ଚାଲିଛି ପୁରୁଣା ଲିଙ୍ଗରାଜ ମାର୍କେଟ ଦୋକାନ ଭଙ୍ଗା
Advertisement

ଚାଲିଛି ପୁରୁଣା ଲିଙ୍ଗରାଜ ମାର୍କେଟ ଦୋକାନ ଭଙ୍ଗା

ଆରମ୍ଭ ହୋଇଛି ପୁରୁଣା ଲିଙ୍ଗରାଜ ମାର୍କେଟ ଦୋକାନ ଭଙ୍ଗା । ପୁରୁଣା ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମାର୍କେଟ ଦୋକାନ ଉଚ୍ଛେଦ କରିବା ପାଇଁ ବିଡିଏ ଘୋଷଣା କରିଥିଲା 

ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: ଆରମ୍ଭ ହୋଇଛି ପୁରୁଣା ଲିଙ୍ଗରାଜ ମାର୍କେଟ ଦୋକାନ ଭଙ୍ଗା । ପୁରୁଣା ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମାର୍କେଟ ଦୋକାନ ଉଚ୍ଛେଦ କରିବା ପାଇଁ ବିଡିଏ ଘୋଷଣା କରିଥିଲା । ପୂର୍ବରୁ ମଧ୍ୟ ୧୦୧ ଦୋକାନ ଘର ବିଶିଷ୍ଟ ଏହି ମାର୍କେଟକୁ ଅସୁରକ୍ଷିତ ଘୋଷଣା କରାଯାଥିଲା । ଗତକାଲି ହଠାତ୍ ବିଡ଼ିଏ ପକ୍ଷରୁ ୪୮ ଘଣ୍ଟା ମଧ୍ୟରେ ଦୋକାନ ଛାଡିବାକୁ ଘୋଷଣା କରାଯାଇଥିଲା ଯାହାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଶ ପ୍ରକାଶ ପାଇଛି । ଥଇଥାନ ପାଇଁ ଆବଶ୍ୟକୀୟ ସମୟ ଦେବାକୁ ଦାବି କରିଛନ୍ତି ବ୍ୟବସାୟୀ । ଘଟଣାସ୍ଥଳରେ ବିଡ଼ିଏ ଓ ବିଏମସି ଟିମ୍ ସହ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି ।

ସେପଟେ ବିଡିଏର ଘୋଷଣା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବାକୁ ବ୍ୟବସାୟୀ ସଂଘ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ପୁରୁଣା ଲିଙ୍ଗରାଜ ବଜାରରେ ୧୦୧ ଜଣ ବ୍ୟବସାୟୀ ବ୍ୟବସାୟୀ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୪୮ ଜଣଙ୍କୁ ଏହା ମଧ୍ୟରେ ଥଇଥାନ କରାଯାଇଛି । ନୂଆ ବଜାରରେ ବେଆଇନ ଭାବେ ବ୍ୟବସାୟୀଙ୍କୁ ଦୋକାନ ଦିଆଯାଇଥିବା ଅଭିଯୋଗ ବି ଆସିଛି । ଏସବୁ ନେଇ ପଦକ୍ଷେପ ନିଆ ନ ଗଲେ ଆଗକୁ ଆନ୍ଦୋଳନ ଦାନା ବାନ୍ଧିବ ବୋଲି ବ୍ୟବସାୟୀ ସଂଘ କହିଛି ।