ବାହୁଡିଲା କି କୋରୋନା; ବ୍ରିଟେନରେ ଖେଳୁଛି, ଓଡିଶା ଆସିନି ତ?
Advertisement
Article Detail0/zeeodisha/odisha815661

ବାହୁଡିଲା କି କୋରୋନା; ବ୍ରିଟେନରେ ଖେଳୁଛି, ଓଡିଶା ଆସିନି ତ?

ବ୍ରିଟେନରେ ମହାମାରୀ କୋଭିଡ ୧୯ର ନୂଆ ଷ୍ଟ୍ରେନ୍ ଆହୁରି ଭୟଙ୍କର ରୂପରେ କାୟା ବିସ୍ତାର କରୁଥିବା ବେଳେ ସେଠାରୁ ଦେଶ ତଥା ରାଜ୍ୟକୁ ଫେରିଥିବା ଲୋକଙ୍କୁ ନେଇ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି।

ବାହୁଡିଲା କି କୋରୋନା; ବ୍ରିଟେନରେ ଖେଳୁଛି, ଓଡିଶା ଆସିନି ତ?

ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ଇଟାଲୀ ପରେ ଏବେ ବ୍ରିଟେନ ଫେରନ୍ତା ଚିନ୍ତା। ଚଳିତ ବର୍ଷ ମାର୍ଚ୍ଚରେ ରାଜ୍ୟ ସହ ରାଜଧାନୀକୁ ପ୍ରଥମେ ଇଟାଲୀ ଫେରନ୍ତାଙ୍କ ଦ୍ଵାରା ମହାମାରୀ କୋରୋନା ପ୍ରବେଶ କରିଥିଲା। ଆଉ ଏହା ପରେ ଧିରେ ଧିରେ ଉଇ ଭଳି ମାଡିଯାଇଥିଲା କୋରୋନା। ଆଉ ଲକଡାଉନ, ସଟଡାଉନ, କଣ୍ଟେନମେଣ୍ଟ ଭଳି ପଦକ୍ଷେପ ନେବା ପରେ ମଧ୍ୟ ସମ୍ପୂର୍ଣ୍ଣ ଭାବେ  ରୋକାଯାଇ ପାରିନଥିଲା। 

ଯଦିଓ ବର୍ତ୍ତମାନ ଆମେ ଏକ ପ୍ରକାର ସ୍ବାଭବିକ ସ୍ତରକୁ ମୁହାଁଉଛେ ହେଲେ ପୁଣି ବ୍ରିଟେନ ଫେରନ୍ତାଙ୍କୁ ନେଇ ବଢିଛି ଚିନ୍ତା। ମାର୍ଚ୍ଚର ସ୍ଥିତି ପୁଣି ଲୋକଙ୍କ ମନରେ ସତେଜ ହୋଇଉଠିଛି। ଦେଶ ଓ ରାଜ୍ୟରେ ଡିସେମ୍ବର ମାସରେ କୋରୋନା (Corona Virus) ଦ୍ବିତୀୟ ସଂକ୍ରମଣ ଆଶଙ୍କା ଥିବା ଆକଳନକୁ ପଛରେ ପକାଇ ଧିରେ ଧିରେ କୋରୋନା ମିଟର ତଳମୁହାଁ ହେବାରେ ଲାଗିଛି।  ହେଲେ ଏହାରି ମଧ୍ୟରେ ବିଦେଶ ଫେରନ୍ତାଙ୍କୁ (Foreign Return) ନେଇ ଚିନ୍ତା ବଢିଛି।

ବ୍ରିଟେନରେ ମହାମାରୀ କୋଭିଡ ୧୯ର ନୂଆ ଷ୍ଟ୍ରେନ୍ ଆହୁରି ଭୟଙ୍କର ରୂପରେ କାୟା ବିସ୍ତାର କରୁଥିବା ବେଳେ ସେଠାରୁ ଦେଶ ତଥା ରାଜ୍ୟକୁ ଫେରିଥିବା ଲୋକଙ୍କୁ ନେଇ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାଇ ଗତ ୧୪ ଦିନ ମଧ୍ୟରେ ରାଜ୍ୟକୁ ୪୩ ଜଣ ବ୍ରିଟେନରୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୨ ପଜିଟିଭ୍ ଚିହ୍ନଟ ହେଲେଣି। ହେଲେ ସେମାନେ ନୂଆ ଷ୍ଟ୍ରେନ୍ ନା ପୂର୍ବ କୋରୋନା ଭୂତାଣୁ ଦ୍ବାରା ସଂକ୍ରମିତ ତାହା ଏବେ ମଧ୍ୟ ଅସ୍ପଷ୍ଟ।

Also Read: କୋରୋନା ଭୂତାଣୁର ନୂଆ ରୂପକୁ ନେଇ ବଡ଼ ବୟାନ ଦେଲା WHO
 

ରାଜ୍ୟ ଓ ରାଜଧାନୀରୁ କୋଭିଡ ସଂକ୍ରମିତ ସାମ୍ନାକୁ ଆସୁଛନ୍ତି। ହେଲେ ବଡ କଥା ହେଉଛି କୋରୋନାର ନୂଆ ଷ୍ଟ୍ରେନ୍ ଯେହେତୁ ସୁପରସ୍ପ୍ରେଡର ଭାବେ ଉଭା ହୋଇଛି ତାକୁ ନେଇ ଚିନ୍ତା ବଢିଛି। ସେପେଟେ ଦକ୍ଷିଣ ଆଫ୍ରିକାରେ ପୁଣି ଆଉ ଏକ ନୂଆ ରୂପ ଦେଖିବାକୁ ମିଳିଛି, ଯାହା କୋରୋନା ଭୂତାଣୁ ଠାରୁ ଆହୁରି ଭୟଙ୍କର। 

Also Read:  କୋରୋନା ଟିକା ବଣ୍ଟନ: ଆସନ୍ତା ସପ୍ତାହରୁ ୪ ରାଜ୍ୟରେ ହେବ ରିହର୍ସାଲ

 

ଗୋଟିଏ ପଟେ ଦେଶ ଓ ରାଜ୍ୟକୁ ଏସବୁ ନୂଆ ଷ୍ଟ୍ରେନ୍ ଆସିଛି କି ନାହିଁ ସେନେଇ ଅଧିକ ଗବେଷଣା ଚାଲିଥିବା ବେଳେ ବିଶେଷଜ୍ଞଙ୍କ ମତରେ ସଂପୂର୍ଣ୍ଣ ଟୀକାକରଣ ପର୍ଯ୍ୟନ୍ତ ପୂର୍ବ ଭଳି ସମସ୍ତ କଟକଣା ପାଳନ କରିବା ହିଁ ଶ୍ରେୟସ୍କର। ନଚେତ ବେଳା ବୁଡିବ ବୋଲି ଭେଷଜ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି। କୌଣସି ଭୟଭୀତ କରିବା ଆମର ଉଦ୍ଦେଶ୍ୟ ନୁହେଁ ବରଂ ସଚେତନ କରିବା ସହ ନିଜ ଆଚରଣଗତରେ ସୁଧାର କରି ସଜାଗ କରିବା ଉପରେ ପ୍ରୟାସ ଜାରି ରହିବା ଆବଶ୍ୟକ।