ତିନି ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Advertisement
Article Detail0/zeeodisha/odisha1136962

ତିନି ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କାର୍ଯ୍ୟସୂଚୀ ଅନୁଯାୟୀ ନବୀନ ମଙ୍ଗଳବାର ଦିନ ସଂସଦ ଗସ୍ତରେ ଆସି ରାଜ୍ୟ ସମ୍ବନ୍ଧୀୟ ମାମଲା ଅନୁସରଣ କରିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ତିନି ଦିନିଆ ଗସ୍ତ ଯାହା ବୁଧବାର ଦିନ ଶେଷ ହେବାକୁ ଯାଉଛି। 

ତିନି ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜିଠାରୁ ତିନିଦିନିଆ ଗସ୍ତରେ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। କାର୍ଯ୍ୟସୂଚୀ ଅନୁଯାୟୀ ନବୀନ ଆସନ୍ତାକାଲି ତଥା ମଙ୍ଗଳବାର ଦିନ ସଂସଦ ଯାଇ ରାଜ୍ୟ ସମ୍ବନ୍ଧୀୟ ମାମଲା ଉପରେ ଅନୁସରଣ କରିବେ । ସେପଟେ ରାଜଧାନୀରେ ଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ବିବିସି ସ୍ପୋର୍ଟସ ଆୱାର୍ଡ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦିଲ୍ଲୀ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କାର୍ଯ୍ୟସୂଚୀ ଅନୁଯାୟୀ ନବୀନ ମଙ୍ଗଳବାର ଦିନ ସଂସଦ ଗସ୍ତରେ ଆସି ରାଜ୍ୟ ସମ୍ବନ୍ଧୀୟ ମାମଲା ଅନୁସରଣ କରିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି। ମୁଖ୍ୟମନ୍ତ୍ରୀଙ୍କ (Chief Minister) ତିନି ଦିନିଆ ଗସ୍ତ ଯାହା ବୁଧବାର ଦିନ ଶେଷ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ପହଞ୍ଚିବା ପରେ ଔରଙ୍ଗଜେବ ରୋଡସ୍ଥିତ ଥିବା ତାଙ୍କ ଆବାସ କୁ ଆସିବେ। ପରେ ସନ୍ଧ୍ୟା ୬.୩୦ ରେ ସେ ଦିଲ୍ଲୀର ତାଜ ପ୍ୟାଲେସ ହୋଟେଲରେ ଅନୁଷ୍ଠିତ ହେଉଥିବା ବିସିସିଆଇ ସ୍ପୋର୍ଟସ ମହିଳା ଅଫ୍ ଦି ଇୟର ପୁରସ୍କାର ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Also Read: ଇମ୍ରାନ ଖାନଙ୍କୁ ଧୋକା ! ଏବେ ଚୌକି ବଞ୍ଚାଇବା ବଡ଼ ମୁସ୍କିଲ୍

ଏହା ପରେ ମଙ୍ଗଳବାର ଓ ବୁଧବାର ଦିନ ସଂସଦ(Parliament)କୁ ଯାଇ ବିଜେଡି ସାଂସଦଙ୍କ ସହ ଆଲୋଚନା କରିବେ। ଏହାପରେ ସେ ମଧ୍ୟ ବ୍ୟକ୍ତିଗତ ଭାବେ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ଭେଟି ଓଡ଼ିଶାର ସ୍ୱାର୍ଥରେ ପ୍ରସଙ୍ଗ ଉଠାଇବାର କାର୍ଯ୍ୟକ୍ରମ ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।