BMC New Guidelines: ରାସ୍ତାରେ ଗାଈ ଗୋରୁ ବୁଲିଲେ ଉଠାଇନେବ ବିଏମ୍‌ସି; ଲାଗୁ ହେବ ୨ ଗୁଣା ଜରିମାନା
Advertisement

BMC New Guidelines: ରାସ୍ତାରେ ଗାଈ ଗୋରୁ ବୁଲିଲେ ଉଠାଇନେବ ବିଏମ୍‌ସି; ଲାଗୁ ହେବ ୨ ଗୁଣା ଜରିମାନା

BMC SOP for Stray Animals: ସହରରେ ବୁଲା ପଶୁଙ୍କ ଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରୟାସ।

BMC New Guidelines: ରାସ୍ତାରେ ଗାଈ ଗୋରୁ ବୁଲିଲେ ଉଠାଇନେବ ବିଏମ୍‌ସି; ଲାଗୁ ହେବ ୨ ଗୁଣା ଜରିମାନା

BMC Guidelines for Stray Animals: ଭୁବନେଶ୍ୱର ମହାନଗର ନିଗମ ଲାଗି ଚିନ୍ତା ବଢାଇ ଦେଇଛନ୍ତି ବୁଲା ପଶୁ। ସୋମବାର ସମଗ୍ର ରାଜ୍ୟରେ କୁକୁର ବନ୍ଧ୍ୟାକରଣକୁ ହାଇକୋର୍ଟ ସବୁଜ ସଙ୍କେତ ଦେବା ପରେ ଏବେ ଏହାକୁ କାର୍ଯ୍ୟକାରୀ କରିବାକୁ ଏବେ ବିଏମ୍‌ସି ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରୟାସ। କିପରି ସହରକୁ ବୁଲା ପଶୁ ମୁକ୍ତ କରିବ ସେ ନେଇ ରଣନୀତି ପ୍ରସ୍ତୁତ କରାଯାଉଛି। ସଚେତନତା ଏବଂ ଚେତାବନୀ ପରେ ଏବେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି ବିଏମ୍‌ସି। ଏ ସମ୍ପର୍କିତ ନିୟମ ଆସନ୍ତା ୧୫ ତାରିଖ ସୋମବାର ଠାରୁ ଲାଗୁ ହେବ। ଯାହା ପରେ ଯଦି ରାଜ ରାସ୍ତାରେ କୌଣସି ବୁଲା ପଶୁ ଅର୍ଥାତ୍‌ ଗାଈ ଗାଈ, ଷଣ୍ଢ, ମଇଁଷି ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳେ ତାହେଲେ ଭୁବନେଶ୍ୱର ମହାନଗର ନିଗମ ଏହାକୁ ସିଧାସଳଖ ଉଠାଇ ନେବ। ଏ ସମ୍ପର୍କରେ ବିଏମ୍‌ସି ପକ୍ଷରୁ ଜାରି ହୋଇଛି ଆବଶ୍ୟକୀୟ ନିର୍ଦ୍ଦେଶନାମା କରାଯାଇଛି। ଯଦି ଥରେ କୌଣସି ଗାଈ ଗୋରୁ ଧରାପଡ଼ନ୍ତି ପରେ ତାକୁ ଆଉ ତାହାର ମାଲିକଙ୍କୁ ଫେରସ୍ତ କରାଯିବ ନାହିଁ।

ହେଲେ ଦୁହାଁଳିଆ ଗାଈ କ୍ଷେତ୍ରରେ ନିୟମ କିଛି ମାତ୍ରାରେ କୋହଳ କରିବାକୁ ଜଣାଇଛି ବିଏମସି। ଅର୍ଥାତ ଯଦି ରାସ୍ତାରେ କୌଣସି ଦୁହାଁଳିଆ ଗାଈ ବୁଲିବା ଅବସ୍ଥାରେ ଧରାପଡ଼େ ତାହେଲେ ଗାଈ ମାଲିକଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରିବ ଭୁବନେଶ୍ୱର ମହାନଗର ନିଗମ। ବିଭିନ୍ନ ଏଜେନ୍ସି ସହାୟତାରେ ବିଏମସି ସହରର ରାଜ ରାସ୍ତାରୁ ବୁଲା ଗାଈ ଗୋରୁ ଉଠାଉଛି। ଯେଉଁଥିପାଇଁ ପ୍ରତି ଗୋରୁ ପିଛା ୨୨୮୬ ଟଙ୍କା ଖର୍ଚ୍ଚ କରାଯାଉଛି। ସେହିପରି ଗୋଶାଳାରେ ବୁଲା ଗାଈ ଗୋରୁଙ୍କୁ ରଖି ସେମାନଙ୍କ ସେବା ଯନ୍ତ୍ର ବାବଦରେ ଦୈନିକ ୨୦୦ ଟଙ୍କା ଖର୍ଚ୍ଚ ହେଉଛି। ଯାହାର ଦୁହାଁଳିଆ ଗାଈ ରାସ୍ତାରେ ବୁଲିବା ଅବସ୍ଥାରେ ଧରାପଡ଼େ, ତାହେଲେ ଗାଈ ଫେରାଇ ନେବା ପାଇଁ ମାଲିକଙ୍କୁ ବେଶ ମୋଟା ଅଙ୍କର ଜରିମାନା ଦେବାକୁ ହେବ। ଅର୍ଥାତ ଯଦି ରାସ୍ତାରେ ବୁଲିବା ଅବସ୍ଥାରେ ଧରାପଡ଼଼ିଥିବା ଗାଈକୁ ଏହାର ମାଲିକ ଫେରାଇ ନେବାକୁ ଚାହିଁବେ ତାହେଲେ ସେମାନଙ୍କୁ ତାଙ୍କର ଗାଈର ସେବା ଯତ୍ନ କରିବାରେ ବିଏମ୍‌ସି ଦ୍ୱାରା ଖର୍ଚ୍ଚ କରିଥିବା ଟଙ୍କାର ୨ ଗୁଣା ଜମା କରିବାକୁ ହେବ। ଆସନ୍ତା ସୋମବାର ଠାରୁ ଯଦି ରାଜଧାନୀର ରାଜରାସ୍ତାରେ ଗାଈ ଗୋରୁ ବୁଲୁଥିବାର ଦେଖିବାକୁ ମିଳେ ତାହେଲେ ସିଧାସଳଖ ଉଠାଇ ନେବ ବିଏମସି। 

ରାଜଧାନୀ ରାଜରାସ୍ତାକୁ ବୁଲା ଗାଈଗୋରୁଙ୍କୁ ମୁକ୍ତ ବିଚରଣରୁ ରୋକିବାକୁ ବିଏମ୍‌ସି ପକ୍ଷରୁ ଜାରି ହୋଇଛି ନୂତନ ନିର୍ଦ୍ଦେଶାବଳୀ। ଏଣିକି ଗାଈଗୋରୁଙ୍କୁ ରାସ୍ତା କିମ୍ବା ଏଣେତେଣେ ଛାଡ଼ିପାରିବେ ନାହିଁ ମାଲିକ। ଯଦି ଛାଡ଼ନ୍ତି ତାହେଲେ ଭୁବନେଶ୍ୱର ମହାନଗର ନିଗମ ସେହି ଗାଈ ଗୋରୁଙ୍କୁ ସିଧା ସଳଖ ଗୋଶାଳାକୁ ନେଇଯିବ। ଯଦି କୌଣସି ବ୍ୟକ୍ତି ଗୋଶାଳାରେ ରଖାଯାଇଥିବା ଗାଇ ଗୋରୁଙ୍କୁ ନିଜର ବୋଲି ବୋଲି ଦାବି କରନ୍ତି ତାହେଲେ ସେମାନଙ୍କ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯିବ। କାରଣ ରାଜଧାନୀରେ ବୁଲା ପଶୁଙ୍କ କାରଣରୁ ଦୁର୍ଘଟଣା ସଂଖ୍ୟା ବଢୁଥିବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୁହାଯାଇଛି। ରାତି ସମୟରେ ଗାଈ-ଗୋରୁଙ୍କ କାରଣରୁ ସଡ଼କ ଦୁର୍ଘଟଣା ହେଉଛି। କେତେବେଳେ ବୁଲା ପଶୁଙ୍କ କାରଣରୁ ଗାଡ଼ି ଚାଳକ ଧକ୍କା ହେଉଛନ୍ତି ଆଉ କେତେବେଳେ ସେହି ବୁଲା ପଶୁଙ୍କୁ ବଞ୍ଚାଇବାକୁ ଯାଇ ସଡ଼କ ଦୁର୍ଘଟଣା ଘଟୁଛି। ମନ୍ଦିରା ମାଳିନୀ ସହର ଭୁବନେଶ୍ୱରରେ ରହିଥିବା ପର୍ଯ୍ୟଟନ କ୍ଷେତ୍ରରେ ବୁଲା ପଶୁଙ୍କ କାରଣରୁ ଅନେକ ସମସ୍ୟା ଉପୁଜୁଥିବାର କୁହାଯାଇଛି। ଯାହାର ସମାଧାନ କରିବାକୁ ଯାଇ ରାଜଧାନୀ ରାଜରାସ୍ତାରେ ବୁଲୁଥିବା ବୁଲା ପଶୁଙ୍କୁ ଉଠାଇ ନେବାକୁ ନିଷ୍ପତ୍ତି ନେଇଛି ବିଏମସି।