ଇମ୍ରାନ ଖାନଙ୍କୁ ଧୋକା ! ଏବେ ଚୌକି ବଞ୍ଚାଇବା ବଡ଼ ମୁସ୍କିଲ୍
Advertisement
Article Detail0/zeeodisha/odisha1136879

ଇମ୍ରାନ ଖାନଙ୍କୁ ଧୋକା ! ଏବେ ଚୌକି ବଞ୍ଚାଇବା ବଡ଼ ମୁସ୍କିଲ୍

ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ୍-ଏ-ଏନସାଫ୍ ର ପ୍ରାୟ ୨୪ ସାଂସଦ ବାଗି ଅଟନ୍ତି। ଇମ୍ରାନ ଖାନ ଏମାନଙ୍କୁ ମନାଇବାରେ ସତ ପ୍ରତିଶତ ଚେଷ୍ଟା ଜାରି ରଖିଛନ୍ତି।  ମାତ୍ର ଏହାରି ମଧ୍ୟରେ ତାଙ୍କ ସମସ୍ୟା ଆହୁରି ବଢିବାରେ ଲାଗିଛି। 

ଇମ୍ରାନ ଖାନଙ୍କୁ ଧୋକା ! ଏବେ ଚୌକି ବଞ୍ଚାଇବା ବଡ଼ ମୁସ୍କିଲ୍

ଇସଲାମବାଦ: ପୁରା ବିଶ୍ୱବାସୀଙ୍କ ନଜର ଏବେ ପାକିସ୍ତାନର ନ୍ୟାସନାଲ ଆସେମ୍ବଲି ଉପରେ ରହିଛି।  ସୋମବାର ଏଠାରେ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା। ଏହି ଅଧିବେଶନରେ ଇମ୍ରାନ ଖାନଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟ୍ ଗ୍ରହଣ କରାଯିବ। ଏହାପୂର୍ବରୁ ଇମ୍ରାନ ସରକାରଙ୍କ ଗୃହମନ୍ତ୍ରୀ ଶେଖ ରସିଦ ଅହମ୍ମଦ ରବିବାର ଦିନ କହିଛନ୍ତି ଯେ ଯଦି ବାଚସ୍ପତି ଆସାଦ କୈସର ସୋମବାର ଦିନ ଅବିଶ୍ୱାସ ପ୍ରସ୍ତାବକୁ ପାରିତ କରିବାକୁ ଅନୁମତି ଦିଅନ୍ତି ତେବେ ଏହା ଉପରେ ୪ ଏପ୍ରିଲରେ ଭୋଟ ଗ୍ରହଣ କରାଯିବ। ଆଉ ଏହା ପୂର୍ବରୁ ଇମ୍ରାନ ଖାନଙ୍କୁ ଏକ ବଡ ଝଟକା ଲାଗିଛି। ବାସ୍ତବରେ ଇମ୍ରାନ ସରକାରରେ ତାଙ୍କ ସହଯୋଗୀ ଦଳ ତାଙ୍କ ସାଥ୍ ଛାଡ଼ି ଦେଇଛନ୍ତି। ଏହି ଦଳ ଗୋଟିଏ ପରେ ଗୋଟିଏ ବିପକ୍ଷ ଦଳକୁ ସମର୍ଥନ କରୁଥିବା ନଜର ଆସୁଛି।

କୁହାଯାଉଛି ଯେ, ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ୍-ଏ-ଏନସାଫ୍ ର ପ୍ରାୟ ୨୪ ସାଂସଦ ବାଗି ଅଟନ୍ତି।
ଇମ୍ରାନ ଖାନ ଏମାନଙ୍କୁ ମନାଇବାରେ ସତ ପ୍ରତିଶତ ଚେଷ୍ଟା ଜାରି ରଖିଛନ୍ତି।  ମାତ୍ର ଏହାରି ମଧ୍ୟରେ ତାଙ୍କ ସମସ୍ୟା ଆହୁରି ବଢିବାରେ ଲାଗିଛି। ପ୍ରକୃତରେ ସରକାରଙ୍କ ସହଯୋଗୀ ପାର୍ଟି MQMP, PMLQ ଓ ଜମ୍ହୁରୀ ଦଳ ବିଦ୍ରୋହୀ ଆଭିମୁଖ୍ୟ ଦେଖାଇବା ଆରମ୍ଭ କରିଦେଲେଣି। ଏହାପୂର୍ବରୁ ବିପକ୍ଷ ଦଳ ବି ଦାବି କରିସାରିଛନ୍ତି ଯେ, ଫ୍ଲୋର ଟେଷ୍ଟରେ ଇମ୍ରାନ ସରକାରଙ୍କୁ ସମର୍ଥନ କରୁଥିବା ଦଳ ବି ବିପକ୍ଷ ଦଳ ସହିତ ସମର୍ଥନରେ ଛିଡା ହୋଇଯିବେ। 

Also Read: କଲେଜ ପରିସରରେ ବଢ଼ିଲା କୁକୁରଙ୍କ ଉତ୍ପାତ, ପ୍ରିନ୍ସିପାଲ ନେଲେ ଏହି ପଦକ୍ଷେପ

ସେପଟେ ଜମୁରୀ ବତନ ପାର୍ଟିର ନେତା ଶାହାଜୈନ ବୁଗତି ଇମ୍ରାନ ଖାନ (Imran Khan) ଙ୍କୁ ବଡ ଝଟକା ଦେଇଛନ୍ତି। ବୁଗତି ଇମ୍ରାନ କ୍ୟାବିନେଟରୁ ଇସ୍ତଫା ଦେଇ ଦେଇଛନ୍ତି। ଶାହାଜୈନ ବୁଗତି ପିପିପି ଚିଫ୍ ବିଲାବଲ ଭଟୋଙ୍କ ସହ ପ୍ରେସ କନଫରେନ୍ସ କରିଥିଲେ । ଏହି ସମୟରେ ସେ ଇସ୍ତଫା ନେଇ ଘୋଷଣା କରିଥିଲେ। ବୁଗତି କହିଥିଲେ, ଇମ୍ରାନ ଖାନ ନେତୃତ୍ୱରେ ବେଲୁଚିସ୍ତାନରେ ବିକାଶ ହୋଇନାହିଁ। ସରକାର ଆମକୁ ଆଶା ଦେଇଥିଲେ ଯେ, ସବୁ କିଛି ଭଲ ହେବ। ହେଲେ କିଛି ପରିବର୍ତ୍ତନ ଦେଖାଯାଇନି । ଆମେ ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ ସହ ଛିଡା ହୋଇଛୁ ଏବଂ ଯାହା କରିବା ଦରକାର ଆମେ କରିବୁ। 

Also Read: IPL ର ଏହି ୫ଟି ରେକର୍ଡ ଭାଙ୍ଗିବା ଅସମ୍ଭବ! କାରନାମା ଜାଣି ଚକିତ ହେବେ ଆପଣ

ମୁତାହିଦା କୌମି ମୁଭମେଣ୍ଟ ଆନ୍ଦୋଳନ ଇମ୍ରାନ ଖାନ ଦଳ ସହିତ ସରକାର ଅଛି। ମାତ୍ର MQM ବିପକ୍ଷ ଦଳ ସହିତ ବି ଲଗାତାର ବୈଠକ ଜାରି ରହିଛି।  ହେଲେ ଏହା ପରେ ବି  MQM ନିଜର ଆଭିମୁଖ୍ୟ ଭଲ ଭାବେ ସ୍ପଷ୍ଟ କରିପାରିନାହିଁ । ଏହାବାଦ୍ ପାର୍ଟିକୁ ଜଣାଅଛି ଯେ, ତାଙ୍କ କର୍ମକର୍ତ୍ତା ଓ ସମର୍ଥକ ଇମ୍ରାନ ଖାନ୍ ପାର୍ଟି ସହିତ ଗଠବନ୍ଧନ କରିବେ ନା ନେଇ ସେ ବିଷୟରେ ବି ଚିନ୍ତା କରୁଛନ୍ତି। ହେଲେ ଦଳ ପାଇଁ ନିଷ୍ପତ୍ତି କଠିନ ବୋଲି କୁହାଯାଉଛି। ଦଳର ସୂତ୍ର ଅନୁସାରେ,  MQM  ଫ୍ଲୋର ଟେଷ୍ଟ ସମୟରେ ବ୍ୟାକ୍ ଆଉଟ କରିପାରେ।  MQM ଅବିଶ୍ୱାସ ପ୍ରସ୍ତାବ ସମୟରେ ଇମ୍ରାନ ଖାନ୍ ଙ୍କ ସମର୍ଥନ କରିବା କଥା ବିଚାର କରିପାରେ। MQM ର ଯେଉଁ ନେତା ଅବିଶ୍ୱାସ ମତ ରୁ ଦୂରେଇ ରହିବା ପକ୍ଷରେ ଅଛନ୍ତି ତାଙ୍କ କହିବା କଥା ପାର୍ଟି ଗଠବନ୍ଧନରୁ ଦୂରେଇ ରହୁ ଓ ବିପକ୍ଷଙ୍କ ସହ ଆଗାମୀ ନିର୍ବାଚନ ପ୍ରତି ଧ୍ୟାନ ଦେବା ଜରୁରୀ। 

Also Read: ଦେଶର ସମସ୍ତ ମୋବାଇଲ ୟୁଜର୍ସଙ୍କୁ ଆଶ୍ୱସ୍ତି, କେନ୍ଦ୍ର ସରକାର ନେଲେ ଏହି ପଦକ୍ଷେପ

PML-Q ଲଗାତାର ଇମ୍ରାନ ଖାନ ସରକାରଙ୍କ ବିପକ୍ଷରେ ମୋର୍ଚ୍ଚା ଖୋଲିଛି। ଇମ୍ରାନ ସରକାରରେ ମନ୍ତ୍ରୀ ତାରିଖ ବସୀର କହିଛନ୍ତି ଯେ, ଆମେ ସାଢେ ତିନି ବର୍ଷ ହେଲା ସମସ୍ୟାକୁ ସାମ୍ନା କରୁଛୁ। ଆମେ ନିଜ ସମସ୍ୟା ବିଷୟରେ ପିଟିଆଇ ନେତାଙ୍କୁ କହିଛୁ। ଏତିକି ନୁହେଁ PML-Q କହିଛି ଯେ, ଆମେ ଖରାପ ସମୟରେ ବି ସରକାରଙ୍କୁ ସାହାଯ୍ୟ କରିଛୁ ମାତ୍ର ସରକାରଙ୍କ ପଟୁ କୌଣସି ସାହାଯ୍ୟ ମିଳିନାହିଁ। ଏକଥା ବି କୁହାଯାଉଛି କି, ଇମ୍ରାନ ଖାନ ସରକାର ସମୟରେ ସହଯୋଗୀ PML-Q ବି ଫ୍ଲୋର ଟେଷ୍ଟରେ ବିପକ୍ଷ ଦଳଙ୍କ ସମର୍ଥନ କରିପାରେ। ଏହି କାରଣରୁ ଇମ୍ରାନ ଖାନ ସରକାର ବି PML-Q ମନାଇବା ପାଇଁ ଶେଷ ପ୍ରୟାସ ଜାରି ରହିଛି।