୀ ଦୁଇ ଜଣ ହେଉଛନ୍ତି ପ୍ରାଣକୃଷ୍ଣ ପ୍ରସାଦ ଓ ଉମେଶ ଚନ୍ଦ୍ର ତ୍ରିପାଠୀ । ଏହି ଦୁଇ ଜଣ ଯନ୍ତ୍ରୀଙ୍କ ନାଁରେ ପୂର୍ବରୁ ଅନେକ ଦୁର୍ନୀତିର ଅଭିଯୋଗ ରହିଥିଲା । ଯାହାକୁ ନେଇ ଭିଜିଲାନ୍ସ ତଦନ୍ତ ମଧ୍ୟ କରାଯାଇଥିଲା । ପ୍ରାଣକୃଷ୍ଣ ପୂର୍ବରୁ ଦୁଇଥର ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ଓ ୪ଥର ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଉମେଶ ।

ତେବେ କେବଳ ଏହି ଦୁଇ ଜଣ ନୁହନ୍ତି, ଆଉ ଜଣେ ଦୁର୍ନୀତିଗସ୍ତ ଅଧିକାରୀଙ୍କୁ ମଧ୍ୟ ଚାକିରିରୁ ବିଦା କରିଛବନ୍ତି ସରକାର । ଜଣେ ଓଏଫଏସଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର । କଟକ ଆଠଗଡର ନିଲମ୍ବିତ ଓଏଫଏସ୍ ସୁଧାଂଶୁ ମିଶ୍ର ବାଧ୍ୟତାମୂଳକ ଅବସର ନେଇଛନ୍ତି ।

ପୂର୍ବରୁ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଥିଲା । ଚଢାଉ ବେଳେ ୫କୋଟି ୬୮ଲକ୍ଷ ୯୨ହଜାର ୭୫୧ ଟଙ୍କାର ସମ୍ପତି ଜବତ ହୋଇଥିଲା । ଡିଏଫଓଙ୍କ ଘରୁ ନଗଦ ୧କୋଟି ଟଙ୍କା ମଧ୍ୟ ଜବତ କରିଥିଲା ଭିଜିଲାନ୍ସ । ୩କୋଟି ୪୬ଲକ୍ଷର ବ୍ୟାଙ୍କ ଡିପୋଜିଟ ଥିବା ଜଣାପଡିଥିଲା । ୨୦୧୬ରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା ।