Monsoon 2021: ରାଜ୍ୟରେ କେଉଁଠି ହୋଇଛି କେତେ ପରିମାଣରେ ବର୍ଷା?
Advertisement
Article Detail0/zeeodisha/odisha934082

Monsoon 2021: ରାଜ୍ୟରେ କେଉଁଠି ହୋଇଛି କେତେ ପରିମାଣରେ ବର୍ଷା?

ଆସନ୍ତା ୧୨ ତାରିଖ ଆଡକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣୀବଳୟ ସୃଷ୍ଟି ହେବ। 

Monsoon 2021: ରାଜ୍ୟରେ କେଉଁଠି ହୋଇଛି କେତେ ପରିମାଣରେ ବର୍ଷା?

ଭୁବନେଶ୍ୱର: ରାଜ୍ୟକୁ ଆବଶ୍ୟକ ଲଘୁଚାପ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ବର୍ତ୍ତମାନ ଦୁର୍ବଳ ରହିଛି। ଏହାର ପ୍ରଭାବରେ ଚଳିତ ବର୍ଷ ଜୁନ୍ ମାସରେ ୧୮ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିଲା। ଏବେ ଘୂର୍ଣ୍ଣୀବଳୟ କିମ୍ବା ଲଘୁଚାପ ପ୍ରଭାବରେ ମୌସୁମୀ ସକ୍ରିୟ ହେଲେ ନିଅଣ୍ଟିଆ ବର୍ଷା ଭରଣା ହୋଇପାରିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି। ସେପଟେ ଟ୍ରଫ୍ ଲାଇନ ପ୍ରଭାବରେ ଆସନ୍ତା ୫ ଦିନ ଧରି ରାଜ୍ୟରେ ବିକ୍ଷିପ୍ତ ଭାବେ ବର୍ଷା ପବନ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।  

କେବେ ଭରିବ ନିଅଣ୍ଟିଆ ବର୍ଷା (Shortage Rainfall), ଚାଷୀ କୂଳକୁ ଚଡକ ଆଉ ଏବେ ଲୋଡା ଲଘୁଚାପ (Lowpressure)। ରାଜ୍ୟରେ ମୌସୁମୀ (Monsoon) ପ୍ରଭାବରେ ଚଳିତ ଜୁନ ପହିଲାରୁ ଜୁଲାଇ ୩ ତାରିଖ ସୁଦ୍ଧା ୨୦୬.୯ ମିମି ବର୍ଷା ରେକର୍ଡ ହୋଇଛି। ଯାହା ସ୍ୱାଭାବିକ ବର୍ଷା ଠାରୁ ୧୬ ପ୍ରତିଶତ କମ ରହିଛି। ଏହି ସମୟରେ ୧୨ ଜିଲ୍ଲାରେ ସ୍ଵାଭାବିକ ବର୍ଷା ଠାରୁ ୨୦-୫୯ ପ୍ରତିଶତ ପର୍ଯ୍ୟନ୍ତ କମ୍, କେବଳ କୋରାପୁଟ ଜିଲ୍ଲାରେ ସ୍ୱାଭାବିକ ଠାରୁ ୨୫% ଅଧିକ ବର୍ଷା ଏବଂ ବଳକା ୧୭ ଜିଲ୍ଲାରେ ସ୍ୱାଭାବିକ ବର୍ଷା (Average Rainfall) ରେକର୍ଡ କରାଯାଇଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର (Metrological Centre) ପକ୍ଷରୁ କୁହାଯାଇଛି। 

Also Read: Monsoon 2021: ରାଜ୍ୟରେ କେତେ ପରିମାଣରେ ହୋଇଛି ବର୍ଷା?

ଏହା ସହ ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିକ୍ଷିପ୍ତ ଭାବେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର-ଉପକୂଳ ଓଡିଶାର (West North Coast Odisha) ୧୮ ଜିଲ୍ଲାରେ ଘଡଘଡି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଚଳିତ ମାସ ୪ ତାରିଖରୁ ବର୍ଷା ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି।  

ସେପଟେ ପାଣିପାଗ ବିଶେଷଜ୍ଞଙ୍କ (Weather Expert) ଆକଳନ ମୁତାବକ ଜୁନ୍ ମାସରେ ଆଖିଦୃଶିଆ ବର୍ଷା ଅଭାବରୁ ନିଅଣ୍ଟିଆ ସ୍ଥିତି ଦେଖାଦେଇଛି। ଆସନ୍ତା ୧୨ ତାରିଖ ଆଡକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣୀବଳୟ ସୃଷ୍ଟି ହେବ। ଯାହାର ପ୍ରଭାବରେ ୭ ତାରିଖ ପର ଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। ଏହା ଅଧିକ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ନିଅଣ୍ଟିଆ ବର୍ଷାରେ ସୁଧାର ଆସିପାରେ। ନଚେତ ଲଗାତର ଦୁଇ ମାସ ନିଅଣ୍ଟିଆ ବର୍ଷା ପ୍ରଭାବରେ ଚାଷୀକୂଳ ହତାଶ ହେବାର ସମ୍ଭାବନା ରହିଛି।  

Also Read: Weather Alert: ଆସନ୍ତା ୩୦ ତାରିଖରୁ ବଢିବ ବର୍ଷା

ଏବେ ଅପେକ୍ଷା କେବେ ନିଅଣ୍ଟିଆ ବର୍ଷା ଭରଣା ହେଉଛି। ଅପରପକ୍ଷେ ବର୍ତ୍ତମାନର ବର୍ଷା ସତର୍କତା ନେଇ ଜିଲ୍ଲାପାଳଙ୍କୁ ସତର୍କ ରହିବା ଲାଗି ପରାମର୍ଶ ଦେଇଛନ୍ତି ଏସଆରସି।