ପୁରୀକୁ ଗଡ଼ିବ 'ମୋ ବସ'
Advertisement

ପୁରୀକୁ ଗଡ଼ିବ 'ମୋ ବସ'

 ପୁରୀ ଓ କୋଣାର୍କ କୁ ଗଡିବ ମୋ ବସ୍ ।

ପୁରୀକୁ ଗଡ଼ିବ 'ମୋ ବସ'

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ପୁରୀ ଓ କୋଣାର୍କକୁ ଗଡିବ ମୋ ବସ୍ ।   ବିଶ୍ବ ପର୍ଯ୍ୟଟନ ଦିବସ ଅବସରରୁ କ୍ରୁଟ୍ ପକ୍ଷରୁ ସ୍ବତନ୍ତ୍ର ଭେଟି ଦିଆଯାଇଛି । ଏହି ଅବସରରେ ଆସନ୍ତା ୨୭ ତାରିଖ ରବିବାର ଠାରୁ ଶ୍ରେକ୍ଷେତ୍ର ପୁରୀ ଓ ଅର୍କକ୍ଷେତ୍ର କୋଣାର୍କ କୁ ମୋ ବସ୍ ସେବା ଆରମ୍ଭ ହେବ । ରୁଟ୍ ନମ୍ବର ୫୦ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଡିପୋରୁ ପୁରୀ ଅଭିମୁଖେ ବାହାରିବ ।  

ସେହିପରି ରୁଟ୍ ନମ୍ବର ୭୦ ରାଜଧାନୀ ସହ କୋଣାର୍କକୁ ସଂଯୋଗ କରିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁଇଟି ନନ୍ ଏସି ବସ୍ ସେବା ଆରମ୍ଭ ହେବ । ରବିବାର ଗୋଟିଏ ଗୋଟିଏ ବସ ଉଭୟ ରୁଟ୍ ରେ ଯିବ । ସାଧାରଣ ବସ୍ ସେବା ସୋମବାର ଠାରୁ ଆରମ୍ଭ ହେବ ଓ ୨ ଟି ଲେଖାଏଁ ବସ୍ ପ୍ରତ୍ୟେକ ରୁଟରେ ଚାଲିବ ବୋଲି କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି ।  

ପୁରୀ ପାଇଁ ସର୍ବାଧିକ ୫୦ ଟଙ୍କା ଏବଂ କୋଣାର୍କ ପାଇଁ ସର୍ବାଧିକ ୬୦ ଟଙ୍କା ଯାତ୍ରୀ ଭଡା ଧାର୍ଯ୍ୟ କରାଯାଇଛି । ରୁଟ୍ ନମ୍ବର ୫୦ ବସ୍ ଟି ମାଷ୍ଟରକ୍ୟାଣ୍ଟିନରୁ ରାଜ୍ୟ ସଂଗ୍ରହାଳୟ, ରବି ଟକିଜ୍, ଧଉଳି ଛକ, ଉତ୍ତରା ଛକ, ପିପିଲି ବାଇପାସ୍, ମାଳତିପାଟପୁର ଦେଇ ପୁରୀ ବସ ଷ୍ଟାଣ୍ଡ ଯିବ । କେବଳ ମାସ୍କ ପିନ୍ଧିଥିବା ଯାତ୍ରୀ ବସରେ ୟାତ୍ରା କରିପାରିବେ । ସକାଳ ୬ଟା୩୦ରୁ ଏହି ବସ୍ ସେବା ଆରମ୍ଭ ହେବ ।