ପୁଣି ଦାନା ବନ୍ଧୁଛି ଆଉ ଏକ ଲଘୁଚାପ; ଆଗାମୀ ୪୮ ଘଣ୍ଟାରେ ହେବ ଘନୀଭୂତ
Advertisement

ପୁଣି ଦାନା ବନ୍ଧୁଛି ଆଉ ଏକ ଲଘୁଚାପ; ଆଗାମୀ ୪୮ ଘଣ୍ଟାରେ ହେବ ଘନୀଭୂତ

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ଭାରୀ ବର୍ଷା ନେଇ କୌଣସି ସତର୍କ ସୂଚନା ଜାରି ହୋଇନଥିବା ବେଳେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

ଫଟୋ ସୌଜନ୍ୟ: ଟ୍ୱିଟର@mcbbsr

ଭୁବନେଶ୍ୱର: ଗୋଟିଏ ଗଲା ଆଉ ଗୋଟିଏ ଆସୁଛି। ଦାନା ବନ୍ଧୁଛି ପୁଣି ଏକ ଲଘୁଚାପ। ବଙ୍ଗୋପ ସାଗର ଠାରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇସାରିଥିବା ବେଳେ ଓଡିଶାରେ ଏହାର କୌଣସି ପ୍ରଭାବ ନାହିଁ। ରାଜ୍ୟରେ ବର୍ତ୍ତମାନ ମନସୁନ୍ ଟ୍ରଫ୍ ଲାଇନ୍ ସକ୍ରିୟ ରହିଛି। ଏହା ସହ ଆସନ୍ତା ୧୧ ତାରିଖ ସୁଦ୍ଧା ଉତ୍ତର ଏବଂ ଏହାର ଆଖପାଖ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ଭାରୀ ବର୍ଷା ନେଇ କୌଣସି ସତର୍କ ସୂଚନା ଜାରି ହୋଇନଥିବା ବେଳେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହାସହ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତା ୧୧ ତାରିଖରୁ ପାଗରେ ପରିବର୍ତ୍ତନ ସହ ବିଭିନ୍ନ ଜିଲ୍ଲା ବିଶେଷ କରି ଉପକୂଳ ଉତ୍ତର, ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର। ସେହିପରି ସମୁଦ୍ର ଅଶାନ୍ତ ରହିବା ସହ ସର୍ବାଧିକ ୬୦ କିଲୋମିଟର ବେଗରେ ପବନ ବହିବା ହେତୁ ଆସନ୍ତା ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ପ୍ରବେଶ ନେଇ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ସେପଟେ ୱାର୍ଣ୍ଣିଂ ହୋଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଚିଠି ଲେଖିଛନ୍ତି ଏସଆରସି।