କ୍ୟାବିନେଟରେ ୮ଟି ପ୍ରସ୍ତାବ ଉପରେ ମୋହର
Advertisement
Article Detail0/zeeodisha/odisha611526

କ୍ୟାବିନେଟରେ ୮ଟି ପ୍ରସ୍ତାବ ଉପରେ ମୋହର

ମଙ୍ଗଳବାର ରାଜ୍ୟ କ୍ୟାବିନେଟରେ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ୮ଟି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛି ।

ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟ କ୍ୟାବିନେଟରେ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ୮ଟି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଛି । ଚାଷୀମାନଙ୍କ ଆୟରେ ବୃଦ୍ଧି, ଓଡ଼ିଶା ସିଭିଲ ସର୍ଭିସ ରୁଲରେ ସଂଶୋଧନ, ସିନ୍ଥେଟିକ ଲିମିଟେଡ଼ର ଶିଳ୍ପ ପ୍ରତିଷ୍ଠା ପାଇଁ ଅର୍ଥ ମଞ୍ଜୁର ଭଳି ପ୍ରସ୍ତାବରେ ମୋହର ମାରିଛି କ୍ୟାବିନେଟ । ସେହିଭଳି ଆସନ୍ତା ୨୦୨୩ ମସିହାରେ ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ ପାଇଁ ମଧ୍ୟ ରାଉରକେଲାର ଉନ୍ନତିକରଣ ପାଇଁ ଅର୍ଥ ମଞ୍ଜୁର କରିଛି କ୍ୟାବିନେଟ ।

ନୂତନ କୃଷିନୀତି 'ସମୃଦ୍ଧ-୨୦୨୦'କୁ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଚାଷୀ ମାନଙ୍କୁ ଏହି ଯୋଜନା ମାଧ୍ୟମରେ ଆୟକୁ ବହୁଗୁଣିତ କରିବା ସହ ସେମାନଙ୍କ ଉତ୍ପାଦନ ଦ୍ରବ୍ୟର ଉଚିତ ମୂଲ୍ୟରେ ବିକ୍ରି ପାଇଁ ବଜାର ସୃଷ୍ଟି କରିବା ଓ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଉତ୍ପାଦନ ବୃଦ୍ଧି କରିବା ଲକ୍ଷରେ ଏହି ନୃତନ କୃଷିନୀତି ପ୍ରଣୟନ ହୋଇଛି । ଏହି ନୀତିକୁ ରାଜ୍ୟ ସରକାର ସମୃଦ୍ଧ ନାମରେ ନାମିତ କରିଛନ୍ତି । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ମାରିଛି କ୍ୟାବିନେଟ ।  ସେହିପରି ଓଡ଼ିଆ ବିଶ୍ଵବିଦ୍ୟାଳୟ-୨୦୧୯ ନିୟମ ଅନୁଯାୟୀ ଏହାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ରହିଥିଲା । ୨୦୧୮, ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ଓଡ଼ିଆ ବିଶ୍ଵ ବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟକୁ ସତ୍ୟବାଦୀକୁ ସ୍ଥାନାନ୍ତରଣ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମୋହର ମରିଛି ।

ସେହିଭଳି ଓଡିଶା ସିନ୍ଥେଟିକ୍ ଲିମିଟେଡ଼ର ଶିଳ୍ପ ପ୍ରତିଷ୍ଠା ପାଇଁ ୨ କୋଟି ୧୫ଲକ୍ଷ ୬୪ ହଜାର ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଛାଡ କରାଯାଇଛି । ଓଡ଼ିଶା ସିଭିଲ ସର୍ଭିସ ରୁଲ୍ ସଂଶୋଧନ, '୫-ଟି' ଓ 'ମୋ ସରକାର'ରେ ଯେଉଁ ଅଧିକାରୀ ଓ କର୍ମଚାରୀମାନେ ଭଲ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିଥିବେ ସେମାନଙ୍କ ଦକ୍ଷତା ଆଧାରରେ ସମୀକ୍ଷା କରି ପଦନ୍ନୋତି କରାଯିବ ।

ଗ୍ରୁପ-ଏ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତାର ତଦାରଖ ମୁଖ୍ୟ ଶାସନ ସଚିବ କରିବେ ଓ ଗ୍ରୃପ-ବି ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉନ୍ନୟନ କମିଶନର ସମୀକ୍ଷା କରିବେ । ସେହିପରି ରାଜସ୍ୱ ବିଭାଗର RI ଓ ଅମିନ ନିଯୁକ୍ତି ପ୍ରକ୍ରିୟା ଷ୍ଟାଫ ସିଲେକସନ୍ ପ୍ରକ୍ରିୟାରେ ହେବାକୁ ଥିବା ବେଳେ ଏଥିପାଇଁ ଡିପ୍ଲୋମା ପିଲା ମଧ୍ୟ ଆବେଦନ କରିପାରିବେ । ସେହିପରି ସରକାରୀ କଲେଜରେ ସହାୟକ ଅଧ୍ୟାପକଙ୍କ ବୟସ ସୀମା ୩୩ ବର୍ଷରୁ ୪୮ ବର୍ଷକୁ ବୃଦ୍ଧି କରାଯାଇଛି । କ୍ୟାବିନେଟ ବୈଠକ ପରେ ଏସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି