Weather Update: ସାରା ଦେଶକୁ ଛୁଇଁଲା ଚଳିତ ବର୍ଷର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
Advertisement
Article Detail0/zeeodisha/odisha941462

Weather Update: ସାରା ଦେଶକୁ ଛୁଇଁଲା ଚଳିତ ବର୍ଷର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ସ୍ବାଭାବିକ ୮ ତାରିଖ ପରିବର୍ତ୍ତେ ସାମାନ୍ୟ ବିଳମ୍ବ ଅର୍ଥାତ ଚଳିତ ବର୍ଷ ଜୁଲାଇ ୧୩ ତାରିଖ ମଙ୍ଗଳବାର ସାରା ଦେଶରେ ପ୍ରବେଶ କରିଛି।

ଫଟୋ ସୌଜନ୍ୟ: ଟ୍ୱିଟର@mcbbsr

ଭୁବନେଶ୍ୱର: ସାରା ଦେଶକୁ ଛୁଇଁଲା ଚଳିତ ବର୍ଷର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସ୍ବାଭାବିକ ୮ ତାରିଖ ପରିବର୍ତ୍ତେ ସାମାନ୍ୟ ବିଳମ୍ବ ଅର୍ଥାତ ଚଳିତ ବର୍ଷ ଜୁଲାଇ ୧୩ ତାରିଖ ମଙ୍ଗଳବାର ସାରା ଦେଶରେ ପ୍ରବେଶ କରିଛି। ସେପଟେ ବଙ୍ଗୋପ ସାଗର ଠାରେ ସୃଷ୍ଟ ଲଘୁଚାପ ଧିରେ ଧିରେ ଦୂର୍ବଳ ହେଉଛି କିନ୍ତୁ ଏହା ସହ ସଂଲଗ୍ନ ଘୂର୍ଣ୍ଣୀବଳୟ ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ପର୍ଯ୍ୟନ୍ତ ସକ୍ରିୟ ରହିଛି।

ଏହା ସହ ଆଉ ଏକ ଟ୍ରଫ୍ ଲାଇନ (Trough Line) ମଧ୍ୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଜପତି, ଗଞ୍ଜାମ ଆଦି ୬ ଜିଲ୍ଲାରେ ପ୍ରବଳ ବର୍ଷା (Heavy Rain) ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre)। ଏହାସହ ଉପକୂଳ ଓଡିଶାର (Coastal Odisha) ଅଧିକାଂଶ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାର କେତେକେ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Light to Moderate Rainfall) ହେବାର ସମ୍ଭାବନା ରହିଛି। ଏହା ପରେ ଆସନ୍ତା ଦୁଇ ଦିନ ଲାଗି କୌଣସି ପ୍ରକାର ସତର୍କତା ଜାରି କରାଯାଇନଥିବା ବେଳେ ୧୬ ତାରିଖରୁ ପୁଣି ପାଗରେ ପରିବର୍ତ୍ତନ ହେବା ସହ କିଛି ଜିଲ୍ଲା ଉଦ୍ଦେଶ୍ୟରେ ସତର୍କ ସୂଚନା ଜାରି କରାଯାଇଛି।