ଓଡିଶାରେ ୪୫ରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଟିକାକରଣ ଚାଲିଛି। ଏବେ ପଞ୍ଜିକରଣ କରିଥିବା ୧୮ରୁ ୪୪ ବର୍ଷୀୟଙ୍କୁ ବିଳମ୍ବରେ ଟିକା ମିଳିପାରେ। କାରଣ ବର୍ତ୍ତମାନ ରାଜ୍ୟରେ ପ୍ରଯ୍ୟାପ୍ତ ପରିମାଣର ଟିକା (Covid19 Vaccine) ଉପଲବ୍ଧ ନାହିଁ। ଯେତିକି ଷ୍ଟକ୍ ଅଛି ତାହା ଆସନ୍ତା ସପ୍ତାହେ ମଧ୍ୟରେ ସରିଯିବ।
Trending Photos
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁସାରେ ମେ' ପହିଲାରୁ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ କୋରୋନା ଟିକା ଦିଆଯିବ। ଏଥିପାଇଁ ଆଜିଠାରୁ ପଞ୍ଜିକରଣ ଆରମ୍ଭ ହେଉଛି। ଅପରାହ୍ଣ ୪ଟାରୁ ୩ଟି ମାଧ୍ୟମରେ ପଞ୍ଜିକରଣ କରିହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ସରକାରଙ୍କ କହିବାନୁସାରେ, ଆଜିଠୁ ୧୮ରୁ ୪୪ ବର୍ଷୀୟଙ୍କ ଟିକାକରଣ (Vaccination) ପାଇଁ ପଞ୍ଜିକରଣ ଆରମ୍ଭ ହେବ। ଅପରାହ୍ଣ ୪ଟାରୁ କୋ-ୱିନ ପୋର୍ଟାଲ (cowin.gov.in), Aarogya Setu App ଓ UMANG Appରେ ପଞ୍ଜିକରଣ (Regisration) କରିହେବ। ତେବେ କେଉଁ ଦିନ କାହାକୁ ଟିକା ମିଳିବ ସେନେଇ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ। ଟିକା ଉପଲବ୍ଧ ହେଲେ ରାଜ୍ୟ ସରକାର (State Govt) ସ୍ଲଟ୍ ଆବଣ୍ଟନ କରିବେ।
Also Read: ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ବିଳମ୍ବରେ ମିଳିବ କୋରୋନା ଟିକା!
ଓଡିଶାରେ ୪୫ରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଟିକାକରଣ ଚାଲିଛି। ଏବେ ପଞ୍ଜିକରଣ କରିଥିବା ୧୮ରୁ ୪୪ ବର୍ଷୀୟଙ୍କୁ ବିଳମ୍ବରେ ଟିକା ମିଳିପାରେ। କାରଣ ବର୍ତ୍ତମାନ ରାଜ୍ୟରେ ପ୍ରଯ୍ୟାପ୍ତ ପରିମାଣର ଟିକା (Covid19 Vaccine) ଉପଲବ୍ଧ ନାହିଁ। ଯେତିକି ଷ୍ଟକ୍ ଅଛି ତାହା ଆସନ୍ତା ସପ୍ତାହେ ମଧ୍ୟରେ ସରିଯିବ। ରାଜ୍ୟ ସରକାର ଦେଶର ୨ଟି ଟିକା ନିର୍ମାତା କାମ୍ପାନୀଙ୍କୁ ଟିକା ଯୋଗାଣ ପାଇଁ ଚିଠି ଲେଖିଛନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ (Bijay Panigrahi) ଆଶଙ୍କା କରିଛନ୍ତି।
ସେପଟେ ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୬୦ ହଜାର ୯୬୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ସହ ମୋଟ ମାମଲା ୧ କୋଟି ୭୯ ଲକ୍ଷ ୯୭ ହଜାର ୨୬୭କୁ ବୃଦ୍ଧି ହୋଇଛି। ସେହିପରି ଦିନକରେ କୋରୋନା ୩୨୯୩ ଜୀବନ ନେଇଛି । ଫଳରେ କୋରୋନା ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧ ହଜାର ୧୮୭କୁ ବୃଦ୍ଧି ପାଇଛି। ଏଯାଏ ୧ କୋଟି ୪୮ ଲକ୍ଷ ୧୭ ହଜାର ୩୭୧ ଜଣ ଆରୋଗ୍ୟ ହୋଇଥିବା ବେଳେ କାଲି ସୁଦ୍ଧା ୧୪ କୋଟି ୭୮ ଲକ୍ଷ ୨୭ ହଜାର ୩୬୭ ଜଣଙ୍କୁ କୋରୋନା ଟିକା ଦିଆଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି।