କୋରୋନା ଟିକା ବଣ୍ଟନ: ଆସନ୍ତା ସପ୍ତାହରୁ ୪ ରାଜ୍ୟରେ ହେବ ରିହର୍ସାଲ
Advertisement

କୋରୋନା ଟିକା ବଣ୍ଟନ: ଆସନ୍ତା ସପ୍ତାହରୁ ୪ ରାଜ୍ୟରେ ହେବ ରିହର୍ସାଲ

ଆସନ୍ତା ବର୍ଷରୁ  ଦେଶବାସୀଙ୍କୁ କୋରୋନା ଟିକା ଯୋଗାଇ ଦେବାକୁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ଦେଶରେ କୋରୋନା ଟିକା ବଣ୍ଟନ ନେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିସାରିଛନ୍ତି।

କୋରୋନା ଟିକା ବଣ୍ଟନ: ଆସନ୍ତା ସପ୍ତାହରୁ ୪ ରାଜ୍ୟରେ ହେବ ରିହର୍ସାଲ

ନୂଆଦିଲ୍ଲୀ: ଦେଶବାସୀଙ୍କୁ କୋରୋନା ଟିକା ଯୋଗାଇ ଦେବାକୁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ଆସନ୍ତା ସପ୍ତାହରେ ପଞ୍ଜାବ, ଆସାମ, ଆନ୍ଧ୍ର ପ୍ରଦେଶ, ଗୁଜରାଟ ଆଦି ୪ ରାଜ୍ୟରେ ଟିକା ବଣ୍ଟନ ରିହର୍ସାଲ ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ଏହି ରାଜ୍ୟରେ କୋରୋନା ଟିକା ବିତରଣ ଅଭ୍ୟାସ କାର୍ଯ୍ୟକ୍ରମ ସହ ଭ୍ୟାକ୍ସିନେସନ ପୂର୍ବରୁ ପ୍ରସ୍ତୁତିର ଯାଞ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଟିକା ବଣ୍ଟନ ରିହର୍ସାଲ ସହ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ବୈଷୟିକ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ତାଲିମ ପ୍ରଦାନ କରାଯିବ।

ପୂର୍ବରୁ ଦିଲ୍ଲୀ ଏବଂ ହାଇଦ୍ରାବାଦ ବିମାନ ବନ୍ଦରରେ କୋଭିଡ-୧୯ ଟିକା (Corona Vaccine) ସଂରକ୍ଷଣ ପାଇଁ ସ୍ୱତନ୍ତ୍ର କୋଲ୍ଡ ସେଲ୍ ମଧ୍ୟ ନିର୍ମାଣ ସରିଛି। ଦିଲ୍ଲୀ ବିମାନ ବନ୍ଦରରୁ ସାରା ଦେଶକୁ ଟିକା ବଣ୍ଟନ ପାଇଁ ପୂର୍ଣ୍ଣ ପ୍ରସ୍ତୁତ କରିସାରିଛନ୍ତି କେନ୍ଦ୍ର ସରକାର। ଟିକା ପାଇଁ ଆବଶ୍ୟକୀୟ ତାପମାତ୍ରା ସହ ବ୍ୟବହାର ବିଧି ନିର୍ଦ୍ଦେଶ ପାଳନ ସହିତ ଲୋକଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ଅଭିଜ୍ଞ ଡାକ୍ତର। ନିଜେ ପ୍ରଧାନମନ୍ତ୍ରୀ ମଧ୍ୟ ଟିକା ବଣ୍ଟନ ନେଇ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିସାରିଛନ୍ତି।

Also Read: ଚିନ୍ତାରେ ମୁସଲମାନ; କୋରୋନା ଟିକାରେ ଘୁଷୁରୀ ମାଂସ ଗୁଜବ

 

ଏବେ ଦୂର ହେବାକୁ ଯାଉଛି କୋରୋନା ଭୟ। ପ୍ରଥମ ପର୍ଯ୍ୟାୟରେ ଡାକ୍ତର, ସେନାଙ୍କ ସହିତ ଫ୍ରଣ୍ଟ ଲାଇନରଙ୍କୁ ଟିକା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୩ଟି ସ୍ୱଦେଶୀ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହେବା ସହ କେବଳ ଜରୁରୀ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନରାଲ ଅଫ ଇଣ୍ଡିଆ-ଡିସିଜିଆଇ (Drugs Controller General of India-DCGI) ଅନୁମତିର ଆବଶ୍ୟକତା ରହିଛି। ପୂର୍ବରୁ ସେରମ ଇନଷ୍ଟିଚ୍ୟୁଟ, ଭାରତ ବାୟୋଟେକ ଟିକାର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ ଠାରେ ଆବେଦନ କରାଯାଇଛି।

Also Read: କୋରୋନା ଟିକା ଉପରେ ଆସିଲା ଫତୱା

କୋରୋନା ଟୀକାକରଣ ପାଇଁ ରାଜ୍ୟ ସରକାର ମଧ୍ୟ  ପ୍ରସ୍ତୁତ ଅଛନ୍ତି। ରାଜ୍ୟରେ ଗଣ ଟୀକାକରଣକୁ (Mass Vaccination) ବ୍ୟବସ୍ଥିତ କରିବା ପାଇଁ ରାଜ୍ୟରୁ ବ୍ଳକସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୨୯,୨୭୬ ଟିକାକରଣ ସ୍ଥାନ ଚିହ୍ନଟ ହୋଇଛି।