ଆସୁଛି ଲଘୁଚାପ; ପ୍ରବଳ ବର୍ଷା ନେଇ ସତର୍କତା ଜାରି
Advertisement
Article Detail0/zeeodisha/odisha974099

ଆସୁଛି ଲଘୁଚାପ; ପ୍ରବଳ ବର୍ଷା ନେଇ ସତର୍କତା ଜାରି

ଲଘୁଚାପ ଘନୀଭୂତ ହେବା ପରେ ରାଜ୍ୟର କେଉଁ ଅଞ୍ଚଳରେ କେତେ ମାତ୍ରାରେ ବର୍ଷା ହେଉଛି ଜଣାପଡିବା ସହ କେତେ ପରିମାଣର ନିଅଣ୍ଟିଆ ବର୍ଷା ଭରଣା ହୋଇଛି ତାହା ସ୍ପଷ୍ଟ ହୋଇଯିବ। 

ଫଟୋ ସୌଜନ୍ୟ: ଟ୍ୱିଟର@mcbbsr

ଭୁବନେଶ୍ୱର: ଆସୁଛି ଲଘୁଚାପ। ୨୪ ଘଣ୍ଟାରେ ଘନୀଭୂତ ସମ୍ଭାବନା। ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ତଥା ପଶ୍ଚିମବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣୀବଳୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପ ସାଗର ଠାରେ ଆସନ୍ତାକାଲି ସୁଦ୍ଧା ଏକ ଲଘୁଚାପ ବଳୟ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। 

ରାଜ୍ୟରେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତା ୩ ଦିନ ପାଇଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା (Heavy Rain) ନେଇ ଜାରି ହୋଇଛି ସତର୍କତା। ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ରାଜ୍ୟର ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ, କଟକ, ଅନୁଗୁଳ, ଦେଓଗଡ, କନ୍ଧମାଳ ପ୍ରଭୃତି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କେଉଁଝର, ମୟୂରଭଞ୍ଜ, ଢେଙ୍କାନାଳ, ବୌଦ୍ଧ, ରାୟଗଡା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ଘଡଘଡି ବର୍ଷା ଘଡଘଡି ନେଇ ୟେଲୋ ୱାର୍ଣ୍ଣିଂ (Yellow Warning for Rain) ଜାରି ହୋଇଛି।

Also Read: Weather Alert: ଘଡଘଡି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ସେହିପରି ଆସନ୍ତାକାଲି ପଶ୍ଚିମ-ଦକ୍ଷିଣ ଓଡିଶାର (South-West Odisha) ୮ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଲଘୁଚାପ (Low Pressure) ଘନୀଭୂତ ହେବା ପରେ ରାଜ୍ୟର କେଉଁ ଅଞ୍ଚଳରେ କେତେ ମାତ୍ରାରେ ବର୍ଷା ହେଉଛି ଜଣାପଡିବା ସହ କେତେ ପରିମାଣର ନିଅଣ୍ଟିଆ ବର୍ଷା ଭରଣା ହୋଇଛି ତାହା ସ୍ପଷ୍ଟ ହୋଇଯିବ।