ଜାଗା ମିଶନ ପାଇଁ ଓଡ଼ିଶାକୁ ମିଳିଲା 'ୱାର୍ଲ୍ଡ ହାବିଟାଟ ପୁରସ୍କାର'
Advertisement
Article Detail0/zeeodisha/odisha607941

ଜାଗା ମିଶନ ପାଇଁ ଓଡ଼ିଶାକୁ ମିଳିଲା 'ୱାର୍ଲ୍ଡ ହାବିଟାଟ ପୁରସ୍କାର'

ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଜାଗା ଯୋଗାଇବାରେ ଓଡ଼ିଶା କେବଳ ଦେଶ ନୁହେଁ, ସାରା ବିଶ୍ୱରେ ଏକ ନମ୍ବର ଭାବେ ଉଭା ହୋଇଛି । 'ଜାଗା ମିଶନ' ପାଇଁ ଓଡ଼ିଶାକୁ ମିଳିଛି 'ୱାର୍ଲ୍ଡ ହାବିଟାଟ ପୁରସ୍କାର' । ପ୍ରତିବର୍ଷ ସାରା ବିଶ୍ୱରେ ୟୁନାଇଟେଡ଼୍ କିଙ୍ଗଡ଼ମର ୱାର୍ଲ୍ଡ ହାବିଟାଟ ତରଫରୁ ଶ୍ରେଷ୍ଠ କାର୍ଯ୍ୟକ୍ରମ ପାଇଁ ଏହି ପୁରସ୍କାର ଦିଆଯାଇଥାଏ ।

 ଜାଗା ମିଶନ ପାଇଁ ଓଡ଼ିଶାକୁ ମିଳିଲା 'ୱାର୍ଲ୍ଡ ହାବିଟାଟ ପୁରସ୍କାର'

ଯଯାତି ମହାନ୍ତି, ଭୁବନେଶ୍ୱର: ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଜାଗା ଯୋଗାଇବାରେ ଓଡ଼ିଶା କେବଳ ଦେଶ ନୁହେଁ, ସାରା ବିଶ୍ୱରେ ଏକ ନମ୍ବର ଭାବେ ଉଭା ହୋଇଛି । 'ଜାଗା ମିଶନ' ପାଇଁ ଓଡ଼ିଶାକୁ ମିଳିଛି 'ୱାର୍ଲ୍ଡ ହାବିଟାଟ ପୁରସ୍କାର' । ପ୍ରତିବର୍ଷ ସାରା ବିଶ୍ୱରେ ୟୁନାଇଟେଡ଼୍ କିଙ୍ଗଡ଼ମର ୱାର୍ଲ୍ଡ ହାବିଟାଟ ତରଫରୁ ଶ୍ରେଷ୍ଠ କାର୍ଯ୍ୟକ୍ରମ ପାଇଁ ଏହି ପୁରସ୍କାର ଦିଆଯାଇଥାଏ ।

ସହରାଞ୍ଚଳରେ ଥିବା ପ୍ରାୟ ୧୭ ଲକ୍ଷ ଲୋକଙ୍କୁ ସ୍ଥାୟୀ ଘର ଯୋଗାଇବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ଏବେ ସୁଦ୍ଧା ୫୨ ହଜାର ୬୮୨ ଜଣ ବସ୍ତିରେ ରହୁଥିବା ଗରିବଙ୍କୁ ଜମି ଅଧିକାର ମିଳି ସାରିଛି । ୨୦୧୮ ମଇ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସାରା ଦେଶରେ ଏହି ଯୋଜନା ପ୍ରଥମ ବୋଲି ସେତେବେଳ ବହୁତ ଚର୍ଚ୍ଚା ହୋଇଥିଲା । ଟାଟା ଟ୍ରଷ୍ଟ ଏବଂ ନର୍ମାନ ଫଷ୍ଟର ଫାଉଣ୍ଡେସନ୍ ଏହାର ପାର୍ଟନର ଭାବେ କାମ କରୁଛି ।

ଏହି କାର୍ଯ୍ୟକ୍ରମ ରାଜ୍ୟର ୧୭୨୫ଟି ବସ୍ତିର ଡ୍ରୋନ୍ ଓ ଜିଆଇଏସ୍ ଦ୍ୱାରା ସର୍ଭେ କରାଯାଇଛି । ୨୫୫ଟି ବସ୍ତିରେ ବସବାସ କରିବା ପାଇଁ ସମସ୍ତ ସୁବିଧା ଯୋଗାଇବାକୁ ବ୍ୟବସ୍ଥା ହାତକୁ ନିଆଯାଇଛି । ଜାଗା ମିଶନ ପାଇଁ ଆନ୍ତର୍ଜାତୀୟ ସ୍ୱୀକୃତି ମିଳିଥିବାରୁ ବିଭାଗୀୟ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।