Hockey WorldCup 2023: ଜଗିବ ୮୦୦ ସିସିଟିଭି, ୧୧ ଟି ସ୍ଥାନରେ ପାର୍କିଂ ନିୟମ ଭାଙ୍ଗିଲେ ଗଣିବେ ଏତିକି ଟଙ୍କା ଫାଇନ
Advertisement

Hockey WorldCup 2023: ଜଗିବ ୮୦୦ ସିସିଟିଭି, ୧୧ ଟି ସ୍ଥାନରେ ପାର୍କିଂ ନିୟମ ଭାଙ୍ଗିଲେ ଗଣିବେ ଏତିକି ଟଙ୍କା ଫାଇନ

Hockey WorldCup 2023 Traffic Rules: ଆଜି ପୁରୁଷ ହକି ବିଶ୍ୱକପ ପାଇଁ ବାରବାଟୀରେ ଉଦଘାଟନୀ ମହୋତ୍ସବ । ଏହି ସମୟରେ ଟ୍ରାଫିକ ପରିଚାଳନା ବ୍ୟବସ୍ଥା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ରହିବ। ହକି ବିଶ୍ୱକପ୍ ଉଦ୍‌ଘାଟନୀ ଉତ୍ସବରେ ୧୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ତେବେ ଟ୍ରାଫିକ ନିୟମ ନେଇ କମିଶନରେଟ ପୋଲିସ ସଜାଗ ରହିଛି।

Hockey WorldCup 2023: ଜଗିବ ୮୦୦ ସିସିଟିଭି, ୧୧ ଟି ସ୍ଥାନରେ ପାର୍କିଂ ନିୟମ ଭାଙ୍ଗିଲେ ଗଣିବେ ଏତିକି ଟଙ୍କା ଫାଇନ

Hockey WorldCup 2023: ଆଉ କିଛି ସମୟ ପରେ କମ୍ପିବ କଟକ ସହର ଦୁଲୁକିଯିବ ବାରବାଟୀ ।  ଏବେଠାରୁ ଦେଖାଦେଲାଣି ସହରରେ ଗହଳି ଚହଳି। କାରଣ ଆଜି ପୁରୁଷ ବିଶ୍ବକପ ହକି ୨୦୨୩ର ଉଦଘାଟନୀ ଉତ୍ସବ । କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେଉଛି ଏହି ମହାଉତ୍ସବ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉଦଘାଟିତ ହେବ ହକି ବିଶ୍ବକପ ୨୦୨୩ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସନ୍ଧ୍ୟା ୬ଟା ସମୟରେ ଯୋଗଦେବେ । ସେହିପରି ରାଜ୍ୟର ଅନେକ ଭିଆଇପିଙ୍କ ଦେଶ ବିଦେଶର ଅତିଥି ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଉତ୍ସବରେ ସାମିଲ ହୋଇ କାର୍ଯ୍ୟକ୍ରମରେ ଚାରଚାନ୍ଦ ଲଗାଇବେ ବଲିଉଡ୍ ଷ୍ଟାର୍ ରଣବୀର ସିଂ, ଅଭିନେତ୍ରୀ ଦିଶା ପଟାନୀ, ଅଭିନେତା ମନିଷ ପଲ୍ ପ୍ରମୁଖ । 

ସେହିପରି ଓଲିଉଡ କଳାକାର(Ollywood Star) ମାନଙ୍କ ମଧ୍ୟରୁ  ଷ୍ଟାର ଦମ୍ପତି ସବ୍ୟସାଚ୍ଚୀ ଓ ଅର୍ଚ୍ଚିତା ଉତ୍ସବରେ ସାମିଲ ହେବେ  । ନୃତ୍ୟଗୁରୁ ଅରୁଣା ମହାନ୍ତିଙ୍କ ଟିମର ଜଲଓ୍ବା ଦେଖିବ ପୁରା ବିଶ୍ବ। ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ଓ୍ବେଲକମ୍ ସଙ୍ଗ୍ ବନାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ୍ । ଏଥିରେ କଣ୍ଠଦାନ କରିଛନ୍ତି କୋରାପୁଟ ଝିଅ ନମିତା ମେଲକା । ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ବନାଇଛନ୍ତି ବିଶ୍ବକପ୍ ଆନ୍ଥେମ୍ । ଏହାକୁ ଗାଇଛନ୍ତି ସୁଖବିନ୍ଦର ସିଂ। ତେବେ ଅପରାହ୍ଣ ତିନିଟାରୁ ଆରମ୍ଭ ହୋଇ କାର୍ଯ୍ୟକ୍ରମ ରାତି ୧୦ ଟା ପର୍ଯ୍ୟନ୍ତ ଚାଲିବ।

fallback

ଏହି ସମୟରେ ଟ୍ରାଫିକ ପରିଚାଳନା ବ୍ୟବସ୍ଥା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ରହିବ। ହକି ବିଶ୍ୱକପ୍ ଉଦ୍‌ଘାଟନୀ ଉତ୍ସବରେ ୧୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସେହିପରି ଟ୍ରାଫିକ ନିୟମରେ ଥିବା ସମସ୍ତ ବ୍ୟବସ୍ଥାକୁ ନେଇ ଫାଇନ ବ୍ୟବସ୍ଥା କରାଯାଇଛି । 

ସେହିପରି ସାଧାରଣ ଦର୍ଶକଙ୍କ ଗାଡି ପାଇଁ ୨ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା (Parking) । ୨୦୦ ଅଫିସର୍ ଓ ୫ ପ୍ଲାଟୁନ୍ ମୁତୟନ ମଧ୍ୟ ରହିବେ । ସେପଟେ ବିଶ୍ୱକପ୍ ହକିକୁ ନେଇ କମିଶନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି ହୋଇଛି । ଭୁବନେଶ୍ୱର ସୁରକ୍ଷା ବ୍ୟବସ୍ଥାରେ ୧୬ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ରହିବେ । ବିଭିନ୍ନ ପଏଣ୍ଟରେ ୮୦୦ ସିସିଟିଭି କ୍ୟାମେରା ଲଗାଯାଇଛି । ପରିଚାଳନା ଦାୟିତ୍ୱରେ ରହିବେ ଅତିରିକ୍ତ ଡିସିପି ଓ ବିଭିନ୍ନ ଅଫିସର । 

fallback

ଟ୍ରାଫିକ ମୁଭମେଣ୍ଟକୁ (Traffic Movment) ବ୍ୟବସ୍ଥିତ କରିବା ପାଇଁ ପାର୍କିଂ ଉପରେ ଗୁରୁତ୍ୱ ଦିଆଯାଇଛି । ୧୦ଟି ନୂଆ ଏଡ୍-ପୋଷ୍ଟ କରାଯାଇଛି । ୧୬ଟି ହେଲ୍ପ ଡେସ୍କ ଖୋଲାଯାଇଛି । ଗ୍ରାଫିକ୍ସ ମାଧ୍ୟମରେ ଟ୍ରାଫିକ ରୁଟ୍ ଚାର୍ଟ ଜଣାଇବ ପୋଲିସ୍ । ଉଦଘାଟନ ଉତ୍ସବ ପୂର୍ବରୁ ଖୋର୍ଦ୍ଧାରୁ କଟକ ଓ କଟକରୁ ଭୁବନେଶ୍ୱର ଭାରିଯାନ ଚଳାଚଳ ବନ୍ଦ କରାଯିବ । 

Also Read: Hockey WorldCup 2023: ଫଟୋରେ ଖବର, ଉଦଘାଟନୀ ଉତ୍ସବରେ ଝୁମିବ ସାରା ଓଡ଼ିଶା

Also Read: Hockey World Cup 2023: ଭାରତ ପାଇଁ ୪୮ ବର୍ଷର ଟ୍ରଫିର ମରୁଡିକୁ ଶେଷ କରିବେ ଏସବୁ ଖେଳାଳି, ଏହି ୫ ଷ୍ଟାର ପ୍ଲେୟାରଙ୍କ ଉପରେ ରହିବ ସମସ୍ତଙ୍କ ନଜର