ବିଦ୍ୟା ମନ୍ଦିରରେ ବିଲ ଫସଲ
Advertisement
Article Detail0/zeeodisha/odisha830648

ବିଦ୍ୟା ମନ୍ଦିରରେ ବିଲ ଫସଲ

ଗତବର୍ଷ ରାଜ୍ୟର ୪୩ ହଜାର ସ୍କୁଲକୁ ୫ ହଜାର ଲେଖାଏଁ ଆର୍ଥିକ ସହାୟତା ଦିଆଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଦ୍ବାରା ଉଦ୍ୟାନର ରକ୍ଷଣାବେକ୍ଷଣା କରାଯାଇଛି। ଉତ୍ପାଦିତ ପନିପରିବା ପିଲାଙ୍କ ମଧ୍ୟାହ୍ନ ଭୋଜନରେ ବ୍ୟବହାର କରାଯିବ। ହେଲେ କୋଭିଡ (Covid19) ହେତୁ ପ୍ରଥମେ ବିଦ୍ୟାଳୟ ବନ୍ଦ ଆଉ ଏବେ ମଧ୍ୟାହ୍ନ ଭୋଜନ ବନ୍ଦ ଅଛି। 

ବିଦ୍ୟା ମନ୍ଦିରରେ ବିଲ ଫସଲ

ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ବିଦ୍ୟାଳୟ ପରିବେଶକୁ ଦୀର୍ଘ ୯ ମାସ ପରେ ଛାତ୍ରଛାତ୍ରୀଙ୍କ କୋଳାହଳ ଫେରିଛି। ଏହାସହ ଆଉ ଏକ ସୁନ୍ଦର ଦୃଶ୍ୟ ତଥା ଉପଯୋଗୀ ଖାଦ୍ୟ ଶସ୍ୟରେ ମଧ୍ୟ ପୁରିଉଠିଛି। ସ୍କୁଲ ହତାରେ ଦେଖିବାକୁ ମିଳିଛି ବିଲ ଫସଲର ଝଲକ। ଯାହାକୁ ପୋଷଣୀୟ ଉଦ୍ୟାନ ବା ନ୍ୟୁଟ୍ରିସନାଲ ପ୍ଲାଣ୍ଟ ବୋଲି କୁହାଯାଉଛି। ରାଜ୍ୟ ଓ ରାଜଧାନୀର ବିଭିନ୍ନ ବିଦ୍ୟାଳୟରେ ନାନା ପ୍ରକାର ପନିପରିବା, ଫୁଲ, ଫଳ ଚାଷ କରାଯାଇଛି।

ସୁନ୍ଦର ସୁନ୍ଦର ପନିପରିବା ଉଦ୍ୟାନ (School Garden) ରେ ପୂରି ଉଠିଛି ବିଦ୍ୟା ମନ୍ଦିର। ସରକାରଙ୍କ ଯୋଜନା ଅନୁସାରେ ମଧ୍ୟାହ୍ନ ଭୋଜନ (Mid Day Meal) ପାଇଁ ହୋଇଥିବା ପୋଷଣୀୟ ଉଦ୍ୟାନ ଏବେ ବିଦ୍ୟାଳୟର ସୌନ୍ଦର୍ଯ୍ୟକୁ ଦ୍ବଗୁଣିତ କରିଛି। ଏଥିପାଇଁ ଗତବର୍ଷ ରାଜ୍ୟର ୪୩ ହଜାର ସ୍କୁଲକୁ ୫ ହଜାର ଲେଖାଏଁ ଆର୍ଥିକ ସହାୟତା ଦିଆଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଦ୍ବାରା ଉଦ୍ୟାନର ରକ୍ଷଣାବେକ୍ଷଣା କରାଯାଇଛି। ଉତ୍ପାଦିତ ପନିପରିବା ପିଲାଙ୍କ ମଧ୍ୟାହ୍ନ ଭୋଜନରେ ବ୍ୟବହାର କରାଯିବ। ହେଲେ କୋଭିଡ (Covid19) ହେତୁ ପ୍ରଥମେ ବିଦ୍ୟାଳୟ ବନ୍ଦ ଆଉ ଏବେ ମଧ୍ୟାହ୍ନ ଭୋଜନ ବନ୍ଦ ଅଛି। ଫଳରେ ଏବର୍ଷ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଦ୍ବାରା ଉଦ୍ୟାନ ଗଢିଉଠିଥିବା ଭୁବନେଶ୍ବର ୟୁନିଟ ୮ ବାଳକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶୈଳାଧିରାଜତନୟା ଶତପଥୀ କହିଛନ୍ତି।

fallback

ଗତ ଦୁଇ ମାସ ହେବ ସରକାର (Odisha Govt) ଙ୍କ ଏହି କାର୍ଯ୍ୟକ୍ରମ ଜରିଆରେ ସ୍କୁଲ ଉଦ୍ୟାନ ଆରମ୍ଭ ହୋଇଛି। କିନ୍ତୁ  କିଛି ବିଦ୍ୟାଳୟରେ ଡିସେମ୍ବର ଶେଷ ଆଡକୁ ଏହାର ପ୍ରକ୍ରିୟାକରଣ ଆରମ୍ଭ ହୋଇଥିଲା। ପିଲାଙ୍କ ଅନୁପସ୍ଥିତିରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସହାୟତାରେ ବିଭିନ୍ନ ପ୍ରକାର ଫସଲ ଯଥା- ଆଳୁ, ପିଆଜ, ରସୁଣ, ଧନିଆ, ବାଇଗଣ, ଟମାଟେ, କଲରା, ଭଣ୍ଡା, କଦଳୀ, ଲଙ୍କା ଆଦି ଲଗାଯାଇଛି। କେବଳ ସେତିକି ନୁହେଁ ବିଭିନ୍ନ ପ୍ରକାର ଫୁଲ ଏବଂ ଓଉ, ସଜନା, ଆମ୍ବ ଆଦି ବଡ ଗଛ ମଧ୍ୟ ଲଗାଯାଇଛି। ଅକ୍ଷୟପାତ୍ର ଦ୍ବାରା ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିବା ହଷ୍ଟେଲ ପରିସରରେ ଗଛ ରୋପଣ କରାଯାଇ ତାକୁ ଅନ୍ତେବାସୀଙ୍କ ଖାଦ୍ୟରେ ଉପଯୋଗ କରାଯାଉଥିବା ଆଇଆରସି ଭିଲେଜ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନନ୍ଦା ମେକାପ କହିଛନ୍ତି।

fallback

ତେବେ ରାଜଧାନୀ (Bhubaneswar) ର ଅଧିକାଂଶ ବିଦ୍ୟାଳୟକୁ ପୋଷଣୀୟ ଉଦ୍ୟାନ ପାଇଁ ସରକାରୀ ଆର୍ଥିକ ଅନୁଦାନ ଦିଆଯାଇଛି। କିନ୍ତୁ ଏହି ଉଦ୍ୟାନ କେଉଁଠି ଅଧାଗଢା ଅନାବନା ହୋଇ ପଡିଛି ତ କେଉଁଠି ପୋଷଣୀୟ ଉଦ୍ୟାନ (Nutrition Garden) ର ନା ଗନ୍ଧ ନାହିଁ। ଏପରିସ୍ଥଳେ ସରକାରଙ୍କ ବାସ୍ତବ ସ୍ବପ୍ନ ପୂରଣ ହେବା ନେଇ ପ୍ରଶ୍ନ ଉଠୁଛି। ସେପଟେ କାମ ହୋଇନଥିବା ସ୍କୁଲର ଟଙ୍କା କେଉଁ ବାବଦରେ ଖର୍ଚ୍ଚ ହୋଇଛି ତାର ଦତନ୍ତ ହେବା ଉଚିତ ବୋଲି ସାଧାରଣରେ ଦାବି ହେଉଛି।