ପୁଣି ରିମାଣ୍ଡରେ ଆସିବ କିଡନୀ ରାକେଟର କିଙ୍ଗପିନ୍
Advertisement

ପୁଣି ରିମାଣ୍ଡରେ ଆସିବ କିଡନୀ ରାକେଟର କିଙ୍ଗପିନ୍

କିଡନୀ ଠକେଇରେ କେବଳ ହିମାଂଶୁ ପ୍ରାୟ ୨ କୋଟି ଟଙ୍କା ଠକିଥିବା ଜଣାପଡ଼ିଛି । ଠକାମି ଟଙ୍କାରେ ସେ ବିଳାସପୂର୍ଣ୍ଣ କୋଠା ତିଆରି କରିବା ସହ ମୋଟା ଅଙ୍କର ଟଙ୍କା ଅନ୍ୟ ବ୍ୟବସାୟରେ ଲଗାଇଛି । 

ପୁଣି ରିମାଣ୍ଡରେ ଆସିବ କିଡନୀ ରାକେଟର କିଙ୍ଗପିନ୍

ସରୋଜ ବେହେରା, ଭୁବନେଶ୍ବର: ଖୋଲିବାରେ ଲାଗିଛି କିଡନା ରାକେଟ ପଛର ଗୁମର । ତିନି ଦିନିଆ ରିମାଣ୍ଡରେ ଆଣି କମିଶନରେଟ ପୋଲିସ ଅଭିଯୁକ୍ତ ହିମାଂଶୁ ଭୂଷଣ ନନ୍ଦଙ୍କଠାରୁ ପାଇଛି ରାଜ୍ୟ ବାହାର ଲିଙ୍କ । ପିପିଲି ନିକଟରେ ହିମାଂଶୁଙ୍କ ସୋ ରୁମରେ ଲାଗିଛି କିଡନୀ ଠକେଇର ଟଙ୍କା । ଏହାର ପ୍ରମାଣ ଆକାରରେ ସୋ ରୁମରେ ଥିବା ହାର୍ଡ ଡିସ୍କ ଓ ଲାପଟପ୍ ଜବତ କରିଛି ପୋଲିସ । ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ପୁଣି ଥରେ ରିମାଣ୍ଡରେ ଆଣିବାକୁ ଚେଷ୍ଟା କରିବାକୁ ଯୋଜନା ରଖିଛି ପୋଲିସ । କିଙ୍ଗପିନ୍ ହିମାଂଶୁ ଭୂଷଣ ନନ୍ଦକୁ ୩ ଦିନିଆ ରିମାଣ୍ଡରେ ନେଇ କମିଶନରେଟ ପୋଲିସ ଓଗାଳିଛି ଅନେକ ତଥ୍ୟ । 

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବର (Bhubaneswar) ର ୪ଟି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଠକେଇର ଶିକାର ଆହୁରି ଅନେକ ଲୋକଥିବା ଜାଣିବାକୁ ପାଇଛି ପୋଲିସ । ଏଥିପାଇଁ ଲିଖିତ ଅଭିଯୋଗ ପାଇଁ ଅପେକ୍ଷା କରୁଛି ପୋଲିସ । କିଡନୀ ଠକେଇ (kidney scandal) ରେ କେବଳ ହିମାଂଶୁ ପ୍ରାୟ ୨ କୋଟି ଟଙ୍କା ଠକିଥିବା ଜଣାପଡ଼ିଛି । ଠକାମି ଟଙ୍କାରେ ସେ ବିଳାସପୂର୍ଣ୍ଣ କୋଠା ତିଆରି କରିବା ସହ ମୋଟା ଅଙ୍କର ଟଙ୍କା ଅନ୍ୟ ବ୍ୟବସାୟରେ ଲଗାଇଛି । ଭୁବନେଶ୍ବରରେ ୭,୮ ଜଣ ଦଲାଲ୍ ନିୟୋଜିତ କରି ଏହି ଠକେଇ ଅର୍ଥରୁ କମିଶନ ଦେଉଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

Also Read; ଫିଟୁନି ସମାଧାନର ବାଟ; କୃଷକଙ୍କୁ ନେଇ ଦଳ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି...

ଜେରା ବେଳେ ତା ରାକେଟ୍‌ର ଚେର ରାଜ୍ୟ ବାହାରକୁ ଲମ୍ବିଥିବା ନେଇ ତାକୁ ଘନଘନ ପଚରାଉଚରା କରାଯାଉଛି । ରାକେଟରେ ପଶ୍ଚିମବଙ୍ଗ (West Bengal) ରେ କିଡନୀ ଦଲାଲି (Kidney smuggler) କରୁଥିବା ସଞ୍ଜୟ ପଲାଇ ମୁଖ୍ୟ କାର୍ପଟଦାର ବୋଲି ପୋଲିସ ଜାଣିବାକୁ ପାଇଛି । ସଂଜୟ କିଏ ? କେଉଁଠି ତାର ଠିକଣା ଜାଣିବାକୁ ଚେଷ୍ଟା ଚଲାଇଛି ପୋଲିସ।  ଅଧିକ ତଦନ୍ତ ପାଇଁ ଅନ୍ୟ ଥାନାପକ୍ଷରୁ ପୁଣି ରିମାଣ୍ଡ ପାଇଁ ଆବେଦନ କରିବ ପୋଲିସ (Police) ବୋଲି ସୂଚନା ଦେଇଛି।

ହିମାଂଶୁ ଏକା ନୁହେଁ ଏହା ପଛରେ ରହିଛି ଆନ୍ତଃରାଜ୍ୟ କିଡନୀ ରାକେଟ (Interstate Kidney Racket) । ହିମାଂଶୁର ମୋବାଇଲ କଲ୍ ରେକର୍ଡ (Mobile Call Record) ରୁ ମିଳିଥିବା ବାହାର ରାଜ୍ୟର ଫୋନ୍ ନମ୍ବରକୁ ଆଧାର କରି ତାକୁ ପଚରାଉଚରା କରାଯାଉଛି । ଇଣ୍ଟେରିୟର ଡେକୋରେସନ ( Interior decoration) ସାମଗ୍ରୀ ବେପାରରେ କୋଟି କୋଟି ଟଙ୍କା ବିନିଯୋଗ କରିବା ସହ ଅନ୍ୟ କେଉଁ ସମ୍ପର୍କୀୟଙ୍କ ନାମରେ ସମ୍ପତ୍ତି କରିଛି କିମ୍ବା ଠକେଇ ଟଙ୍କା ସବୁ କଣ ହୋଇଛି, ସେ ନେଇ ପଚରାଉଚରା କରାଯାଉଛି । 

Also Read; ପାଠରେ ଦୁର୍ବଳ ବୋଲି ପୁଅକୁ ଜାଳିଦେଲା ଜହ୍ଲାଦ ବାପା 

ଏଭଳି କି କେତେକ ସୋସିଆଲ ମିଡିଆ (Social media) ରେ ମଧ୍ୟ ଟଙ୍କା ଦେଇ ହିମାଂଶୁ ତାହାର ସୋ ରୁମର ବିଜ୍ଞାପନ କରୁଥିବା ଜାଣିବାକୁ ପାଇଛି ପୋଲିସ । କିଡନୀ ରାକେଟ ଏବେ ରାଜ୍ୟବ୍ୟାପୀ ମାତିବାରେ ଲାଗିଛି । ଏଥିରେ ଦଲାଲଙ୍କ ସହ କିଛି ହସ୍ପିଟାଲର କର୍ମଚାରୀ ମଧ୍ୟ ସାମିଲ ଥିବା ସନ୍ଦେହ କରାଯାଉଛି । ବିଭିନ୍ନ ହସ୍ପିଟାଲ (Hospital) ରେ ବୁଲିବା ପରେ ସେମାନେ ଶିକାର ଖୋଜିବାରେ ଲାଗିଥାନ୍ତି । ଏବେ ଅପେକ୍ଷା କେତେ ଶୀଘ୍ର ରାକେଟର କିଙ୍ଗପିନ ଧରାପଡୁଛନ୍ତି । 

Edited; Zee Odisha Desk