Heatwave ପ୍ରଭାବରୁ ମିଳିବ ନାହିଁ ନିସ୍ତାର, ଆହୁରି ୪୮ ଜାରି ରହିବ ପ୍ରଭାବ
Advertisement
Article Detail0/zeeodisha/odisha890648

Heatwave ପ୍ରଭାବରୁ ମିଳିବ ନାହିଁ ନିସ୍ତାର, ଆହୁରି ୪୮ ଜାରି ରହିବ ପ୍ରଭାବ

ଆସନ୍ତା ୨୪ ଘଣ୍ଟାରେ ୫ ଜିଲ୍ଲାରେ ଗ୍ରୀଷ୍ମ ପ୍ରଭାବ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Heatwave ପ୍ରଭାବରୁ ମିଳିବ ନାହିଁ ନିସ୍ତାର, ଆହୁରି ୪୮ ଜାରି ରହିବ ପ୍ରଭାବ

ଭୁବନେଶ୍ବର: ତାତିରୁ ମିଳିବ ନାହିଁ ତ୍ରାହି ୪୮ ଘଣ୍ଟା ଜାରି ରହିବ ଗ୍ରୀଷ୍ମ ପ୍ରଭାବ। ଓଡିଶା ଏବଂ ଏହାର ପଡୋଶୀ ରାଜ୍ୟ ମଧ୍ୟରେ ଦୁଇଟି ଟ୍ରଫ୍ ଲାଇନ ସମେତ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ରାଜ୍ୟରେ ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

ଆସନ୍ତା ୨୪ ଘଣ୍ଟାରେ ଖୋର୍ଦ୍ଧା, କଟକ, ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ବର ଆଦି ୫ ଜିଲ୍ଲାରେ ଗ୍ରୀଷ୍ମ ପ୍ରଭାବ (Heatwave) ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି ହୋଇଛି। ସେହିପରି ଆସନ୍ତାକାଲି କଟକ, ଖୋର୍ଦ୍ଧା, ଢେଙ୍କାନାଳ ଆଦି ୩ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର। ଏସବୁ ଜିଲ୍ଲାରେ ଖରାର ପ୍ରକୋପକୁ ଦୃଷ୍ଟିରେ ରଖି ଶିଶୁ, ବୟସ୍କ ଏବଂ ରୋଗୀଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।  

Also Read: ଉର୍ଦ୍ଧ୍ବ ମୁହାଁ ପାରଦ, ଫେରିଲା Heatwave

ବିଶେଷ କରି ଦିନ ୧୧ଟାରୁ ୩ଟା ସମୟରେ ବାହାରକୁ ବାହାରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଏହାପରେ ଆସନ୍ତା ୨୮ ତାରିଖ ଅପରାହ୍ନରୁ ପାଗରେ ପରିବର୍ତ୍ତନ ହୋଇ କାଳବୈଶାଖୀ (Thunderstorm) ପ୍ରକୋପ ବୃଦ୍ଧି ପାଇବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ଆସନ୍ତା ୩ ଦିନ ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ଏହାପରେ ୨ ଡିଗ୍ରୀ ଖସିବାର ସମ୍ଭାବନା ରହିଛି। ସେପଟେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଦିଆଯାଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।