ଉଦ୍ୟାନ ବିଭାଗ ଜମି ନେବାକୁ ଆରମ୍ଭ ହୋଇଗଲା ପ୍ରୟାସ, ଆରଆଇ ଅମିନ ଆସି କଲେ ମାପଚୁପ
Advertisement
Article Detail0/zeeodisha/odisha775674

ଉଦ୍ୟାନ ବିଭାଗ ଜମି ନେବାକୁ ଆରମ୍ଭ ହୋଇଗଲା ପ୍ରୟାସ, ଆରଆଇ ଅମିନ ଆସି କଲେ ମାପଚୁପ

ସାଧାରଣ ପ୍ରଶାସନ ବିଭାଗର ଅଧିକାରୀ ଆସି ଆଜି ସମ୍ପୃକ୍ତ ଅଞ୍ଚଳର ଜମି ମାପିବା ଆରମ୍ଭ କରିଛନ୍ତି। 

ଉଦ୍ୟାନ ବିଭାଗ ଜମି ନେବାକୁ ଆରମ୍ଭ ହୋଇଗଲା ପ୍ରୟାସ, ଆରଆଇ ଅମିନ ଆସି କଲେ ମାପଚୁପ

ସରୋଜ ବେହେରା,ଭୁବନେଶ୍ୱର: ଉଦ୍ୟାନ ବିଭାଗ (Horticultural Dept) ଅଧିନସ୍ଥ ଫଳ (Fruit) ଓ ପନିପରିବା (Vegetablle) ଗବେଷଣା କେନ୍ଦ୍ରର ୨୦ ଏକର ଜମିକୁ ସାଧାରଣ ପ୍ରଶାସନ ବିଭାଗ (General Adminstration Dept) ହାତକୁ ହସ୍ତାନ୍ତର କରିବା ନେଇ ଉଦ୍ୟାନ ବିଭାଗକୁ ଚିଠି ଲେଖିବା ପରେ ଆରମ୍ଭ ହୋଇଛି ଜମି ମାପିବା ପ୍ରକ୍ରିୟା । 

ସାଧାରଣ ପ୍ରଶାସନ ବିଭାଗର ଅଧିକାରୀ ଆସି ଆଜି ସମ୍ପୃକ୍ତ ଅଞ୍ଚଳର ଜମି ମାପିବା ଆରମ୍ଭ କରିଛନ୍ତି। ସବୁଆଡୁ ବିରୋଧର ସ୍ୱର ଉଠିବା ପରେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଜୋରଜବରଦସ୍ତ ଜମି ନେବାକୁ ପରିବେଶବିତ (Ecologist) ସହଜରେ ଗ୍ରହଣ କରିପାରୁନାହାଁନ୍ତି। ଏ ଘଟଣା ସମ୍ପର୍କରେ ହାଇକୋର୍ଟ (High Court) ଓ ଏନଜିଟି (NGT-National Green Tribunal) ଦ୍ୱାରସ୍ତ ହେବାକୁ ସେମାନେ ଧମକ ଦେଇଛନ୍ତି। ସେପଟେ ବିଭାଗୀୟ କର୍ତୃପକ୍ଷଙ୍କ ସହ ବାରମ୍ବାର ଯୋଗାଯୋଗ କରିବା ପରେ ବି ଚୁପ ରହିବା ଷଡଯନ୍ତ୍ର ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।  

ଆରମ୍ଭ ହେଲା ଉଦ୍ୟାନ ବିଭାଗ ଜମି ହତେଇବା ପ୍ରକ୍ରିୟା। ରାଜସ୍ୱ ନିରୀକ୍ଷକ-ଆରଆଇ (RI-Revenue Inspector) ଅମୀନ ଆସି ଆରମ୍ଭ କଲେ ମାପଚୁପ। ସାଧାରଣ ବିଭାଗ ନିର୍ଦେଶ କ୍ରମେ ଉଦ୍ୟାନ ବିଭାଗ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ । ପ୍ରାୟ ୨୦ ଏକର ଜମି ନେଇ ଉଚ୍ଚ ଅଟ୍ଟାଳିକା ତିଆରି ପାଇଁ ଚାଲିଛି ଯୋଜନା। ବିରୋଧ ସତ୍ତ୍ୱେ ରାଜଧାନୀରୁ ଜଙ୍ଗଲ ଜମି (Foresat Land) ନେଇ ତିଆରି ହେବ କଂକ୍ରିଟ ଜଙ୍ଗଲ (Concreate Forest)। 

ରାଜଧାନୀରୁ ଉଦ୍ୟାନ ବିଭାଗ ଜମି ନେଇ ସେଠାରେ କଂକ୍ରିଟ ଜଙ୍ଗଲ ତିଆରି କରିବାକୁ ଆରମ୍ଭ ହୋଇଛି ପ୍ରୟାସ। ସାଧାରଣ ପ୍ରଶାସନ ବିଭାଗ ନିର୍ଦେଶ ପରେ ଭୁବନେଶ୍ୱର ନୟାପଲ୍ଲିରେ ଥିବା ଉଦ୍ୟାନ ବିଭାଗର ଫଳ ଓ ପନିପରିବା ଗେବେଷଣା କେନ୍ଦ୍ରରେ ଆରମ୍ଭ ହୋଇଛି ମାପଚୁପ। ଉଦ୍ୟାନର ୨୫ ଏକର ଜମିରୁ ୨୦ ଏକର ଜମିକୁ ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର କରିବା ନେଇ ଉଦ୍ୟାନ ବିଭାଗ ଚିଠି ଲେଖିବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। କେଉଁ ପରିସ୍ଥିତିରେ ୧୯୮୫ ମସିହାରୁ ସହର ମଝିରେ ଥିବା ଉଦ୍ୟାନକୁ ଉଠାଇବାକୁ ଯୋଜନା କରାଯାଉଛି ତାହାକୁ ନେଇ ବିଭିନ୍ନ ମହଲରେ ଉଠିବାରେ ଲାଗିଛି ବିରୋଧର ସ୍ୱର। 

ବଡ ବଡ ସହରରେ ନଗର ଜଙ୍ଗଲ (City Forest) ତିଆରି କରିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ବେଳେ ଓଡିଶାରେ ଜଙ୍ଗଲ କରିବା ବଦଳରେ କଂକ୍ରିଟ ଜଙ୍ଗଲ ତିଆରିକୁ ପରିବେଶବିଦ୍ ନିନ୍ଦା କରିଛନ୍ତି। ଏନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ଚିଠି ଲେଖି ସାଧରଣ ପ୍ରଶାସନ ବିଭାଗ ନିଷ୍ପତ୍ତିକୁ ଫେରାଇବାକୁ ଦାବି କରିଛନ୍ତି। ନଚେତ ଆଗମୀ ସମୟରେ ଏନେଇ ହାଇକୋର୍ଟ ଅଥବା ଏନଜିଟିର ଦ୍ୱାରସ୍ତ ହେବେ ବୋଲି ପରିବେଶବିତ୍ ଧମକ ଦେଇଛନ୍ତି।  

ଉଦ୍ୟାନ ବିଭାଗ ନିର୍ଦେଶକ ଦେଇଥିବା ଏହି ଚିଠିରୁ ଏକଥା ସ୍ପଷ୍ଟ ବାରି ହେଉଛି। ସମ୍ପୃକ୍ତ ଜାଗାକୁ ହାତେଇବାକୁ କିଭଳି ଚାଲିଥିଲା ମସୁଧା। ଗତ ଅଗଷ୍ଟରେ ଉଦ୍ୟାନ ବିଭାଗ ନିର୍ଦେଶକ ସହ ନିର୍ଦେଶକଙ୍କୁ ଚିଠି କରି ଜମି ସାଧାରଣ ପ୍ରଶାସନକୁ ହସ୍ତାନ୍ତର କରିବାକୁ ନିର୍ଦେଶ ଦେଇଥିଲେ ନିର୍ଦେଶକ। ୧୯୮୫ ମସିହାରେ ଏହି ଏକାମ୍ର ଅର୍ଚିଡ ଫାର୍ମ ଉଦ୍ୟାନ ବିଭାଗ ଅଧିନରେ ନିର୍ମିତ ହୋଇଥିଲା । ପ୍ରତିବର୍ଷ ମୁଖ୍ୟମନ୍ତ୍ରୀ ଏଠାରେ ହେଉଥିବା ରାଜ୍ୟସ୍ତରୀୟ ମ୍ୟାଙ୍ଗୋ ଫେଷ୍ଟିଭାଲ (Mango Festival) କାର୍ଯ୍ୟକ୍ରମକୁ ଆସି ଏହାକୁ ଉପଭୋଗ କରିଥାନ୍ତି। 

ଗତ ୨୦୧୨ରେ ଏହି ଉଦ୍ୟାନ ଜାତୀୟସ୍ତରରେ ପୁରସ୍କୃତ ହୋଇଥିଲା । ନୟାପଲ୍ଲୀ ଉଦ୍ୟାନ ପ୍ରୟୋଗ କେନ୍ଦ୍ରରେ ରହିଛି ଅନେକ ପୁରୁଣା ବୃକ୍ଷ। ଏଠାରେ ଅନେକ ବୃକ୍ଷରେ ପ୍ରୟୋଗ କରି ରାଜ୍ୟର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଥାଏ । ଏଠାରୁ ଜମି ହସ୍ତାନ୍ତର କରାଗଲେ ପାଖପାଖି ୧୦ ହଜାର ବୃକ୍ଷ ନଷ୍ଟ ହୋଇଯିବ। ଏଭଳି ପରିସ୍ଥିତିରେ ଉଦ୍ୟାମ ବିଭାଗ ଚୁପ ହୋଇ ବସିପଡିଛି। ଏଭଳି କରାଯିବା ପଛରେ କ'ଣ କାରଣ ରହିଛି ତାହାକୁ ନେଇ ନିର୍ଦେଶକଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ।