ବଜେଟ ପୂର୍ବରୁ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ
Advertisement

ବଜେଟ ପୂର୍ବରୁ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ଏହା ପୂର୍ବରୁ ବିଭାଗ ପକ୍ଷରୁ ଲୋକଙ୍କ ମତାମତ ଅନ୍‌ଲାଇନ୍ ଜରିଆରେ ସଂଗ୍ରହ ଚାଲିଥିବା ବେଳେ ଆଜି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ପୂର୍ବତନ ଅର୍ଥ ମନ୍ତ୍ରୀ, ଅର୍ଥ ସଚିବଙ୍କ ସହ ଅର୍ଥ ବିଶାରଦମାନେ ଯୋଗ ଦେଇ ସେମାନଙ୍କ ପରାମର୍ଶ ସରକାରଙ୍କୁ ଦେଇଛନ୍ତି । 

ବଜେଟ ପୂର୍ବରୁ ବସିଲା  ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଆସିବ ୨୦୨୦-୨୧ ଆର୍ଥୀକ ବର୍ଷର ବଜେଟ । ଏହା ପୂର୍ବରୁ ବିଭାଗ ପକ୍ଷରୁ ଲୋକଙ୍କ ମତାମତ ଅନ୍‌ଲାଇନ୍ ଜରିଆରେ ସଂଗ୍ରହ ଚାଲିଥିବା ବେଳେ ଆଜି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ପୂର୍ବତନ ଅର୍ଥ ମନ୍ତ୍ରୀ, ଅର୍ଥ ସଚିବଙ୍କ ସହ ଅର୍ଥ ବିଶାରଦମାନେ ଯୋଗ ଦେଇ ସେମାନଙ୍କ ପରାମର୍ଶ ସରକାରଙ୍କୁ ଦେଇଛନ୍ତି । ଦେଶ ସାରା ଆର୍ଥୀକ ମାନ୍ଦାବସ୍ଥା ଚାଲିଥିବା ସତ୍ୱେ ଓଡ଼ିଶାରେ ଜିଡ଼ିପି ବୃଦ୍ଧି ଘଟୁଛି । ଏହା ବଜେଟ ପ୍ରସ୍ତୁତି ପାଇଁ ଏକ ଶୁଭ ସଙ୍କେତ । ହେଲେ ରାଜ୍ୟ ସରକାର ଖଣି ଓ ଅନ୍ୟାନ୍ୟ କ୍ଷେତ୍ରରେ ନିଜସ୍ୱ ରାଜସ୍ୱ  ବଢାଇବାକୁ ପ୍ରସ୍ତାବ ଆସିଛି । ବୈଠକରେ ଆସିଥିବା ସମସ୍ତ ପ୍ରସ୍ତାବକୁ ଗୁରୁତର ସହ ବିଚାର କରାଯିବ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।
ଆର୍ଥିକ ମାନ୍ଦାବସ୍ଥା ଯୋଗୁ କେନ୍ଦ୍ର ସରକାର ଅଧିକ ଅର୍ଥ ଦେଇ ପାରିବେନି। ହେଲେ ଏ ଯାଏ ମନ୍ଦାବସ୍ଥାର ପ୍ରଭାବ ଓଡ଼ିଶା ଉପରେ ପଡ଼ିନି। କାରଣ ଏଠି ଅଭିବୃଦ୍ଧି ହାର ବଢ଼ିଛି। ଭବିଷ୍ୟତରେ କଣ ହେବ କହି ହେବନି। ଗତ ଥର ଅପେକ୍ଷା ଆଗାମୀ ବଜେଟ ବଡ଼ ଆକାରର ରହିବ। ଟିକସ ବଢ଼ାଇବା ପରିବର୍ତ୍ତେ, ବଡ଼ ଶିଳ୍ପାନୁଷ୍ଠାନଙ୍କଠାରୁ ବକେୟା ଟିକସ ଆଦାୟ ହେଉ।  ବେଆଇନ ଖଣିରୁ ସାହ କମିଶନ ଯେଉଁ ୬୮ହଜାର କୋଟି ଆଦାୟ କରିବାକୁ ନିର୍ଦେଶ ଦେଇଥିଲେ, କେବଳ ୧୭ହଜାର କୋଟି ହି ଆଦାୟ ହୋଇଛି । ସେ ସବୁ ଆଦାୟ କରିବା ସହ ରାଜସ୍ୱ ବୃଦ୍ଧି ପାଇଁ ଯୋଜନା କରିବାକୁ ବୈଠକରେ ପ୍ରସ୍ତାବ ଆସିଛି ।

ପ୍ରଶାସନିକ ସଂସ୍କାର, ସଠିକ ଶିକ୍ଷକ ଚୟନ ଦ୍ୱାରା ଶିକ୍ଷା ଅଧିକାର ଆଇନ ଅଧୀନରେ ସମସ୍ତଙ୍କୁ ନିଯୁକ୍ତି ମିଳିପାରିବ। ଦେଶରେ ମାନ୍ଦାବସ୍ଥା ସମୟରେ କେଉଁ କ୍ଷେତ୍ରରୁ ଆସିବ ଅର୍ଥ, ତାକୁ ଚିହ୍ନଟ କରାଯାଉ । କାରଣ ଏହାର ପ୍ରଭାବ ବଜେଟ ଉପରେ ପଡ଼ିବ। ଖୋଲା ହାତରେ ସରକାର ଖର୍ଚ୍ଚ କରି ପାରିବେନି। ଗତ ଥର ୧ଲକ୍ଷ୩୯ହଜାର କୋଟି ବଜେଟ ଥିଲା । ତାହା ଏଥର ୧ଲକ୍ଷ୫୫ହଜାର କୋଟି ଟପି ପାରେ ବୋଲି ସଙ୍କେତ ମିଳିଛି ।
ଗୋଟିଏ ପଟେ ଦେଶରେ ଆର୍ଥୀକ ମାନ୍ଦାବସ୍ଥା ସାଙ୍ଗକୁ ରାଜ୍ୟ ସରକାରଙ୍କ ନୂଆ ନୂଆ ଯୋଜନା । ପୁରୀ, ଲିଙ୍ଗରାଜ, କୋଣାର୍କ ଭଳି ଐତିହ୍ୟର ସୁରକ୍ଷା ଓ ସୌନ୍ଦର୍ଯ୍ୟ କରଣ ସାଙ୍ଗକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ଭିତିଭୂମିି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଏହା ସାଙ୍ଗକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନୂଆ ନୂଆ ଯୋଜନାରେ ସାମିଲ କରିବା ସାଙ୍ଗକୁ ଶ୍ରମିକ, କୃଷକଙ୍କ କଲ୍ୟାଣ ପାଇଁ ମଧ୍ୟ ପାଣ୍ଠିର ଆବଶ୍ୟକତା ରହିଛି । ହେଲେ ଏଥର ବଜେଟରେ ଫୋକସ୍‌ରେ ରହିବ ଭିତିଭୂମି, ଶିକ୍ଷା ଓ ସ୍ୱାସ୍ଥ୍ୟର ଭିତିଭୂମି ।

ପ୍ରାକ-ବଜେଟ ଆଲୋଚନାରେ ବିଭିନ୍ନ ବର୍ଗରୁ ଆସିଥିବା ସମସ୍ତ ପ୍ରସ୍ତାବ ଓ ପରାମର୍ଶକୁ ସରକାର ଗୁରୁତର ସହ ବିଚାର କରିବେ ବୋଲି ଅର୍ଥ ମନ୍ତ୍ରୀ ନିରଞଜନ ପୂଜାରୀ କହିଛନ୍ତି । ଗତ ବର୍ଷ ଅପେକ୍ଷା ଏବର୍ଷ ବଜେଟ ଖର୍ଚ୍ଚ ପ୍ରତିଶତ ବଢିଛି । ନିଜସ୍ଵ ଟିକସ ସଂଗ୍ରହରେ ୮.୩୬ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଖଣି କ୍ଷେତ୍ରରେ ଗତ କିଛି ମାସ ଧରି ରାଜସ୍ୱ ସଂଗ୍ରହ ହ୍ରାସ ଘଟିଛି, ଯାହା ଉଦବେଗଜନକ । ରାଜ୍ୟ ଅତିଥି ଭବନରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ପ୍ରାକ୍‌-ବଜେଟ ବୈଠକରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଅର୍ଥ ସଚିବ ଅଶୋକ ମୀନା ବିଶେଷଜ୍ଞଙ୍ହ ବିସ୍ତୃତ ଭାବେ ବଜେଟର ରୂପରେଖ ଓ ପ୍ରସ୍ତୁତି ବିଷୟରେ ଆଲୋଚନା କରିଛନ୍ତି ।