ରାଜ୍ୟରେ ଦିନକରେ ଆଉ ୮ ହଜାର ୩୮୬ କୋରୋନା (Covid19) ଆକ୍ରାନ୍ତ ଚିହ୍ନଟ ହୋଇଛି। ସଂଗରୋଧରୁ ୪୭୮୧ ଓ ସ୍ଥାନୀୟ ଅଞ୍ଚଳରୁ ୩୬୦୫ ପଜିଟିଭ୍ ବାହାରିଛନ୍ତି। ୧୯ଟି ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ରହିଛି।
Trending Photos
ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ମହାମାରୀ କୋରୋନା। କମିଛି ଟେଷ୍ଟିଂ ତଥାପି ଲଗାତାର ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଛି। ଆଜି କୋରୋନା ମାମଲା ଏକ ଲମ୍ବ ଡିଆଁ ମାରିଛି। ଗତ ୨୪ ଘଣ୍ଟାରେ ୮୦୦୦ ହଜାରରୁ ଊର୍ଦ୍ଧ୍ୱ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କୋରୋନାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି।
ରାଜ୍ୟରେ ଦିନକରେ ଆଉ ୮ ହଜାର ୩୮୬ କୋରୋନା (Covid19) ଆକ୍ରାନ୍ତ ଚିହ୍ନଟ ହୋଇଛି। ସଂଗରୋଧରୁ ୪୭୮୧ ଓ ସ୍ଥାନୀୟ ଅଞ୍ଚଳରୁ ୩୬୦୫ ପଜିଟିଭ୍ ବାହାରିଛନ୍ତି। ୧୯ଟି ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ରହିଛି। ଖୋର୍ଦ୍ଧା (Khordha) ରୁ ସର୍ବାଧିକ ୧୮୪୦, ସୁନ୍ଦରଗଡ଼ରୁ ୯୩୩, କଟକ (Cuttack) ରୁ ୪୯୬, ଝାରସୁଗୁଡ଼ାରୁ ୪୩୩ରୁ ପଜିଟିଭ୍ ଟିହ୍ନଟ ହୋଇଛନ୍ତି। ଗତକାଲି ୧୫ଟି ରାଜ୍ୟ ରେଡ୍ ଜୋନରେ ଥିଲା। କିନ୍ତୁ ଦିନକରେ ୨୦୦୦ରୁ ଊର୍ଦ୍ଧ୍ୱ ମାମଲା ବୃଦ୍ଧି ପରେ ଏହି ସଂଖ୍ୟା ୧୭ ହୋଇଛି।
Also Read: '୧୮ ପ୍ଲସ୍'ଙ୍କୁ ଟିକା; ଅପରାହ୍ଣ ୪ରୁ ୩ଟି ମାଧ୍ୟମରେ ପଞ୍ଜିକରଣ
ଦୈନିକ ଟେଷ୍ଟିଂ (corona test) ସଂଖ୍ୟା କମିଥିଲେ ମଧ୍ୟ ପଜିଟିଭ୍ ଅଧିକ ବାହାରୁଛନ୍ତି। ସୋମବାର ୩୬୮୪୫ ଜଣଙ୍କ କୋଭିଡ୍ ଟେଷ୍ଟ ହୋଇଥିବା ବେଳେ ୬୦୭୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ମଙ୍ଗଳବାର ୪୨୪୦୧ ଜଣଙ୍କ ଟେଷ୍ଟ ହୋଇଥିଲା। ଯେଉଁଥିରୁ ୮୩୮୬ ଜଣ ସଂକ୍ରମିତ ବାହାରିଛନ୍ତି। ଏହାପୂର୍ବରୁ ଗତ ୨୪ ତାରିଖରେ ୪୩୫୮୫ ଜଣଙ୍କର ଟେଷ୍ଟ ହୋଇଥଲା ବେଳେ ୬୧୧୬ ଜଣ ପଜିଟିଭ୍ ଥିଲେ। ଆଉ ସେହି ଦିନ ଠାରୁ ରାଜ୍ୟରେ କୋଭିଡ ଟେଷ୍ଟ ସଂଖ୍ୟାକୁ ହ୍ରାସ କରାଯାଇଛି।
ସେପଟେ ନୂଆ ମାମଲାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୮ ହଜାର ୫୧୫କୁ ବୃଦ୍ଧି ହୋଇଛି। ୩ ଲକ୍ଷ ୭୧ ହଜାର ୨୦୦ ଜଣ କୋରୋନା ରୋଗୀ ଆରୋଗ୍ୟ ହୋଇଥିବା ବେଳେ ୫୫ ହଜାର ୨୪୫ କୋଭିଡ ଆକ୍ରାନ୍ତ ଏବେ ବି ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ ଦିନକରେ କୋରୋନା ଆଉ ୧୦ ଜଣଙ୍କର ଜୀବନ ନେଇଛି । ପୁରୀ ଓ ରାୟଗଡ଼ାରେ ସର୍ବାଧିକ ୩ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି। ସୁନ୍ଦରଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ବୌଦ୍ଧରେ ଜଣେ ଲେଖାଏଁ ମରିଛନ୍ତି। ଏହି ମୃତକଙ୍କ ସହ ରାଜ୍ୟରେ କୋରୋନା ମୃତ୍ୟୁସଂଖ୍ୟା ୨୦୧୭କୁ ବୃଦ୍ଧି ପାଇଛି।