ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ନିଖିଳ ଓଡିଶା ଆଇନଜୀବୀ ସଂଘ
Advertisement
Article Detail0/zeeodisha/odisha637040

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ନିଖିଳ ଓଡିଶା ଆଇନଜୀବୀ ସଂଘ

ରାଜ୍ୟ ଆଇନଜୀବୀ କଲ୍ୟାଣ ପାଣ୍ଠିକୁ ୩ କୋଟି ଟଙ୍କାରୁ ବୃଦ୍ଧି କରି ୫ କୋଟି ଟଙ୍କା ପ୍ରଦାନ କରିଥିଲେ 

ଫାଇଲ ଫଟୋ

ମଳୟ ମହାନ୍ତି, ଭୁବନେଶ୍ୱର: ରାଜ୍ୟ ଆଇନଜୀବୀ କଲ୍ୟାଣ ପାଣ୍ଠିକୁ ୩ କୋଟି ଟଙ୍କାରୁ ବୃଦ୍ଧି କରି ୫ କୋଟି ଟଙ୍କା ପ୍ରଦାନ କରିଥିବାରୁ ନିଖିଳ ଓଡିଶା ଆଇନଜୀବୀ ସଂଘ ଓ ବିଜୁ ଜନତା ଦଳ ଲିଗାଲ ଫ୍ରଣ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ନବୀନ ନିବାସରେ ଶତାଧିକ ଆଇନଜୀବୀ ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତତ କରିଛନ୍ତି । ଓଡିଶାର ଆଇନଜୀବୀଙ୍କ ପାଇଁ ଏହା ବେଶ ସହାୟକ ହେବ ବୋଲି କୁହାଯାଇଛି । 

ଏହା ଦ୍ୱାରା ଆଇନଜୀବୀ ଭାବେ ୩୦ ବର୍ଷ କାମ କରି ନିଜର ଲାଇସେନସ ସରେଣ୍ଡର କଲେ ଆଇନଜୀବୀଙ୍କୁ ୯ ଲକ୍ଷ ଟଙ୍କା ମିଳିବ । ସେହିଭଳି କୌଣସି କାରଣରୁ ମୃତ୍ୟୁବରଣ କଲେ ମଧ୍ୟ ଏହି ଅର୍ଥରାଶି ମିଳିବ ବୋଲି କୁହାଯାଇଛି । ଏଥିପାଇଁ ଆଇନଜୀବୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହିତ ଓଡିଶାରେ ଅବସ୍ଥାପିତ ଜାତୀୟ ଆଇନ ବିଶ୍ୟବିଦ୍ୟାଳୟରେ ଓଡିଆ ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସ୍ଥାନ ସଂରକ୍ଷଣକୁ ସ୍ୱୀକୃତି ପ୍ରଦାନ କରିଥିବାରୁ ଆଇନଜୀବୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।