ମନ୍ତ୍ରୀ ସମୀର ଦାଶ ଓ ଛାତ୍ରୀଙ୍କ ଅଡି଼ଓ ଭାଇରାଲ୍
Advertisement
Article Detail0/zeeodisha/odisha912446

ମନ୍ତ୍ରୀ ସମୀର ଦାଶ ଓ ଛାତ୍ରୀଙ୍କ ଅଡି଼ଓ ଭାଇରାଲ୍

ଦୀର୍ଘ ଦିନ ହେଲା ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଓ ସେମାନଙ୍କ ଅବିଭାବକମାନେ ବୋର୍ଡ ପରୀକ୍ଷାକୁ ନେଇ ଚିନ୍ତାରେ ଅଛନ୍ତି। ରାଜ୍ୟ ବୋର୍ଡ ପରୀକ୍ଷା (Board Exam) କୁ ନେଇ ଅନିଶ୍ଚିତତା ଦେଖା ଦେଇଥିବା ବେଳେ CBSE ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଶବ୍ୟାପୀ ବାତିଲ (Exam Cancelled) ହୋଇଛି। CBSE ପରି ରାଜ୍ୟର ଯୁକ୍ତ ଦୁଇ ପରୀକ୍ଷା ବାତିଲ ହେବା ନେଇ ଚର୍ଚ୍ଚା ଚାଲିଛି।

ଡିଜାଇନ ଫଟୋ

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏବଂ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଛାତ୍ରୀ ଜଣକ ଯୁକ୍ତ ଦୁଇ ପରୀକ୍ଷା ବାତିଲ ନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରୁଛନ୍ତି। ଆଉ ମନ୍ତ୍ରୀ ,ସମୀର ଦାଶ ମଧ୍ୟ ନିଜ ଅନ୍ଦାଜରେ ଉତ୍ତର ରଖୁଛନ୍ତି। ତେବେ ଭାଇରାଲ ଅଡିଓରୁ ଯୁକ୍ତ ଦୁଇ ପରୀକ୍ଷା ବାତିଲ ହେବା ନେଇ ସ୍ପଷ୍ଟ ଇସାରା ମିଳୁଛି।

ଦୀର୍ଘ ଦିନ ହେଲା ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଓ ସେମାନଙ୍କ ଅବିଭାବକମାନେ ବୋର୍ଡ ପରୀକ୍ଷାକୁ ନେଇ ଚିନ୍ତାରେ ଅଛନ୍ତି। ରାଜ୍ୟ ବୋର୍ଡ ପରୀକ୍ଷା (Board Exam) କୁ ନେଇ ଅନିଶ୍ଚିତତା ଦେଖା ଦେଇଥିବା ବେଳେ CBSE ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଶବ୍ୟାପୀ ବାତିଲ (Exam Cancelled) ହୋଇଛି। CBSE ପରି ରାଜ୍ୟର ଯୁକ୍ତ ଦୁଇ ପରୀକ୍ଷା ବାତିଲ ହେବା ନେଇ ଚର୍ଚ୍ଚା ଚାଲିଛି। ଆଉ ସେପଟେ ନିଜ ଭବିଷ୍ୟତକୁ ନେଇ ଛାତ୍ରଛାତ୍ରୀମାନେ ମନ୍ତ୍ରୀ (Mass Education Minister) ଙ୍କୁ ଫୋନ କରିବା ଆରମ୍ଭ କରିଦେଇଛନ୍ତି।

Also Read: ସାର୍ବଜନୀନ ମାଗଣା ଟିକା ପ୍ରସଙ୍ଗ: କେନ୍ଦ୍ର ରଖିଲାନି କଂଗ୍ରେସର ଅନୁରୋଧ, ଜିଲ୍ଲାରେ ହେବ ଆନ୍ଦୋଳନ

 

ଗତକାଲି ଜଣେ ଛାତ୍ରୀ, ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ (Samir Dash) ଙ୍କୁ ଫୋନ କରିଥିଲେ। ଯାହାର ଅଡିଓ ଏବେ ନିଆଁ ଭଳି ସୋସିଆଲ ମିଡିଆରେ ବ୍ୟାପିବାରେ ଲାଗିଛି। ଛାତ୍ରୀ ଜଣକ ଯୁକ୍ତ ଦୁଇ ପରୀକ୍ଷା ବାତିଲ ହେବା ନେଇ ପ୍ରଶ୍ନ କରୁଛନ୍ତି। ଆଉ ମନ୍ତ୍ରୀ ତାହାର ଜବାବରେ କହୁଛନ୍ତି ଯେ, ପ୍ରଥମ ସପ୍ତାହରେ ପରୀକ୍ଷା ବାତିଲ ନେଇ ଘୋଷଣା କରାଯିବ। CBSE ପରୀକ୍ଷା ବାତିଲ ହୋଇନଥିଲେ ମଧ୍ୟ ଯୁକ୍ତ ଦୁଇ ପରୀକ୍ଷା ବାତିଲ ହୋଇଥାନ୍ତା। ପୂର୍ବରୁ ଏନେଇ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଆଧିକାରୀକ ଭାବେ ଘୋଷଣା କରିବାକୁ ହେଲେ କିଛି ପ୍ରକ୍ରିୟା ଦେଇ ଗତି କରିବାକୁ ପଡେ ବୋଲି ମନ୍ତ୍ରୀ କହିଛନ୍ତି।

ତେବେ ଭାଇରାଲ ଅଡିଓରୁ ଯୁକ୍ତ ଦୁଇ ପରୀକ୍ଷା ବାତିଲ ହେବା ନେଇ ପଥ ପରିସ୍କାର ହୋଇଯାଇଛି। କେବଳ ଆଧିକାରୀକ ଭାବେ ଖୁବଶୀଘ୍ର ତାହାର ଘୋଷଣା ହେବ। କିନ୍ତୁ କିଭଳି ଭାବେ ପରୀକ୍ଷା ଫଳ ମୂଲ୍ୟାଙ୍କନ ହେବ ତାହା ଆଲୋଚନାର ବିଷୟ ପାଲଟିଛି। କୋରୋନା ପାଇଁ ପୂର୍ବରୁ ମାଟ୍ରିକ ପରୀକ୍ଷା ବାତିଲ ହୋଇଛି। ଏହି କ୍ରମରେ ଏବେ ଯୁକ୍ତ ଦୁଇ ପରୀକ୍ଷା ମଧ୍ୟ ବାତିଲ ହେବ। ବିଦ୍ୟାର୍ଥୀଙ୍କ ମୂଳଦୁଆ ବୋଲି କୁହାଯାଉଥିବା ବୋର୍ଡ ପରୀକ୍ଷାକୁ ଏଭଳି ଭାବରେ ଲଗାତାର ବାତିଲ କରାଯାଉଥିବ ତେବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କେଉଁ ଦିଗକୁ ଗତି କରିବ ତାହା ସବୁଠୁ ବଡ ପ୍ରଶ୍ନ।