ମାଟ୍ରିକ ରେଜଲ୍ଟ ବିଭ୍ରାଟ ପ୍ରସଙ୍ଗ; ଉନ୍ନତି ପରୀକ୍ଷା ହିଁ ମାର୍କ ବଢାଇବାର ବିକଳ୍ପ, ଜୁଲାଇ ୫ରୁ ଫର୍ମ ପୂରଣ
Advertisement
Article Detail0/zeeodisha/odisha930892

ମାଟ୍ରିକ ରେଜଲ୍ଟ ବିଭ୍ରାଟ ପ୍ରସଙ୍ଗ; ଉନ୍ନତି ପରୀକ୍ଷା ହିଁ ମାର୍କ ବଢାଇବାର ବିକଳ୍ପ, ଜୁଲାଇ ୫ରୁ ଫର୍ମ ପୂରଣ

କିଛି ଛାତ୍ର ଗୋଷ୍ଠୀ ଅସନ୍ତୁଷ୍ଟ ଜାହିର କରି ନିଜ ଯୋଗ୍ୟତାକୁ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ତୁଳନା କରିଛନ୍ତି। ଏପରି କି ମଧ୍ୟାହ୍ଣ ଭୋଜନକୁ ବି ନେଇ କଟାକ୍ଷ କରିବାକୁ ପଛାଇ ନାହାନ୍ତି। ବିଶେଷ କରି ଶିଶୁ ମନ୍ଦିର ପରି ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରୀମାନେ ଆନ୍ଦୋଳକୁ ଓହ୍ଲାଇଛନ୍ତି।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ବହୁତ କଳ୍ପନା ଜଳ୍ପନା ପରେ ତାହା ପୁଣି କୋରୋନା କାଳରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହାକୁ ନେଇ କିଛି ଛାତ୍ର ଗୋଷ୍ଠୀ ଅସନ୍ତୁଷ୍ଟ ଜାହିର କରି ନିଜ ଯୋଗ୍ୟତାକୁ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ତୁଳନା କରିଛନ୍ତି। ଏପରି କି ମଧ୍ୟାହ୍ଣ ଭୋଜନକୁ ବି ନେଇ କଟାକ୍ଷ କରିବାକୁ ପଛାଇ ନାହାନ୍ତି। ବିଶେଷ କରି ଶିଶୁ ମନ୍ଦିର ପରି ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରୀମାନେ ଆନ୍ଦୋଳକୁ ଓହ୍ଲାଇଛନ୍ତି। ମାର୍କ ବଢାଇବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍କୁଲ ଆଗରେ ଏମାନେ ଧାରଣା ଦେଇଛନ୍ତି। ସେପଟେ ମାଟ୍ରିକ୍‌ ମୂଲ୍ୟାୟନ ଦ୍ବନ୍ଦ୍ବ ଦୂର ପାଇଁ ବୋର୍ଡ ପକ୍ଷରୁ ପ୍ରୟାସ କରାଯାଉଛି।

ଆଜି ସାମ୍ବାଦିକ ସମ୍ମିଳନୀ କରି ବୋର୍ଡ ପକ୍ଷରୁ ମାଟ୍ରିକ୍‌ ମୂଲ୍ୟାୟନ ଦ୍ବନ୍ଦ୍ବ ଦୂର କରିବାକୁ ଚେଷ୍ଟା କରାଯାଉଛି। ଏହା ସହ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ମାର୍କ ବୃଦ୍ଧି ପାଇଁ ମଧ୍ୟ ବିକଳ୍ପ ବ୍ୟବସ୍ଥା କହିଛନ୍ତି। ପୁନଃ ମୂଲ୍ୟାୟନ ହେବନାହିଁ କିନ୍ତୁ ଜୁଲାଇ ମାସରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ମାଟ୍ରିକ ପରୀକ୍ଷା ବା ଇମ୍ପ୍ରୁଭମେଣ୍ଟ ପରୀକ୍ଷା ହେବ। ଜୁଲାଇ ୫ରୁ ୧୫ ଯାଏ ଫର୍ମ ପୂରଣ ହେବ। ପରୀକ୍ଷା ଶେଷ ହେବାର ୧୦ ଦିନ ଭିତରେ ଫଳ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରାଙ୍କ ଘୋଷଣା କରିଛନ୍ତି।

Also Read: ମାଟ୍ରିକ ରେଜଲ୍ଟ ବିଭ୍ରାଟ; ସରକାରଙ୍କୁ ଏହି ପରାମର୍ଶ ଦେଲେ ଓଡ଼ିଶା ଅଭିଭାବକ ମହାସଂଘ

ବୋର୍ଡ ସଭାପତି କହିଛନ୍ତି ଯେ, ମାଟ୍ରିକର ବିକଳ୍ପ ମୂଲ୍ୟାୟନ ପଦ୍ଧତି ନେଇ ଶିକ୍ଷାବିତଙ୍କ ସହ ୩ ଥର ଓ DEOଙ୍କ ସହ ୨ ଥର ଆଲୋଚନା ହୋଇଥିଲା । ଗତ ୪ ବର୍ଷ (୨୦୧୭, ୨୦୧୮, ୨୦୧୯, ୨୦୨୦) ର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ବିକଳ୍ପ ମୂଲ୍ୟାୟନ ହୋଇଛି। ସ୍ବତନ୍ତ୍ର କୋର୍‌ କମିଟି ଦ୍ବାରା ମୂଲ୍ୟାୟନର ତର୍ଜମା ମଧ୍ୟ କରାଯାଇଛି। ଏହା ସହ CBSE ମୂଲ୍ୟାୟନ ପଦ୍ଧତିକୁ ମଧ୍ୟ ଅନୁସରଣ କରାଯାଇ ଫଳ ପ୍ରକାଶ କରାଯାଇଛି।

ମାର୍କ କମ୍ ଥିବା ନେଇ ଅଭିଯୋଗ କରୁଥିବା ଛାତ୍ରଛାତ୍ରୀ ଅଫଲାଇନରେ ପରୀକ୍ଷା ଦେଇପାରିବେ। ଏହି ପରୀକ୍ଷା ଦେଲେ ବିକଳ୍ପ ମୂଲ୍ୟାୟନକୁ ବାତିଲ କରାଯିବ। ଉନ୍ନତି ପରୀକ୍ଷା କ୍ଷେତ୍ରରେ ନମ୍ବର ପୁନଃ ମିଶ୍ରଣ, ପୁନଃ ମୂଲ୍ୟାୟନ ପାଇଁ ମଧ୍ୟ ପରୀକ୍ଷାର୍ଥୀ ଆବେଦନ କରିପାରିବେ। ଏହି ପରୀକ୍ଷା ଫଳକୁ ଚୂଡ଼ାନ୍ତ ବୋଲି ଧରାଯିବ। କୋଭିଡ ସ୍ଥିତି ସୁଧୁରିଥିବାରୁ ସମସ୍ତ ପରୀକ୍ଷା ଅଫ୍‌ଲାଇନ୍‌ରେ ହେବ। ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ପାଇଁ ଯୁକ୍ତ ଦୁଇ ନାମଲେଖାରେ କୌଣସି  ସମସ୍ୟା ହେବନାହିଁ ବୋଲି ବୋର୍ଡ କହିଛି।