ନବୀନଙ୍କ ଦୀପାବଳି ଉପହାର! ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ୨୫% ବୃଦ୍ଧି, ମିଳିବ ଏହି ସବୁ ସୁବିଧା
Advertisement
Article Detail0/zeeodisha/odisha1020888

ନବୀନଙ୍କ ଦୀପାବଳି ଉପହାର! ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ୨୫% ବୃଦ୍ଧି, ମିଳିବ ଏହି ସବୁ ସୁବିଧା

ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଆଧିକାରୀକ ଟ୍ୱଟର ହ୍ୟାଣ୍ଡେଲରୁ କରାଯାଇଥିବା ଟ୍ୱିଟରେ ଲେଖାଯାଇଯାଇଛି, 'ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟସୋରସିଂ ସଂସ୍ଥା ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତିମାନଙ୍କ ପାରିଶ୍ରମିକରେ ୨୫% ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ଫାଇଲ ଫଟୋ

ଭୁବନେଶ୍ୱର: ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ବେତନ ବୃଦ୍ଧି କରିଛନ୍ତି। ଏହା ବ୍ୟତୀତ ଅନ୍ୟାନ୍ୟ ସୁବିଧା ଓ ଛୁଟି ଯୋଗାଇ ଦେବାକୁ ବିଚାର କରୁଥିବା ଗୁରୁବାର ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଆଧିକାରୀକ ଟ୍ୱଟର ହ୍ୟାଣ୍ଡେଲରୁ କରାଯାଇଥିବା ଟ୍ୱିଟରେ ଲେଖାଯାଇଯାଇଛି, 'ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟସୋରସିଂ ସଂସ୍ଥା ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତିମାନଙ୍କ ପାରିଶ୍ରମିକରେ ୨୫% ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାଦ୍ବାରା ବିଭିନ୍ନ ବିଭାଗରେ ନିୟୋଜିତ ପ୍ରାୟ ୩୩ ହଜାର ବ୍ୟକ୍ତି ଉପକୃତ ହେବେ।'

Also Read: ସରକାର ମାଗଣାରେ ଦେବେ ତେଲ, ଲୁଣ ଓ ଚିନି

ଏହା ବ୍ୟତୀତ ଅନ୍ୟ ଏକ ଟ୍ୱିଟରେ ଲେଖାଯାଇଛି, 'ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ ଅଧିକ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହା ବ୍ୟତୀତ ବର୍ଷକୁ ସର୍ବାଧିକ ୧୨ ଦିନ ଛୁଟି ମଞ୍ଜୁର କରିବା ସହ ଗର୍ଭବତୀ ମହିଳାମାନଙ୍କ କ୍ଷେତ୍ରରେ ମାତୃତ୍ବ ଛୁଟି ପ୍ରଦାନ ବିଷୟ ବିଚାର କରି ଯଥାଶୀଘ୍ର ନିଷ୍ପତ୍ତି ନେବା ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି।'

 

ଏହି ଟ୍ୱିଟ୍ ପରେ କନିଷ୍ଠ ଶିକ୍ଷକମାନେ ସେମାନଙ୍କ ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମାନସ କୁମାର ନାମକ ଟ୍ୱିଟର ୟୁଜର କହିଛନ୍ତି, 'ସାର୍ ୬୫୧୨ ଟଙ୍କା ମାସିକ ଦରମାରେ କିପରି ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନେ ପରିବାର ପରିପୋଷଣ କରିବେ ଟିକେ ଚିନ୍ତାକରନ୍ତୁ। କନିଷ୍ଠ ଶିକ୍ଷକମାନଙ୍କ ପାରିତୋଷିକ ବୃଦ୍ଧି କରିବାକୁ ଅନୁରୋଧ।'

Also Read: ସରକାରୀ ଅର୍ଥକୁ ସ୍ବାହା! PMGSYର ପିଚୁ ଗିଳିଦେଲେ ଠିକାଦାର, ଯନ୍ତ୍ରୀ

ସେହିପରି ଜ୍ଞାନେନ୍ଦ୍ର ପ୍ରସାଦ ଲେଖିଛନ୍ତି, 'ଆଜି ସବୁ ଦରଦାମ ହୁ ହୁ ହୋଇ ବଢୁଥିବା ସତ୍ତ୍ୱେ  ଆମେ ଓଡ଼ିଶାର କନିଷ୍ଠ ଶିକ୍ଷକ ମାନେ ଦୈନିକ ୨୧୭ ଟଙ୍କା ପାରିଶ୍ରମିକରେ କାମ କରୁଛୁ ଯାହାକି ଗୋଟିଏ ଦିନମଜୁରିଆ ଠାରୁ ବି କମ୍। ସରକାର ଧ୍ୟାନ ଦିଅନ୍ତୁ।' ପରମେଶ୍ୱର ବିଶ୍ୱଳଙ୍କ କହିବା ହେଲା, ସରକାରୀ/ ଠିକା କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ମଜୁରୀ ଏବଂ ଦରମା ଧାର୍ଯ୍ୟ କରାଯାଉ। ଚାକିରିରେ ସବୁ ସମୟ ଦେବା ସତ୍ତ୍ୱେ ଯଦି ତାଙ୍କ ପରିବାରର ମୌଳିକ ଆବଶ୍ୟକତା ପୂରଣ ନହୁଏ ତେବେ ତେବେ ସେମାନେ ବାଧ୍ୟ ହୋଇ ଅବାଟରେ ଯିବେ।