Board Exam 2021:ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ
Advertisement
Article Detail0/zeeodisha/odisha844711

Board Exam 2021:ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ

ଏହି ମହାମାରୀ ଭୟରେ ପରୀକ୍ଷା ହେବାକୁ ଯାଉଥିବା ବେଳେ ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ । କେବେ କେଉଁ ଦିନ ପରୀକ୍ଷା ହେବ ସେ ନେଇ ସୂଚୀ ପ୍ରକାଶ କରିଛି ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ।

Board Exam 2021:ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ

ଭୁବନେଶ୍ବର: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ସୂଚୀ ।  ଦୀର୍ଘ ୧୦ ମାସର ବ୍ୟବଧାନ ପରେ ପାଠପଢା ଆରମ୍ଭ ହୋଇ ପରୀକ୍ଷା ହେବାକୁ ଯାଉଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିଭାବକଙ୍କ ମନରେ ଉତ୍କଣ୍ଠା ନକହିଲେ ନସରେ । ହେଲେ ଏହି ମହାମାରୀ ଭୟରେ ପରୀକ୍ଷା ହେବାକୁ ଯାଉଥିବା ବେଳେ ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ । କେବେ କେଉଁ ଦିନ ପରୀକ୍ଷା ହେବ ସେ ନେଇ ସୂଚୀ ପ୍ରକାଶ କରିଛି ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ।

 

fallback

 

  • ମେ ୩ ତାରିଖ ପ୍ରଥମ ଦିନ ମାତୃଭାଷା ଓଡ଼ିଆ (M.I.L Odia)ପରୀକ୍ଷା
  • ମେ ୫ରେ ଦ୍ୱିତୀୟ ଭାଷା ଇଂଲିଶ(English)
  • ମେ ୭ରେ ତୃତୀୟ ଭାଷା ହିନ୍ଦୀ(Hindi)
  • ୮ ମେ ରେ ତୃତୀୟ ଭାଷା ସଂସ୍କୃତ (Sanskrit)
  • ୧୦ ମେ ରେ ଗଣିତ (Math) ପରୀକ୍ଷା କରାଯିବ । ଆଉ ଗଣିତ ପରୀକ୍ଷା ଦିନ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ୍ ର ସମୟ ମିଳିବ । ସେହିପରି 
  • ମେ ୧୨ରେ ବିଜ୍ଞାନ(Science) 
  • ୧୫ ମେ ରେ ସାମାଜିକ ବିଜ୍ଞାନ (Social Science) ପରୀକ୍ଷା କରାଯିବ । 

ଦୈନିକ ସକାଳ ୮ଟାରୁ ପରୀକ୍ଷା (Exam) ଆରମ୍ଭ ହୋଇ ପୂର୍ବାହ୍ଣ ୧୦ଟା ଯାଏଁ ଚାଲିବ ।