Kendra Sahitya Akademi Award: କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପାଇବେ ଲେଖିକା କମଳା ଶତପଥୀ
Advertisement
Article Detail0/zeeodisha/odisha1499817

Kendra Sahitya Akademi Award: କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପାଇବେ ଲେଖିକା କମଳା ଶତପଥୀ

Kendra Sahitya Akademi Award: କମଳା ଶତପଥୀଙ୍କ ରଚନା ମଧ୍ୟରେ ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ, ପୁରଛେଦ ପାରାର କାହାଣୀ, ଚିରାଧାଡ଼ି, ଶେଷ ଫଗୁଣ, ହାଏ ମୁମ୍ବାଇ, ସଲାମ ମୁମ୍ବାଇ ଓ ହେଲୋ ଭୁଟାନ ପ୍ରମୁଖ। ତାଙ୍କର ଶାଣିତ କଲମ ଚାଳନା ପାଇଁ ତାଙ୍କୁ ଅନେକ ସମ୍ମାନ ମଧ୍ୟ ମିଳିସାରିଛି। ଏହାରି ମଧ୍ୟରେ ଶ୍ରୀମତୀ ଶତପଥି ସୁଧନ୍ୟ ଗଳ୍ପ ସମ୍ମାନ, କଳିଙ୍ଗ ପୁସ୍ତକମେଳା ସମ୍ମାନ, ରାଜଧାନୀ ପୁସ୍ତକମେଳା ସମ୍ମାନ ପ୍ରମୁଖ ହାତେଇଛନ୍ତି। 

Kendra Sahitya Akademi Award: କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପାଇବେ ଲେଖିକା କମଳା ଶତପଥୀ

Kendra Sahitya Akademi Award:  ଭୁବନେଶ୍ୱର: ସମ୍ମାନ ଜନକ କେନ୍ଦ୍ରୀୟ ସାହିତ୍ୟ ଏକାଡ଼େମୀ (Kendra Sahitya Akademi Award) ପୁରସ୍କାର ପାଇବାକୁ ଲବ୍ଧ ପ୍ରତିଷ୍ଠିତ ଓଡ଼ିଆ ଲେଖିକା କମଳା ଶତପଥୀ (Kamala Satapathy) ମନୋନୀତ ହୋଇଛନ୍ତି। ଏନେଇ କେନ୍ଦ୍ର ସାହିତ୍ୟ ଏକାଡେମୀ (Kendra Sahitya Akademi) ପକ୍ଷରୁ ତାଙ୍କ ନାଁ ଘୋଷଣା କରାଯାଇଛି। ତେଲୁଗୁ ଭାଷାରେ ଲିଖିତ  'ବେନ୍ଦି ମେଘମ' ନୋବେଲକୁ ଓଡ଼ିଆ ଭାଷାରେ ଅନୁବାଦ ପାଇଁ ତାଙ୍କୁ ଏହି ସମ୍ମାନ ଜନକ ପୁରସ୍କାର ପ୍ରଦାନ କରାଯିବ। ତେଲୁକୁ ଭାଷାରେ ଲିଖିତ ଏହି ନୋବେଲକୁ ସୁନେଲି ବାଦଲ ନାମରେ ଅନୁବାଦ କରିଥିଲେ। ଓଡିଆ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଶ୍ରୀମତୀ ଶତପଥି ଅନ୍ୟ ଭାଷାରୁ ବିଶିଷ୍ଟ ଲେଖକଙ୍କ କାର୍ଯ୍ୟ ଅନୁବାଦ କରିବା ବ୍ୟତୀତ ଅନେକ ପୁସ୍ତକ ଲେଖିଛନ୍ତି।

ତାଙ୍କ ରଚନା ମଧ୍ୟରେ ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ, ପୁରଛେଦ ପାରାର କାହାଣୀ, ଚିରାଧାଡ଼ି, ଶେଷ ଫଗୁଣ, ହାଏ ମୁମ୍ବାଇ, ସଲାମ ମୁମ୍ବାଇ ଓ ହେଲୋ ଭୁଟାନ ପ୍ରମୁଖ। ତାଙ୍କର ଶାଣିତ କଲମ ଚାଳନା ପାଇଁ ତାଙ୍କୁ ଅନେକ ସମ୍ମାନ ମଧ୍ୟ ମିଳିସାରିଛି। ଏହାରି ମଧ୍ୟରେ ଶ୍ରୀମତୀ ଶତପଥି ସୁଧନ୍ୟ ଗଳ୍ପ ସମ୍ମାନ, କଳିଙ୍ଗ ପୁସ୍ତକମେଳା ସମ୍ମାନ, ରାଜଧାନୀ ପୁସ୍ତକମେଳା ସମ୍ମାନ ପ୍ରମୁଖ ହାତେଇଛନ୍ତି। 

ତେବେ କେନ୍ଦ୍ର ସାହିତ୍ୟ ଏକାଡେମୀର ତିନି ଜଣିଆ ଜୁରୀ ସୁନେଲି ବାଦଲ ଉପନ୍ୟାସକୁ ପୁରସ୍କାର ପାଇଁ ମନୋନୀତ କରିଥିଲେ। ତେବେ ପ୍ରକ୍ରିୟା ଅନୁଯାୟୀ, ଖଣ୍ଡପୀଠଙ୍କ ସର୍ବସମ୍ମତି କ୍ରମେ ଏହି ପୁରସ୍କାର ସ୍ଥିର କରାଯାଇଥିଲା।  ଅମରେନ୍ଦ୍ର ଖଟୁଆ, ଅସିତ ମହାନ୍ତି ଏବଂ ସୁସ୍ମିତା ରଥଙ୍କୁ ନେଇ ଗଠିତ ଖଣ୍ଡପୀଠର ସୁପାରିଶ କ୍ରମେ ଶ୍ରୀମତୀ ଶତପଥିଙ୍କ ଉପନ୍ୟାସକୁ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା।