Akshaya Trititya: ହିନ୍ଦୁ ପାଞ୍ଜି ଅନୁଯାୟୀ, ଅକ୍ଷୟ ତୃତୀୟା ପ୍ରତିବର୍ଷ ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟ ତିଥିରେ ପାଳନ କରାଯାଏ। ସେହିପରି ଶାସ୍ତ୍ର ଅନୁଯାୟୀ, ଏହି ଦିନ ବିବାହ ପାଇଁ ମଧ୍ଯ ବେଶ ଶୁଭ ହୋଇଥାଏ । ଏହା ଛଡ଼ା ଏହି ଦିନ କୌଣସି ବି କାର୍ଯ୍ୟ ଆରମ୍ଭ ପାଇଁ ଶୁଭ ହୋଇଥାଏ । ଅକ୍ଷୟ ତୃତୀୟାରେ ଧନର ଦେବୀ ମାଆ ଲକ୍ଷ୍ମୀଙ୍କୁ ପୂଜା କରିବାର ପରମ୍ପରା ରହିଛି।
Trending Photos
Akshaya Trititya: ସନାତନ ଧର୍ମରେ ଅକ୍ଷୟ ତୃତୀୟାକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ହିନ୍ଦୁ ପାଞ୍ଜି ଅନୁଯାୟୀ, ଅକ୍ଷୟ ତୃତୀୟା ପ୍ରତିବର୍ଷ ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟ ତିଥିରେ ପାଳନ କରାଯାଏ। ସେହିପରି ଶାସ୍ତ୍ର ଅନୁଯାୟୀ, ଏହି ଦିନ ବିବାହ ପାଇଁ ମଧ୍ଯ ବେଶ ଶୁଭ ହୋଇଥାଏ । ଏହା ଛଡ଼ା ଏହି ଦିନ କୌଣସି ବି କାର୍ଯ୍ୟ ଆରମ୍ଭ ପାଇଁ ଶୁଭ ହୋଇଥାଏ । ଅକ୍ଷୟ ତୃତୀୟାରେ ଧନର ଦେବୀ ମାଆ ଲକ୍ଷ୍ମୀଙ୍କୁ ପୂଜା କରିବାର ପରମ୍ପରା ରହିଛି। ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ସୁକର୍ମା ଯୋଗ ସହ ଅନେକ ଯୋଗ ସୃଷ୍ଟି ହେବାକୁ ଯାଉଛି । ଏହି ଯୋଗ କିଛି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ଫଳଦାୟୀ ପ୍ରମାଣିତ ହେବ। ଅକ୍ଷୟ ତୃତୀୟାରେ ସୁନା ଓ ରୂପା କିଣିବା ଦ୍ବାରା ସମୃଦ୍ଧି ଆସିଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ।
ଅକ୍ଷୟ ତୃତୀୟା କେବେ?
ବୈଦିକ କ୍ୟାଲେଣ୍ଡର ଅନୁଯାୟୀ, ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟା ତିଥି ଅର୍ଥାତ୍ ମେ ୧୦ ତାରିଖ ଭୋର୍ ୪.୧୭ରୁ ଆରମ୍ଭ ହୋଇ ମେ ୧୧ ତାରିଖ ମଧ୍ଯରାତ୍ର ୨.୫୦ ରେ ଶେଷ ହେବ । ଉଦୟତିଥୀକୁ ଦୃଷ୍ଟିରେ ରଖି ଅକ୍ଷୟ ତୃତୀୟା ପର୍ବ ୧୦ ମେ'ରେ ପାଳନ କରାଯିବ । ପୂଜାର ଶୁଭ ସମୟ ସକାଳ ୫.୩୩ରୁ ମଧ୍ୟାହ୍ନ ୧୨.୧୮ ପର୍ଯ୍ୟନ୍ତ ରହିଛି। ତେବେ ଆସନ୍ତୁ ଜାଣିବା କେଉଁ ସବୁ ରାଶି ପାଇଁ ଶୁଭ ରହିବ ଏହି ଦିନ ।
କେଉଁ ସବୁ ରାଶି ପାଇଁ ଶୁଭ?
ଏହି ଦିନ ମେଷ, ମିଥୁନ, କର୍କଟ, ତୁଳା ଓ ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଦାୟୀ ରହିବ । ଏହି ଅବଧି ମଧ୍ଯରେ ଏହିସବୁ ରାଶିର ବ୍ୟକ୍ତି ବିଶେଷଙ୍କୁ ବ୍ୟବସାୟରେ ଲାଭ ମିଳିବା ସହ ଆର୍ଥିକ ସମସ୍ୟା ଦୂର ହେବ ।
(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)