ଆଜିଠୁ ରାଜ୍ୟର ୧୨ ଜିଲ୍ଲାରେ ସେରୋ ସର୍ଭେ
Advertisement

ଆଜିଠୁ ରାଜ୍ୟର ୧୨ ଜିଲ୍ଲାରେ ସେରୋ ସର୍ଭେ

ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ସେରୋ ସର୍ଭେ ଚାଲିବ। ସର୍ଭେ ପାଇଁ RMRCକୁ ଆବଶ୍ୟକୀୟ ମାନବ ସମ୍ବଳ ଓ ଲଜିଷ୍ଟିକ ଯୋଗାଇଦିଆଯାଇଛି। ତଥାପି ଆବଶ୍ୟକ ସ୍ଥଳେ RMRC ଟିମ୍‌କୁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ସହଯଯୋଗ କରିବ।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର:  ରବିବାରଠୁ ରାଜ୍ୟରେ ଆରମ୍ଭ ହେଉଛି ସେରୋ ସର୍ଭେ। ଏଥିରେ ୧୨ଟି ଜିଲ୍ଲାକୁ ସାମିଲ କରାଯାଇଛି। ସର୍ଭେରେ ଥିବା RMRC ଟିମ୍‌କୁ ସହଯୋଗ ପାଇଁ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି।

ମୟୂରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ, କେନ୍ଦୁଝର, ବାଲେଶ୍ୱର, ପୁରୀ, ଖୋଦ୍ଧା, ଯାଜପୁର ଜିଲ୍ଲାରେ ସେରୋ ସର୍ଭେ (Sero Survey) କରାଯିବ। ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ସେରୋ ସର୍ଭେ ଚାଲିବ। ସର୍ଭେ ପାଇଁ RMRCକୁ ଆବଶ୍ୟକୀୟ ମାନବ ସମ୍ବଳ ଓ ଲଜିଷ୍ଟିକ ଯୋଗାଇଦିଆଯାଇଛି। ତଥାପି ଆବଶ୍ୟକ ସ୍ଥଳେ RMRC ଟିମ୍‌କୁ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ସହଯଯୋଗ କରିବ।

Also Read: ରାଜ୍ୟରେ ତୃତୀୟ ଲହର ସଙ୍କେତ; ଦୈନିକ ସଂକ୍ରମଣର ସାଢେ ୧୩ ପ୍ରତିଶତ ନାବାଳକ, ବିସ୍ଫୋରଣ କରିପାରେ ପାର୍ବଣ

ଏହି ସେରୋ ସର୍ଭେରେ ୧୨ ଜିଲ୍ଲାରୁ ସମୁଦାୟ ୭୮୮୦ ନମୂନା ସଂଗ୍ରହ କରାଯିବ। ସାଧାରଣ ଜନତାଙ୍କ ଠାରୁ ୬୬୮୦ ଓ ପତ୍ୟେକ ଜିଲ୍ଲାରୁ ଶହେ ଜଣ ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ନମୂନା ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। କୋରନାର ଦ୍ୱିତୀୟ ଲହରରେ ଲୋକଙ୍କ ଠାରେ କତେ ପରିମାଣର ଆଣ୍ଟିବଡି ତିଆରି ହୋଇଛି ତାହା ଜାଣିବା ପାଇଁ ଏହି ସେରୋ ସର୍ଭେ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।