ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ ସ୍କୁଲରେ ସାମନ ଦିନରୁ ପାଠପଢା ଆରମ୍ଭ ହେଉଛି। ତେବେ ଏଥିପାଇଁ ଶିକ୍ଷା ବିଭାଗ ପକ୍ଷରୁ କିଛି ଗାଇଡଲାଇନ ଜାରି କରାଯାଇଛି।
Trending Photos
ଭୁବନେଶ୍ୱର: ଶେଷରେ ପୂରଣ ହେଲା ସମସ୍ତଙ୍କ ମନସ୍କାମନା! ଆଜିଠାରୁ ରାଜ୍ୟରେ ନବମ ଓ ଏକାଦଶ ଶ୍ରେଣୀ କ୍ଲାସରୁମ୍ ପାଠପଢା। ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ ସ୍କୁଲରେ ସାମନ ଦିନରୁ ପାଠପଢା ଆରମ୍ଭ ହେଉଛି। କଲେଜ ଓ ବିଶ୍ୱବିଦ୍ୟାଳୟର ହଷ୍ଟେଲ ମଧ୍ୟ ଖୋଲିଛି। ତେବେ ଏଥିପାଇଁ ଶିକ୍ଷା ବିଭାଗ ପକ୍ଷରୁ କିଛି ଗାଇଡଲାଇନ ଜାରି କରାଯାଇଛି।
ଦୀର୍ଘ ୧୦ ମାସ ପରେ ସ୍କୁଲ (School reopen) ପିଣ୍ଡା ମାଡିବେ ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ। ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର କ୍ଲାସରୁମ ପାଠପଢା (Class Room Study) ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲାଯାଇଛି। ପୂର୍ବରୁ ଜାରି ହୋଇଥିବା କୋଭିଡ୍ କଟକଣା (Covid Guidline) ବାଧ୍ୟତାମୂଳକ ହେବ। କିନ୍ତୁ ଦଶମ ଓ ଦ୍ୱାଦଶ ପାଇଁ ଦିଆଯାଇଥିବା ଗାଇଡଲାଇନ ସମ୍ପୂର୍ଣ୍ଣ ଭାବେ ନବମ ଓ ଏକାଦଶରେ ଲାଗୁ ହେବ ନାହିଁ।
Also Read: ୮ରୁ ନବମ ଓ ଏକାଦଶ ପାଠପଢା, ଏହି ଦିନ ହେବ ପରୀକ୍ଷା
ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢା ଗାଇଡଲାଇନ:
ଫେବୃଆରୀ ୮ରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ପାଠପଢା ହେବ।
ସପ୍ତାହକୁ ୬ ଦିନ ପାଠପଢା ହେବ, ପୂର୍ବଭଳି ରବିବାର ସ୍କୁଲ ଛୁଟି ରହିବ।
ବିନା ବ୍ରେକରେ ସକାଳ ୮ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ପାଠପଢା ହେବ।
ଦିନକୁ ମାତ୍ର ୩ଟି ପରିୟଡ ରହିବ।
ଆଞ୍ଚଳିକ ପାଣିପାଗ (Regional climate) କୁ ଦେଖି ସ୍କୁଲ ସମୟ ପରିବର୍ତ୍ତନ କରାଯାଇପାରେ।
ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ୟୁନିଟ୍ ଟେଷ୍ଟ (Unit Test)।
ଏପ୍ରିଲ ଶେଷ ସପ୍ତାହରେ ବାର୍ଷିକ ପରୀକ୍ଷା (Annual Exam)।
ଶିକ୍ଷକ ଅଭାବ ହେଲେ ସ୍ନାତକ ଡିଗ୍ରୀଧାରୀ ପ୍ରାଥମିକ ଶିକ୍ଷକ (Primary teacher) ମାଧ୍ୟମିକ ସ୍କୁଲରେ ପଢାଇବେ।
ଅବସରପ୍ରାପ୍ତ ଓ ଅତିଥି ଶିକ୍ଷକଙ୍କୁ ବି ସୁଯୋଗ ମିଳିପାରେ।
ଜାନୁଆରୀ ୩ର ଗାଇଡଲାଇନ ଅନୁସାରେ ପିଲାଙ୍କ ହଷ୍ଟେଲ ରହଣୀ।
Also Read: ସବୁ ସ୍ପଷ୍ଟ, ରାଜ୍ୟରେ ସ୍ବାଭାବିକ ହେବାକୁ ଯାଉଛି ଶିକ୍ଷାନୁଷ୍ଠାନ
ନବମ ଓ ଏକାଦଶ କ୍ଲାସରୁମ ପାଠପଢା ପାଇଁ ଦଶମ ଓ ଦ୍ୱାଦଶଙ୍କ ସମୟ ସାରଣୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏଣିକି ୧୧ଟାରୁ ଅପରାହ୍ଣ ୪ଟା ଯାଏଁ କ୍ଲାସ ଚାଲିବ। ଅପରାହ୍ଣ ଗୋଟେ ୩୦ରୁ ୨ଟା ୧୦ ପର୍ଯ୍ୟନ୍ତ ମଧ୍ୟାହ୍ଣ ଭୋଜନ ବ୍ରେକ ରହିବ।
ଦ୍ୱିତୀୟ ପର୍ଯ୍ୟାୟ କ୍ଲାସ ଆରମ୍ଭର ୩୦ ମିନିଟ ପୂର୍ବରୁ ଶିକ୍ଷକମାନେ ସ୍କୁଲରେ ପହଞ୍ଚିବେ। ପ୍ରଥମ ପର୍ଯ୍ୟାୟ ବା ସକାଳେ ଆସିଥିବା ଦିନ ଗୋଟାଏ ଯାଏଁ ଶିକ୍ଷକମାନେ ସ୍କୁଲରେ ରହିପାରିବେ। ପରବର୍ତ୍ତୀ ସିଲାବସ ଅନୁସାରେ ପିଲାଙ୍କ ରୁଟିନ ଓ ଲେସନ୍ ସ୍କିମ୍ ତିଆରି ହେବ।
ଆଜି ନବମ ଓ ଏକାଦଶ ଶ୍ରେଣୀ ଓ ପୂର୍ବରୁ ଦଶମ, ଦ୍ବାଦଶ, ୟୁଜି ଓ ପିଜି ଶେଷ ବର୍ଷ ପାଇଁ କ୍ଲାସରୁମ ପାଠପଢା ଆରମ୍ଭ ହୋଇଛି। ସେପଟେ ଆସନ୍ତା ୧୦ ତାରିଖରୁ ପ୍ରି-ଫାଇନାଲ୍ ଇୟର ୟୁଜି (UG) ବା ଯୁକ୍ତ ୩ ଦ୍ୱିତୀୟ ବର୍ଷ ଓ ପିଜି (PG) ପ୍ରଥମ ବର୍ଷ ପାଇଁ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ (Minister Arun Sahoo) ସୂଚନା ଦେଇଛନ୍ତି। ଏଥିପାଇଁ ଆଜିଠାରୁ କଲେଜ ଓ ବିଶ୍ୱବିଦ୍ୟାଳୟର ହଷ୍ଟେଲ (Hostel) ଖୋଲିଛି। ଶ୍ରେଣୀଗୃହ ଓ ହଷ୍ଟେଲରେ କୋଭିଡ ୧୯ ନିୟମାବଳୀ (COVID-19) ଅନୁଯାୟୀ ଜାରି କରି ମାସ୍କ ବାଧ୍ୟତାମୂଳକ ସହ ଶ୍ରେଣୀଗୃହ, ଲାଇବ୍ରେରୀ ଓ ଲାବ୍ରୋଟାରୀରେ ୬ ଫୁଟର ସାମାଜିକ ଦୂରତା ରଖାଯିବ।