Bhubaneswar: ସାମ୍ଭାବ୍ୟ ବୃଷ୍ଟିପାତ ପାଇଁ ବିଏମସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ
Advertisement

Bhubaneswar: ସାମ୍ଭାବ୍ୟ ବୃଷ୍ଟିପାତ ପାଇଁ ବିଏମସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ

 Bhubaneswar Municipal Corporation: ସାମ୍ଭାବ୍ୟ ବୃଷ୍ଟିପାତକୁ ନଜରରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି।

Bhubaneswar: ସାମ୍ଭାବ୍ୟ ବୃଷ୍ଟିପାତ ପାଇଁ ବିଏମସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ

BMC Preparation for Rain: ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ୧ ଅକ୍ଟୋବର ଠାରୁ ୩ ତାରିଖ ପର୍ଯ୍ୟନ୍ତ ଲଘୁଚାପ ଜନିତ ବର୍ଷା ହେବାର ରହିଛି। ଏହି ସାମ୍ଭାବ୍ୟ ବୃଷ୍ଟିପାତକୁ ନଜରରେ ରଖି  ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ବୈଠକ।

ବର୍ଷା ଜନିତ ଜଳବନ୍ଦୀ ତଥା ଅନ୍ୟାନ୍ୟ ସମସ୍ୟାର ମୁକାବିଲା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ଭୁବନେଶ୍ୱର ମହାନଗର ନିଗମରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଛି ବିଏମସି। ଜଳବନ୍ଦୀ, ଗଛ ପଡ଼ିବା କିମ୍ବା ଅନ୍ୟ କୌଣସି ଅସୁବିଧା ହେଲେ ୧୯୨୯ ନମ୍ବର ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଭୁବନେଶ୍ୱର ମହାନଗର ନିଗମର ସମସ୍ତ ଜୋନାଲ ଡେପୁଟି କମିଶନର ଙ୍କୁ ଖାଲୁଆ ଅଞ୍ଚଳ ଚିହ୍ନଟ କରିବା ସହ ବିଇଓ ତଥା ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରି ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିବା, ସ୍ଥାନୀୟ କର୍ପୋରେଟର ଙ୍କୁ  ନେଇ ୱାର୍ଡ ସ୍ତରରେ ସେ ସମ୍ପର୍କିତ ପ୍ରସ୍ତୁତି କରିବାକୁ କୁହାଯାଇଛି। 

ସମସ୍ତ ଡ୍ରେନ ଭଲ ଭାବରେ ସଫା ହୋଇଛି ନାଁ ନାହିଁ ତାହାକୁ ତଦାରଖ କରିବାକୁ କୁହାଯାଇଛି। ଏହା ସହିତ ଡ୍ରେନ ଉପରେ ରହିଥିବା ଜାଲି ଉଠାଇ ଦେବାକୁ କୁହାଯାଇଛି। ସହରର ଯେଉଁ ଅଞ୍ଚଳ ଜଳବନ୍ଦୀ ହେଉଛି, ତାହାକୁ ଚିହ୍ନଟ କରିବା ସହ ଆବଶ୍ୟକୀୟ ସଂଖ୍ୟାରେ ପମ୍ପସେଟ୍-ଜେନେରେଟର ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଛ ଭାଙ୍ଗିଗଲେ ତାହାକୁ ତୁରନ୍ତ ହଟାଇବା ସହ ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗକୁ ଆବଶ୍ୟକୀୟ ଉଦ୍ଧାର ସରଞ୍ଜାମ, ଗଛକଟା ମେସିନ ସହ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏନେଇ ଗାଡ଼ି ମଧ୍ୟ ପ୍ରସ୍ତୁତ ରଖିବାକୁ କୁହାଯାଇଛି।

ଯଦି ଜଳବନ୍ଦୀ ସମସ୍ୟା ସୃଷ୍ଟି ହୁଏ, ସେହିପରି ଆବଶ୍ୟକ ପଡ଼ିଲେ ଗଛ କାଟିବା, ବିଦ୍ୟୁତ ଖୁଣ୍ଟ ଉପୁଡ଼ି ଗଲେ କିମ୍ବା ଭାଙ୍ଗିଗଲେ ତାହାକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ପାଇଁ ସଜାଗ ରହିବାକୁ ସମ୍ପୃକ୍ତ ବିଭାଗକୁ କୁହାଯାଇଛି। ସହରର କୌଣସି ଜଳବନ୍ଦୀ ଅଞ୍ଚଳରେ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଘର ଅଥବା ନିର୍ମାଣ ଉପରେ ସତର୍କ ନଜର ରଖିବାକୁ କୁହାଯାଉଛି। ଯେଉଁଠାରେ ଡ୍ରେନ ଉପରେ ବର୍ଷା ଜଳ ପ୍ରବାହିତ ହେବାର ରହିଛି ସେଠାରେ ବାଉଁଶରେ ବ୍ୟାରିକେଡ଼ ନିର୍ମାଣ କରିବାକୁ କୁହାଯାଇଛି।

ଆଗୁଆ ଶୁଖିଲା ଖାଦ୍ୟ ମହଜୁଦ କରି ରଖିବାକୁ କୁହାଯାଇଛି। ଅନ୍ୟପଟେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରସ୍ତୁତ ରହିବାକୁ ବିଏମସି ପକ୍ଷରୁ କୁହାଯାଇଛି। ବିଏମସି ସାନିଟେସନ ଟିମ ଏବଂ  ସାନିଟେସନ ଏଜେନ୍ସି ନିଜର କର୍ମଚାରୀ ଏବଂ ସହାୟକଙ୍କୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ବିଭିନ୍ନ କାମ ପାଇଁ ଦାୟିତ୍ୱରେ ରହିଥିବା ବିଏମସି ଏବଂ ବିଭାଗୀୟ ଅଧିକାରୀ ନିଜ ନିଜର ସହଯୋଗୀଙ୍କୁ ନେଇ ସେମାନଙ୍କୁ ଦିଆଯାଇଥିବା କାମ ସୁନିଶ୍ଚିତ କରିବାକୁ କୁହାଯାଇଛି।