ପୂର୍ବରୁ ଫ୍ଲାଇ ଆଶ ସମାନ ରୂପେ ବସ୍ତାରେ ଭର୍ତ୍ତି ହୋଇ ବୋଝେଇ ହେବା କ୍ଷେତ୍ରରେ ରିହାତି ଦିଆଯାଉଥିଲା । ବର୍ତ୍ତମାନ ରେଲୱେ ବୋର୍ଡ ଖୋଲା ୱାଗନରେ ଖୋଲା/ଅଧିକ ପରିମାଣର ଫ୍ଲାଇ ଆଶ ବୋଝେଇ ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି ।
Trending Photos
ଭୁବନେଶ୍ୱର: ପଣ୍ୟ ପରିବହନକାରୀମାନଙ୍କୁ ରେଳପଥ ସହଯୋଗରେ ପଣ୍ୟ ପରିବହନ କରିବା ନିମନ୍ତେ ଆକୃଷ୍ଟ କରିବା ପାଇଁ ରେଳପଥ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଜନା ନିକଟରେ ଆରମ୍ଭ କରିଛି । ଏହି ପ୍ରୋତ୍ସାହନ /ଲାଭ କରାଯାଇଥିବା ପରିବହନ /ଯୋଜନା ମାର୍ଗଦର୍ଶିକା ଅନୁଯାୟୀ ଗୁଡ଼ସ ସେଡ ଏବଂ ସାଇଡିଂ ଠାରେ ଯୋଗାଇ ଦିଆଯାଏ । ଏହି ପ୍ରୋତ୍ସାହନ ଯୋଜନାକୁ ନୂଆ ପଣ୍ୟ ପରିବହନକାରୀମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ଆହୁରି ଅଧିକ କୋହଳ କରାଯାଇଛି ।
ପୂର୍ବରୁ ଫ୍ଲାଇ ଆଶ ସମାନ ରୂପେ ବସ୍ତାରେ ଭର୍ତ୍ତି ହୋଇ ବୋଝେଇ ହେବା କ୍ଷେତ୍ରରେ ରିହାତି ଦିଆଯାଉଥିଲା । ବର୍ତ୍ତମାନ ରେଲୱେ ବୋର୍ଡ ଖୋଲା ୱାଗନରେ ଖୋଲା/ଅଧିକ ପରିମାଣର ଫ୍ଲାଇ ଆଶ ବୋଝେଇ ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି । ମୁକ୍ତ ୱାଗନ(ବସ୍ତା କିମ୍ୱା ଖୋଲା/ଅଧିକ ପରିମାଣର ପ୍ୟାକିଂ) ଓ ଫ୍ଲାଟ ୱାଗନ ଗୁଡିକ ପାଇଁ ଲାଗୁ ହେଉଥିବା ରିହାତି NTR(ସାଧାରଣ ଟ୍ରାଫିକ ରେଟ ) ପାଇଁ ୪୦ ପ୍ରତିଶତ ରିହାତି ଏବଂ ୱାଗନକୁ ଘୋଡାଇ ରଖିବା, ବସ୍ତାରେ ପ୍ୟାକିଂ କରିବା ପାଇଁ ଅନୁମତି ମିଳିବ ଏବଂ LR1(ନିମ୍ନତମ ଦର ଦେଇଥିବା )ଶ୍ରେଣୀଙ୍କ NTRଙ୍କୁ ଏଥିପାଇଁ ଶୁଳ୍କ ଦେବାକୁ ହେବ ।
ଫ୍ଲୋର ରେଟ ଓ ଲିଡ଼ ପାଇଁ କୌଣସି ପ୍ରତିବନ୍ଧକ ନାହିଁ । କିନ୍ତୁ ବସ୍ତାରେ ଥିବା ମାଲ କ୍ଷେତ୍ରରେ ଏଗୁଡିକ ସମାନ ମାନକ ଆକାରର ହେବା ଉଚିତ ଏବଂ ଅଧିକ ପରିମାଣର ମାଲ କ୍ଷେତ୍ରରେ ଏଗୁଡ଼ିକରେ ଜଳ ସିଞ୍ଚନ କରାଯିବା ଉଚିତ । ତାରପୋଲିନ ଦ୍ଵାରା ଢଙ୍କା ଯିବା ଦରକାର । ରାଜ୍ୟ /କେନ୍ଦ୍ର ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ସମ୍ବନ୍ଧୀୟ ନିୟମରେ ଥିବା ସର୍ତ୍ତ ପାଳନ କରୁଥିବାର ସୁନିଶ୍ଚିତ କରିବାକୁ ହେବ । ଏହି ନିର୍ଦ୍ଦେଶାବଳୀ ୮ ଅଗଷ୍ଟ ୨୦୨୦ ଠାରୁ କାର୍ଯ୍ୟକାରୀ ହେବ ।
ଏହା ବ୍ୟତୀତ ରେଲୱେ ବୋର୍ଡ ମଧ୍ୟ ଦୈନିକ ୱାଗନ ପ୍ରତି ୫୦୦ ଟଙ୍କା ହିସାବରେ ଥିବା ଷ୍ଟାବିଙ୍ଗ ଦେୟ କୋହଳ କରିଛନ୍ତି । ଏଥିପାଇଁ ୧୮ ମେ ୨୦୨୦ରୁ ୩୧ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ କଣ୍ଟେନର ଟ୍ରାଫିକ ନିମନ୍ତେ କୌଣସି ଷ୍ଟାବିଙ୍ଗ ଦେୟ ଆଦାୟ କରାଯିବ ନାହିଁ । ଏହା ଅତିରିକ୍ତ, ରେଲୱେ ବୋର୍ଡ ଖାଲି କଣ୍ଟେନର ଓ ଖାଲି ଫ୍ଲାଟ ୱାଗନର ଚଳାଚଳ ପାଇଁ ପ୍ରତି TEU ପାଇଁ ହଲେଜ ଦେୟରେ ୨୫% କୋହଳ କରି, ବୋଝେଇ ଥିବା କଣ୍ଟେନର ଚଳାଚଳ ପାଇଁ ହଲେଜ ଦେୟରେ ପ୍ରତି TEU ପ୍ରତି ୫% ରିହାତି ମଞ୍ଜୁର କରିଛନ୍ତି । ଏହା ୪ ଅଗଷ୍ଟ ୨୦୨୦ରୁ ୩୦ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ବଳବତ୍ତର ରହିବ ।
ପଣ୍ୟ ପରିବହନ ଉପଭୋକ୍ତାଙ୍କ ଲାଭ ପାଇଁ ପୂର୍ବରୁ ୧୪ ପଣ୍ୟ ପ୍ରୋତ୍ସାହନ ଯୋଜନା କାର୍ଯ୍ୟକାରୀ ହେଉଥିଲା । ବର୍ତ୍ତମାନ ଏହା ସହିତ ଆହୁରି ତିନୋଟି ଅଧିକ ପଣ୍ୟ ପ୍ରୋତ୍ସାହନ ଯୋଜନା ଆରମ୍ଭ କରାଯାଇଛି ଯାହାକି ନିଶ୍ଚିତ ରୂପେ ଅଧିକ ଉପଭୋକ୍ତାଙ୍କୁ ରେଳ ମାଧ୍ୟମରେ ସେମାନଙ୍କ ମାଲ ପରିବହନ କରିବା ନିମନ୍ତେ ଆକୃଷ୍ଟ କରିବାପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଭାରତୀୟ ରେଳର ୱେବସାଇଟ ପରିଦର୍ଶନ କରି ତଥା ପୂର୍ବତଟ ରେଳପଥର ଯେକୌଣସି ଗୁଡ଼ସ ସେଡରୁ, ଏହି ପଣ୍ୟ ପ୍ରୋତ୍ସାହନ ସମ୍ବନ୍ଧରେ ଅଧିକ ବିସ୍ତୃତ ରୂପେ ଜାଣିହେବ ।